ଆସାମ ମଦଜନିତ ମୃତ୍ୟୁ ସଂଖ୍ୟା ୮୪ରେ ପହଞ୍ଚିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ଗୌହାଟୀ

ଆସାମର ଗୋଲାଘାଟ ଏବଂ ଜୋରହାଟ ଜିଲ୍ଲାରେ ମଦ ତାନ୍ଦବଲୀଳା ଜାରି ରହିଛି । ଶନିବାର ବିଷାକ୍ତ ମଦଜନିତ ମୃତ୍ୟସଂଖ୍ୟା ୮୪ ପହଞ୍ଚôଛି । ମୃତକଙ୍କ ମଧ୍ୟରେ ୪୫ ଜଣଙ୍କୁ ଜୋରହାଟ ମେଡିକାଲ କଲେଜ ଆନ୍ଦ ହସପିଟାଲ, ୩୫ ଜଣ ଗୋଲାଘାଟ ସିଭିଲ ହସପିଟାଲ ଏବଂ ୪ ଜଣ ଟିଟାବୋର ଅଞ୍ଚଳସ୍ଥ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସାଧାରଣ ଭାବେ ଏଠାରେ ମିଳୁଥିବା ବିଷାକ୍ତ ମିଥାଇଲ ଆଲକହଲ ମିଶ୍ରିତ ମଦ ପିଇବା ଯୋଗୁ ଏତେସଂଖ୍ୟକ ଲୋକଙ୍କ ଜୀବନହାନୀ ହୋଇଥିବା ପୁଲିସ୍‌ ସନେ୍ଦହ କରୁଛି । ବିଷାକ୍ତ ମଦ ପିଇବା ଯୋଗୁ ଅନୂ୍ୟନ ୨୦୦ ଲୋକ ଅସୁସ୍ଥ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ସଂପର୍କରେ ପୁଲିସ୍‌ ସୂଚନା ଦେଇଛି । ଏହି ଘଟଣାର ଦୁଇ ଭିନ୍ନ ଭିନ୍ନ ତଦନ୍ତର ନିଦେ୍ର୍ଦଶ ଦେଇଛନ୍ତି ରାଜ୍ୟ ସରକାର । ଏକକ ତଦନ୍ତ ଟିମର ନେତୃତ୍ୱ ଅପର୍‌ ଆସାମ ଭିଭିଜନ କମିଶନର ଜୁଲି ସୋନୱାଲ ନେବା ସହ ସେ ଏବାବଦ ରିପୋର୍ଟ ୩୦ ଦିନ ମଧ୍ୟରେ ଦାଖଲ କରିବେ । ସେହିପରି ଗଠିତ ହୋଇଥିବା ଅନ୍ୟ ଏକ ତଦନ୍ତକାରୀ ଦଳରେ ୪ ଜଣ ସଦସ୍ୟ ରହିଛନ୍ତି । ଏହି ଟିମର ନେତୃତ୍ୱ ଅବକାରୀ ବିଭାଗର ଅତିରିକ୍ତ କମିଶନର ସଞ୍ଜୀବ ମେଢି ନେଇଛନ୍ତି । ଏହା ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବ ।
ଇତିମଧ୍ୟରେ ଅବକାରୀ ବିଭାଗର ଦୁଇ କର୍ମଚାରୀଙ୍କୁ ଏହି ମାମଲାରେ ସସ୍‌ପେନ୍ଦ କରାଯାଇଥିବା ଜଣାପଡିଛି । ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବିଭିନ୍ନ ହସପିଟାଲ ଯାଇ ଅସୁସ୍ଥଙ୍କୁ ଭେଟିବା ସହ ମାମଲାର ସମୀକ୍ଷା କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*