ଆର୍ଥିକ ସଙ୍କଟ ଓ ବ୍ୟାପକ ଘରୋଇକରଣ ବିରୁଦ୍ଧରେ ୪ ବାମ ଦଳର ମିଳିତ ପ୍ରତିବାଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବାମପନ୍ଥୀ ଦଳ ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍ଏଲ୍) ଲିବରେସନ ଓ ଫରୱାର୍ଡ଼ ବ୍ଲକ ତରଫରୁ କେନ୍ଦ୍ର ଭାଜପା ସରକାରଙ୍କ ଭୁଲ୍ ଓ ବିପଜ୍ଜନକ ନୀତି ଫଳରେ ଦେଶରେ ସୃଷ୍ଟି ହୋଇଥିବା ଚରମ ଅର୍ଥନୈତିକ ସଙ୍କଟ, ମାନ୍ଦାବସ୍ଥା, ଜନସାଧାରଣଙ୍କ ଦୁଃଖଦୁର୍ଦ୍ଦଶା ବୃଦ୍ଧି ବିଶେଷକରି ଦରଦାମ ଓ ବେକାରୀ ବୃଦ୍ଧି ଓ ଅନ୍ୟ ପକ୍ଷରେ ଗଣତନ୍ତ୍ର, ସମ୍ବିଧାନ ଓ ଧର୍ମନିରପେକ୍ଷତା ଉପରେ ଆକ୍ରମଣ ପ୍ରତିବାଦରେ ସୋମବାର ସ୍ଥାନୀୟ ଗାନ୍ଧୀମାର୍ଗଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।
ମୋଦିଙ୍କ ନେତୃତ୍ୱରେ ପରି·ଳିତ କେନ୍ଦ୍ର ବିଜେପି ସରକାରଙ୍କ ଭୁଲ୍ ଓ ବିପଜ୍ଜନକ ନୀତି ଫଳରେ ଆମ ଦେଶର ଅର୍ଥନୀତି ଆଜି ଘୋର ସଙ୍କଟର ସମ୍ମୁଖୀନ । ମୋଟର ଯାନଠାରୁ ଆରମ୍ଭ କରି ବସ୍ତ୍ର ଓ କପଡ଼ା ଶିଳ୍ପ, ପରିବହନ ଓ ନିର୍ମାଣ ଶିଳ୍ପ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ମାନ୍ଦାବସ୍ଥା ଗ୍ରାସ କରାଯାଇଛି । ବିକ୍ରି ହ୍ରାସ ଯୋଗୁ ଉତ୍ପାଦନ ସଙ୍କୁଚିତ ହୋଇଛି ଏବଂ ଲକ୍ଷ ଲକ୍ଷ ଶ୍ରମିକ କର୍ମ·ରୀ ଛଟେଇ ହେବାରେ ଲାଗିଛନ୍ତି । ·ଷୀ ଫସଲର ଉଚିତ୍ ମୂଲ୍ୟ ନ ପାଇ ଋଣ ଦାଉରେ ଆତ୍ମହତ୍ୟା କରୁଛି । ମୂଲିଆ ଅନାହାର ଓ ଅର୍ଦ୍ଧାହାରରେ ଦିନ କାଟୁଛି । ଗରୀବଙ୍କ ପଖାଳର ସାଥୀ ପିଆଜର ଦର ଆଜି ୬୦ ଟପିଲାଣି । ରାଷ୍ଟ୍ରାୟତ ଲାଭଦାୟକ ସଂସ୍ଥାକୁ ବ୍ୟାାପକ ଘରୋଇକରଣ କରିବାର ପ୍ରୟାସକୁ ଏହି ·ରୋଟି ବାମପନ୍ଥୀ ଦଳ ତରଫରୁ ଦୃଢ ନିନ୍ଦା କରାଯାଇଛି ।
ମୋଦୀ ସରକାର ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି ଯେ, ତାଙ୍କ ସରକାରର ନୋଟବନ୍ଦୀ ଓ ଜିଏସ୍ଟି ଯୋଗୁ ଭାରତୀୟ ଅର୍ଥନୀତି ପ୍ରଭୂତ କ୍ଷତି ଘଟିିଛି । ହଜାର ହଜାର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇଛି ଏବଂ କୋଟିଏରୁ ଉଦ୍ଧ୍ୱର୍ ଶ୍ରମିକ ଓ କର୍ମ·ରୀ ·କିରୀ ହରାଇଛନ୍ତି । ଏହିଠାରୁ ଆରମ୍ଭ ହୋଇଛି ଅର୍ଥନୈତିକ ସଙ୍କଟ ଓ ମାନ୍ଦାବସ୍ଥା । ରାଜକୋଷ ବିତ୍ତୀୟ ନିଅଣ୍ଟର ଭରଣା ପାଇଁ ରିଜର୍ଭ ବ୍ୟାଙ୍କରୁ ୧ଲକ୍ଷ ୭୬ ହଜାର କୋଟି ନେବା ପରେ ଏବେ ପୁଣି ୩୦ ହଜାର କୋଟି ମାଗିଛନ୍ତି । କିନ୍ତୁ ସରକାର ଜାଣିରଖିବା ଉଚିତ୍ ଯେ, ଏହାଦ୍ୱାରା ମାନ୍ଦାବସ୍ଥା ଟଳିବ ନାହିଁ । ରାଷ୍ଟ୍ରାୟତ ସଂସ୍ଥା ଓ ସରକାରୀ ଯୋଜନାରେ ନିବେଶ ବୃଦ୍ଧି କରି ନୂତନ କର୍ମ ନିଯୁକ୍ତି ସୃଷ୍ଟି ସହିତ ଗ୍ରାମୀଣ ଅର୍ଥନୀତିକୁ ସାହାଯ୍ୟ କରି ଲୋକଙ୍କର କ୍ରୟଶକ୍ତିକୁ ବଢାଇଲେ ଯାଇ ·ହିଦା ବଢିବ ଓ ଶିଳ୍ପ ଉତ୍ପାଦନ ବୃଦ୍ଧି ପାଇ ମାନ୍ଦାବସ୍ଥା ଦୂରହେବ ବୋଲି ପ୍ରତିବାଦ ସଭାରେ ମତପ୍ରକାଶ ପାଇଥିଲା । ଆଜିର ଏହି ପ୍ରତିବାଦ ସଭାରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପନ୍ଦା ଓ ସୁରଜେନା, ସିପିଆଇ(ଏମ୍) ପକ୍ଷରୁ ରାଜ୍ୟ କମିଟି ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକ ମନ୍ଦଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ରବୀନ୍ଦ୍ର ଟୁଡ଼ୁ, ସିପିଆଇ (ଏମ୍ଏଲ୍) ଲିବରେସନର ରାଜ୍ୟ ସମ୍ପାଦକ ସାଥୀ ଯୁଧିଷ୍ଠିର ମହାପାତ୍ର, କେନ୍ଦ୍ରୀୟ କମିଟି ସଦସ୍ୟ ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠି ଓ ରାଜ୍ୟ କମିଟି ସଦସ୍ୟ ଅଶୋକ ପ୍ରଧାନ, ଫରୱାର୍ଡ଼ ବ୍ଲକର ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ନାରାୟଣ ଡ଼ାଳୁଆ ପ୍ରମୁଖ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*