ଆରାମ୍‌ରେ ଫ୍ଲୋର୍‌ ଟେଷ୍ଟ ପାସ୍‌ କଲେ ଉଦ୍ଧବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେତୃତ୍ୱାଧିନ ମହା ବିକାଶ ଅଘାଡି ସରକାର ମହାରାଷ୍ଟ୍ର ବିଧାନସଭାରେ ଅନୁଷ୍ଠିତ ଫ୍ଲୋର ଟେଷ୍ଟରେ ପାସ୍‌ ହୋଇଯାଇଛନ୍ତିି । ଶିବସେନା-ରାକପା-କଂଗ୍ରେସ ଗଠବନ୍ଧନ ବିଧାନସଭାରେ ୧୬୯ ବିଧାୟକଙ୍କ ସମର୍ଥନ ଲାଭ କରି ବହୁମତ ସାବ୍ୟସ୍ତ କରିଛନ୍ତି । କଂଗ୍ରେସ ନେତା ଅଶୋକ ଚୌହାନ ବିଧାନସଭାରେ ବହୁମତ ସାବ୍ୟସ୍ତ ସକାଶେ ପ୍ରସ୍ତାବ ଆଗତ କରିଥିଲେ । ଏହାନେଇ ଭାଜପା ଆପତ୍ତି କରିବା ସହ ନାରେବାଜୀ କରିଥିଲା ଏବଂ ଫ୍ଲୋର ଟେଷ୍ଟ ପୂର୍ବରୁ ଏହାର ୧୦୫ ଜଣ ବିଧାୟକ ଗୃହ ତ୍ୟାଗ କରିଥିଲେ । ଫ୍ଲୋର୍‌ ଟେଷ୍ଟରେ ଉଦ୍ଧବ ଠାକରେ ନେତୃତ୍ୱାଧୀନ ସରକାର ୧୬୯ ଭୋଟ୍‌ ପାଇଥିବା ଏବଂ ଏଆଇଏମଆଇଏମ, ମାକପା ଏବଂ ଏମଏନଏସର ୪ ବିଧାୟକ ଭୋଟିଂରୁ ନିବୃତ୍ତ ରହିଥିବା ସଂପର୍କରେ ପ୍ରୋଟେମ ସ୍ପିକର ଦିଲିପ ୱାଲସେ ପାଟିଲ୍‌ ଗୃହକୁ ସୂଚନା ଦେଇଥିଲେ । ଭାଜପାର ସମସ୍ତ ୧୦୫ ଜଣ ବିଧାୟକ ଗୃହ ପରିତ୍ୟାଗ କରିଥିବାରୁ କେହି ଫ୍ଲୋର୍‌ ଟେଷ୍ଟ ପାଇଁ ଆଗତ ପ୍ରସ୍ତାବ ବିରୋଧରେ ଭୋଟ୍‌ ଦେଇନଥିଲେ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶାନୁସାରେ, ଫ୍ଲୋର ଟେଷ୍ଟ ଓପନ୍‌ ବାଲଟ ମାଧ୍ୟମରେ ହୋଇଥିଲା । ଗଠବନ୍ଧନ ଫ୍ଲୋର ଟେଷ୍ଟବେଳେ ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବା ସକାଶେ ହ୍ୱିପ୍‌ ଜାରି କରିଥିଲା । ପ୍ରକାଶ ଥାଉ କି, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଥିବା ଶିବସେନା-ରାକପା-କଂଗ୍ରେସ ଗଠବନ୍ଧନ । ତିନି ଦଳ ନିକଟରେ ୧୫୪ ବିଧାୟକ ଥିବାବେଳେ ଏହାଠାରୁ ୧୫ଟି ଭୋଟ୍‌ ଅଧିକ ମିଳିଥିଲା ସରକାରଙ୍କୁ । ବହୁଜନ ବିକାଶ ଅଘାଡିର ୩ ଏବଂ ସପାର ୨ ଏବଂ ଅନ୍ୟ ବିଧାୟକଙ୍କ ୧୦ଟି ଭୋଟ୍‌ ମିଳିଥିଲା ଗଠବନ୍ଧନ ସରକାରଙ୍କୁ । ଶନିବାର ବିଧାନସଭାରେ ଅନୁଷ୍ଠିତ ଫ୍ଲୋର୍‌ ଟେଷ୍ଟରେ ଉଦ୍ଧବ ଠାକରେ ସରକାର ସହଜରେ ବହୁମତ ସାବ୍ୟସ୍ତ କରିଥିଲେ । ହେଲେ ସବୁଠାରୁ ବଡ କଥା ହେଲା ଯେ, ଉଦ୍ଧବ ଠାକରେଙ୍କ ସଂପର୍କୀୟ ଭାଇ ରାଜ ଠାକରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା କାହା ସପକ୍ଷରେ ବି ଭୋଟ୍‌ ଦେଇନଥିଲା । ଏହାପୂର୍ବରୁ ଉଦ୍ଧବଙ୍କ ଶପଥ ଗ୍ରହଣ ସମାରୋହରେ ରାଜ୍‌ ଠାକରେ ପହଞ୍ଚôଥିଲେ । ତେଣୁ ବହୁମତ ପରୀକ୍ଷଣରେ ଏମଏନଏସ କାହା ସପକ୍ଷରେ ଭୋଟ୍‌ ଦେବା ତାହା ଉପରେ ସମସ୍ତଙ୍କ ନଜର ରହିଥିଲା । ଦଳର ଏକମାତ୍ର ବିଧାୟକ ନୀଲେଶ ଲନକେ ଫ୍ଲୋର ଟେଷ୍ଟ ବେଳେ ଭୋଟ୍‌ ଦେବାରୁ ନିଜକୁ ନିବୃତ୍ତ ରଖିଥିଲେ ।
ଶନିବାର ବିଧାନସଭାର ବିଶେଷ ଅଧିବେଶନ ଆରମ୍ଭ ହେବା କ୍ଷଣି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ୍‌ ଅଧିବେଶନ ନିୟମ ଅନୁସାରେ ପରିଚାଳିତ ହେଉନାହିଁ ବୋଲି ଆରୋପ ଲଗାଇଥିଲେ । ଗୃହର ଅଧିବେଶନ ବନେ୍ଦ ମାତରମ ଗାୟନରୁ ଆରମ୍ଭ ହେଉଥିବାବେଳେ ଜାତୀୟ ସଂଗୀତ ଗାନ ସହ ଏହା ଶେଷ ହୋଇଥାଏ । କିନ୍ତୁ ଆଜି ଏହି ସେସନ୍‌ ଏସବୁ ନିୟମ କାର୍ଯ୍ୟକାରୀ ହୋଇନାହିଁ ବୋଲି ଫଡନାଭିସ୍‌ ଉଠାଇବା ସହ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ସାମ୍ବିଧାନିକ ନିୟମର ପାଳନ କରାଯାଇନଥିଲା ବୋଲି ଅଭିଯୋଗ କରିଥିଲେ । ପରେ ଏହାକୁ ନେଇ ଭାଜପା ବିଧାନସଭା ମଧ୍ୟ ତ୍ୟାଗ କରିଥିଲା । ଅପରପକ୍ଷରେ ଉଦ୍ଧବ ଠାକରେ ବହୁମତ ସାବ୍ୟସ୍ତ ପରେ ଏହି ପ୍ରସଙ୍ଗରେ ମତବ୍ୟକ୍ତ କରି କହିଥିଲେ ଯେ, ଶପଥ ଗ୍ରହଣରେ ନିଜ ମାତାପିତା ଏବଂ ମହାପୁରୁଷଙ୍କ ନାମ ନେବାରେ ଖରାପ କ’ଣ ଅଛି । ଯଦି ଏହା ଅପରାଧ, ତେବେ ମୁଁ ଏହା ବାରମ୍ବାର କରିବି । ଶିବାଜୀ ଆମର ଭଗବାନ ଅଟନ୍ତି । ମୁଁ ସାମନାସାମନି ଲଢିବା ଲୋକ । ପରସ୍ପର ମଧ୍ୟରେ ମତଭେଦ ରହିଥାଏ । ହେଲେ ଏଠାରେ ବିରୋଧୀ ଦଳ ଭୁଲଭାବେ ଆମର ମତଭେଦକୁ ଦେଖାଇବାକୁ ଚେଷ୍ଟା କରୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*