ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ ରାଜ୍ୟସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମିଳନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ମହିଳା ସଶକ୍ତିକରଣ ତଥା ଆର୍ଥôକ ଅନ୍ତର୍ଭୁକ୍ତିକରଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଜ୍ୟର ଅପହଂଚ ଅଂଚଳରେ ସରକାରଙ୍କ ବିଭିନ୍ନ ଯୋଜନା, ବ୍ୟାଙ୍କ୍ ତଥା କ୍ଷୁଦ୍ର ଆର୍ଥିକ ଅନୁଷ୍ଠାନ ମାନଙ୍କ ଦ୍ୱାରା ଆର୍ଥିକ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ମହିଳା ମାନେ ବର୍ତ୍ତମାନ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି । ସ୍ଥାନୀୟ ରେଲ ଅଡିଟୋରିୟମ ଠାରେ ସିଡବି ଓ ଡିଏଫଆଇଡିର ସହାୟତାରେ ଓସାଫି ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମିଳନୀକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସାଶନ ସଚିବ ସୌରଭ ଗର୍ଗ ଉଦ୍ଘାଟନ କରି ମତବ୍ୟକ୍ତ କରିଛନ୍ତି । ମହିଳା ମାନଙ୍କ ବିଭିନ୍ନ ସରକାରୀ ଯୋଜନା ଉପରେ ସକ୍ରିୟ ଅଂଶଗ୍ରହଣ ଉପରେ ସେ ଏହି ଅବସରରେ ଗୁରୁତ୍ୱାରୋପ କରିଥିଲେ । ଭାରତୀୟ ରିଜର୍ଭବ୍ୟାଙ୍କ୍ର ପ୍ରବନ୍ଧକ ସୁନିଲ ଦାସ ଅପହଞ୍ଚ ଅଞ୍ଚଳରେ ଆର୍ଥôକ ଅନ୍ତର୍ଭୁକ୍ତିକରଣ ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡର ମହାପ୍ରବନ୍ଧକ ଏ.ପି. ଦାସ, ସିଡ୍ବିର ମୁଖ୍ୟ ପ୍ରବନ୍ଧକ ପ୍ରକାଶ କୁମାର, ବିଶିଷ୍ଟ ନାରୀ ନେତ୍ରୀ ପଦ୍ମଶ୍ରୀ ତୁଲସୀ ମୁନ୍ଦା, ଓଡିଶା ଜୀବିକା ମିଶନର ପ୍ରକଳ୍ପ ନିଦେ୍ର୍ଦଶକ ଦେବାଶିଷ ମହାପାତ୍ର, ଓଡିଶା କୃଷି ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ବିଭୁତି ଭୁଷଣ ମିଶ୍ର, ରାଜ୍ୟସ୍ତରୀୟ ବ୍ୟାଙ୍କର କମିଟିର ଆବାହକ ପି.କେ.ସି ଦାସ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ଉପ-ମହାପ୍ରବନ୍ଧକ ଅରୁଣ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ସ୍ୱୟଂ ସହାୟକ ଦଳ ଦ୍ୱାରା ମହିଳା ସଶକ୍ତିକରଣ, ଆର୍ଥିକ ଓ ଡିଜିଟାଲ ସାକ୍ଷରତା, ବ୍ୟବସାୟୀକ ଦକ୍ଷତା ଓ ବଜାର ସଂଯୋଗୀକରଣ ତଥା ମହିଳା ମାନଙ୍କ ସର୍ବାଙ୍ଗିନ ବିକାଶର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ଓସାଫି ରାଜ୍ୟରେ ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟରତ ସମସ୍ତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅନୁଷ୍ଠାନ ମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରୁଥିବା ଓସାଫିର ମୁଖ୍ୟ କାର୍ଯ୍ୟନିର୍ବାହୀ ନରେନ୍ଦ୍ର ନାୟକ କହିଥିଲେ । ଏହି ଅବସରରେ ଜାଭିୟର ବିଶ୍ୱ ବିଦ୍ୟାଳୟର ପ୍ରଫେସର ପି.କେ ମିଶ୍ର, ଓସାଫିରୁ ସୁଜାତା ପଟ୍ଟନାୟକ ଓ କିର୍ତ୍ତି ଅଗ୍ରୱାଲଙ୍କ ଦ୍ୱାରା ସଙ୍କଳିତ ୫୦ଜଣ ସଫଳ ସ୍ୱୟଂ ସହାୟିକା ଦଳର ସଭ୍ୟା ମାନଙ୍କ ସଫଳ କାହାଣୀ ପୁସ୍ତିକାକୁ ମୁଖ୍ୟ ଅତିଥି ଲୋକାର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ଓଟିଶାର ୩୦ ଗୋଟି ଜିଲ୍ଲାରୁ ମୋଟ ୧୦୦୦ ସ୍ୱୟଂ ସହାୟକ ଦଳର ସଦସ୍ୟା ଯୋଗଦେଇଥିବା ବେଳେ ସେମାନେ ଏକ ମିଳିତ ମଂଚରେ ନିଜନିଜ ଅଭିଜ୍ଞତା ବାଂଟିଥିଲେ । ୧୫ ରୁ ଉଦ୍ଧ୍ୱର୍ ଷ୍ଟଲ ମାଧ୍ୟମରେ ସେମାନଙ୍କ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*