ଆରବିଆଇ ଡେପୁଟି ଗଭର୍ଣ୍ଣର ଦୌଡ଼ରେ ୧୦ଜଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦ ପାଇଁ ଦୌଡରେ ଆଗରେ ଅଛନ୍ତି ଆରବିଆଇର କାର୍ଯ୍ୟକାରୀ ନିଦେ୍ର୍ଦଶକ ମାଇକେଲ ପାତ୍ରା । ଏଥିସହ ଏମ୍‌ପିସିର ସଦସ୍ୟ ଚେତନ ଘାଟେ ମଧ୍ୟ ଦୌଡ଼ରେ ଅଛନ୍ତି । ନିଯୁକ୍ତି ପାଇଁ ଗଠିତ ସମିତି ପକ୍ଷରୁ ମୋଟ ୧୦ଜଣ ପ୍ରାର୍ଥୀଙ୍କର ସାକ୍ଷାତକାର ନିଆଯାଇଛି । ଏଥିରେ ପାତ୍ରା ଏବଂ ଘାଟାଙ୍କ ସମେତ ୩ଜଣ ଅର୍ଥନୀତିଜ୍ଞ ଏବଂ ୨ଜଣ ଆଇଏଏସ୍‌ ଅଫିସର ସାମିଲ ଅଛନ୍ତି ।
ସୂଚନା ଅନୁସାରେ, ତାଲିକାରେ ଆଇଏଏସ୍‌ ଅଧିକାରୀ ଛତ୍ରପତି ଶିବାଜୀ ରହିଛନ୍ତି । ସେ ପୂର୍ବରୁ ସିଡ୍‌ବିର ସିଇଓ ଏବଂ ଅର୍ଥମନ୍ତ୍ରଣାଳର ପ୍ରଧାନ ସଚିବ ଥିଲେ । ବର୍ତ୍ତମାନ ସେ ଏଡିବିରେ ଭାରତର କାର୍ଯ୍ୟକାରୀ ନିଦେ୍ର୍ଦଶକ ଅଛନ୍ତି । ୱାଶିଂଟନରେ ଥିବା ଭାରତୀୟ ଦୂତାବାସର ଆର୍ଥିକ ଶାଖାର ବରିଷ୍ଠ ଅଧିକାରୀ ଅରୁଣିଶ ଚାୱଲା ଏବଂ ମଧ୍ୟପ୍ରଦେଶର ପ୍ରଧାନ ଅର୍ଥସଚିବ ମନୋଜ ଗୋଭିଲ ମଧ୍ୟ ଏହି ସାକ୍ଷାତକାରରେ ସାମିଲ ଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ, ବିରଲ ଆଚାର୍ଯ୍ୟଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡିଥିଲା । ଗତ ୭ ତାରିଖରେ ଏନେଇ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲାବେଳେ ଏ ସଂପର୍କରେ କୌଣସି ଅଧିକାରୀଙ୍କ ସୂଚନା ଦିଆଯାଇନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*