ଆସିକା ଏନଏସିରେ ଜବର ଦଖଲ ଉଚ୍ଛେଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଆସିକା

ଆସିିକା ଏନଏସିର ୧୮ଟି ୱାର୍ଡରେ ସଂକୀର୍ଣ୍ଣ ରାସ୍ତାକୁ ପ୍ରଶସ୍ତିକରଣ କରି ବିଭିନ୍ନ ଛକ ଓ ରାସ୍ତାରେ ସୈନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଚେଦ । ଏନଏସିର କେନ୍ଦ୍ର ସ୍ଥଳ ଲକ୍ଷ୍ମିବଜାର ଖାମ୍ବୁ ଦୋକାନ ଠାରୁ ବସଷ୍ଟାନ୍ଦ ଖମ୍ବେଶ୍ୱରି ଗେଟ,ଆସିକା ମୁଖ୍ୟ ରାସ୍ତା, ଷ୍ଟେଟ ବ୍ୟାଙ୍କ,ନୂଆ ବସଷ୍ଟାନ୍ଦ ଠାରୁ ବିଏସଏନଲ ଅ‘ି,ଏଲଆଇସି ଅ‘ିସ,ପଞ୍ଜାବ ନ୍ୟାସନାଲ ଛକ,ବିଜୁ ଛକ ଜବର ଦଖଲ ଏକ କିଲୋମିଟର ବ୍ୟାପି ଉଚ୍ଚେଦ ଦିନ ବ୍ୟାପି ଚାଲିଥିଲା ।
ଏହି ଜବର ଦଖଲ ଉଚ୍ଚେଦ ବେଳେ ମାଜିଷ୍ଟ୍ରେଟ ଭାବେ ଆସିକା ତହସିଲଦାର ସଦାନନ୍ଦ ସେଠି,ଆସିକା ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ଅଶୋକ କୁମାର ପନ୍ଦା, ଆସିକା ଏସଡିପି ସୂର୍ଯ୍ୟମଣି ପ୍ରଧାନ,ଆଇପିଏସ ଅଭିଳାସ ଜୀ, ଧରାକୋଟ ଥାନା ଅଧିକାରୀ ଶହଦେବ ମହାପାତ୍ର, ଡିଏସପି ପ୍ରୋଭିଜିନାଲ ସଞ୍ଜୟ ମହାପାତ୍ର ସହ ୪ ପ୍ଲାଟୁ ପୋଲିସ ମୁତୟନ ହୋଇଥିଲେ । ସେହିଭଳି ବିଦୁ୍ୟତ ବିଭାଗ ସହକାରୀ ରାକେଶ ପାତ୍ର,ପିଏଚଡି ସହକାରୀ ଯନ୍ତ୍ରୀ ସମସ୍ତ ତହସିଲ କର୍ମଚାରୀ ଓ ଏନଏସି କର୍ମଚାରୀ ପ୍ରମୁଖ ଭାଗ ନେଇଥିଲେ । ଏହି ଜବର ଦଖଲ ବେଳେ ୪ ମହଲା ବିଶିଷ୍ଟ ଆନ୍ଧ୍ରବ୍ୟାଙ୍କ, ବହୁ ବିବାଦ ମଧ୍ୟରେ ଥିବା ପଚାଂନନ ପୋଲାଇଙ୍କ ଦୁଇଟି ଘର ସାଙ୍ଗକୁ ବସଷ୍ଟାନ୍ଦ ମା ଖମ୍ବେଶ୍ୱରୀ ତୋରଣକୁ ଲାଗିଥିବା ଦୁଇଟି ଦୋକାନ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିଲା ।
ଏହି ଜବର ଦଖଲ ଉଚ୍ଚେଦ ବେଳେ ଶାସକ ଦଳ, ବିଭିନ୍ନ ରାଜନୈତିକ ଦଳ, ବଣିକ ସଂଘ, ବସ୍ତି ବାସିନ୍ଦା, ଉଠା ଦୋକାନୀ ସଂଘ, ବିନାୟକ ବଜାର କମିଟି କୈାଣସି ପ୍ରତିବାଦ କରିନଥିଲେ । ଶୃଙ୍ଖଳାର ସହ ଏହି ଜବର ଦଖଲ ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*