ଆରମ୍ଭ ହେଲା ଆଦିବାସୀ ମେଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ଜଙ୍ଗଲରେ ଉତ୍ପନ ହେଉଥିବା ଖାଦ୍ୟ ସାମଗ୍ରୀକୁ ଆଦିବାସୀ ଖାଦ୍ୟ ମେଳା ଶୁକ୍ରବାର ସ୍ଥାନୀୟ ପଦର୍ଶନୀ ପଡ଼ିଆରେ କଳିଙ୍ଗ ପୁସ୍ତକ ମେଳା ପରିସରରେ ଥିବା ଏହି ଖାଦ୍ୟ ମେଳାରେ ମୋଟ ୫ଟି ଷ୍ଟଲରେ ବିଭିନ୍ନ ଜଙ୍ଗଲ ଜାତ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହେବ । ଏହି ଅବସରରେ ସ୍ଥାନୀୟ ରେଡ଼୍ରକସ୍ ଭବନ ଠାରେ କେନ୍ଦୁଝର, ସୁନ୍ଦରଗଡ଼, ଦେଓଗଡ଼, ବରଗଡ଼, ନବରଙ୍ଗପୁର, ଖୋର୍ଦ୍ଧା, କନ୍ଧମାଳ, କଟକ, ସମ୍ବଲପୁର, ଢେଙ୍କାନାଳ, ବୌଦ୍ଧ , ମୟୁରଭଞ୍ଜ, ଆଦି ଜିଲ୍ଲା ଗୁଡ଼ିକରୁ ଆସଥିବା ଶହେରୁ ଉଦ୍ଦ୍ୱର୍ ଆଦିବାସୀ ମହିଳାମାନଙ୍କୁ ଜଙ୍ଗଲ ଜାତ ଖାଦ୍ୟ ସାମଗ୍ରୀର ଉପାଦେୟତା ଓ ଆଜିର ଦିନରେ ଏହାର ଆବଶ୍ୟକତା ଏବଂ ମେଳାର ପ୍ରୟୋଜନିତା ସଂକ୍ରାନ୍ତରେ ବିଶେଷଜ୍ଞମାନେ ବିଭିନ୍ନ ଆଲୋଚନା କରିଥିଲେ । ମେଳାର ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଓଡ଼ିଶା ଖାଦ୍ୟ କମିଶନର ସଦସ୍ୟା ଡଃ ସିପ୍ରା ମଲ୍ଲିକ, ଓଡ଼ିଶା ସରକାରଙ୍କର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ୱାଳ, ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ପିକକ୍ ର ନିଦେ୍ର୍ଦଶିକା ଡଃ ମିନାକ୍ଷୀ ପନ୍ଦା, ବିଭିନ୍ନ ବିଶେଷଜ୍ଞ ମାନେ ପାରମ୍ପରିକ ଖାଦ୍ୟର ଉପାଦେୟତା ସୁଷମ ଖାଦ୍ୟ ଉପରେ ଆଲୋକପାତ କରିଥିଲେ । ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲାର ୨୨ଟି ଗ୍ରାମରେ କୁପୋଷଣ ପାଇଁ ପାରମ୍ପରିକା ଦେଶୀ ଜଙ୍ଗଲ ଜାତ ଖାଦ୍ୟ, ଦେଶୀ ବିହନର ସୁରକ୍ଷା ଉପରେ ପିପୁଲସ୍ କଲଚାର ସେଟଂର, ଦିଶା, କଜ୍ ଅନୁଷ୍ଠାନ ସହଯୋଗରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛନ୍ତି । ପିକକ୍ ଦ୍ୱାରା ଆୟୋଜିତ ଏହି ଖାଦ୍ୟ ମେଳାର ଉଦ୍ଘାଟନୀ ଉତ୍ସବରେ ପିକକ୍ର କାର୍ଯ୍ୟନିବାହୀ ନିଦେ୍ର୍ଦଶିକା ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଦିଶାର ସମ୍ପାଦକ ଅବଦୁଲ କଲାମ୍ ଅଜାଦ୍ ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*