ଆସାମ : ବିଷାକ୍ତ ମଦ ପିଇ ୧୭ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଗୌହାଟୀ
ଉତ୍ତରପ୍ରଦେଶ ପରେ ଏବେ ଆସାମରେ ବିଷାକ୍ତ ମଦ ବହୁ ଲୋକଙ୍କ ଜୀବନ ନେଇଛି । ସ୍ଥାନୀୟ ଗୋଲାଘାଟ ଜିଲ୍ଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୧୭ ଜଣ ଲୋକ ପ୍ରାଣ ହରାଇଥିଲାବେଳେ ୪୭ରୁ ଊଦ୍ଧ୍ୱର୍ ଲୋକ ଅସୁସ୍ଥ ହୋଇପଡିଛନ୍ତି ବୋଲି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁବାର ସଂଧ୍ୟାରେ ସାମଲମରା ଟି ଗାର୍ଡେନରେ ଏହି ଘଟଣା ଘଟିଥିବା ଜଣାପଡିଛି । ଦ୍ରୌପଦୀ ଓରାନ(୬୫) ନାମକ ଜଣେ ମହିଳା ଏବଂ ପୁଅ ସଞ୍ଜୁ ଓରାନ(୩୦)ଙ୍କ ସଂପର୍କୀୟ ଏବଂ ପଡୋଶୀମାନେ ମଦ ପିଇବାକୁ ଏକତ୍ରିତ ହୋଇଥିଲେ । ଏହି ମଦ ପିଇବା ପରେ ଗୁରୁବାର ରାତିରେ ପ୍ରଥମେ ୪ ଜଣ ମହିଳା ଅସୁସ୍ଥ ହୋଇପଡିଥିଲେ ଏବଂ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନେ ପ୍ରାଣ ହରାଇଥିଲେ । ଶୁକ୍ରବାର ସକାଳୁ ଘଟଣା ଦିନ ରାତିରେ ମଦ ପିଇ ଥିବା ଆଉ କିଛି ଲୋକ ପ୍ରାଣ ହରାଇଥିଲେ । ଇତିମଧ୍ୟରେ ବିଷାକ୍ତ ମଦଜନିତ ମୃତୁ୍ୟସଂଖ୍ୟା ୧୭ରେ ପହଞ୍ଚôଛି । ମୃତକଙ୍କ ମଧ୍ୟରେ ୯ ଜଣ ମହିଳା ରହିଥିବା ସଂପର୍କରେ ଗୋଲାଘାଟ ଏସପି ପୁଶରାଜ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମୃତକଙ୍କ ମଧ୍ୟରେ ଦ୍ରୌପଦୀ ଓରାନ ଏବଂ ପୁଅ ସଞ୍ଜୁ ଓରାନ ଥିବା ଜଣାପଡିଛି । ସେମାନେ ଚା’ ବଗିଚା ଶ୍ରମିକ ଥିଲେ । ଯେହେତୁ ମଦ ପିଆ କାର୍ଯ୍ୟକ୍ରମ ଆୟୋଜନ କରିଥିବା ମା’ପୁଅ ପ୍ରାଣ ହରାଇଛନ୍ତି, ତେଣୁ ବିଷାକ୍ତ ମଦ କେଉଁଠୁ ଆସିଲା, ତାହା ସଙ୍ଗେସଙ୍ଗେ ଜଣାପଡିନାହିଁ । ତେଣୁ ତଦନ୍ତ ପରେ ହିଁ ଏହାର କାରଣ ଜଣାପଡିବ । ସମ୍ଭବତଃ ଇଥାଇଲ ଆଲକହଲ୍‌ ଜାଗାରେ ମିଥାଇଲ ଆଲକହଲ ବ୍ୟବହାର କରାଯାଇଛି ବୋଲି ଏସପି ପ୍ରକାଶ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*