ଆରପାରିରେ ଶୋଲେ’ର ‘କାଲିଆ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ରମେଶ ସିପ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ବଲିଉଡ୍ର ସବୁଠାରୁ ଲୋକପ୍ରିୟ ଓ ଐତିହାସିକ ଫିଲ୍ମ ‘ଶୋଲେ’ ଓ ତା’ର ପ୍ରତ୍ୟେତ ଡାଇଲଗ୍ ମଧ୍ୟ ଐତିହାସିକ ଅଟେ ଓ ଏହି ଫିଲ୍ମରେ ଅଭିନୟ କରିଥିବା ପ୍ରତ୍ୟେକ ଚରିତ୍ର ମଧ୍ୟ ଦର୍ଶକଙ୍କ ପାଇଁ ଅମର ହୋଇଯାଇଛନ୍ତି । ଜୟ ବୀରୁ ଗବ୍ରଙ୍କ ଭଳି ଏହି ଫିଲ୍ମରେ ‘କାଲିଆ’ ମଧ୍ୟ ଏକ ମୁଖ୍ୟ ଚରିତ୍ର ଓ ଏହାର ଡାଏଲଗ୍‌ ‘ଅବ ତେରା କ୍ୟା ହୋଗା କାଲିଆ,ସର୍ଦ୍ଦାର ମେନେ ଆପକା ନମକ ଖାୟା ହେ’ ଆଜି ମଧ୍ୟ ଲୋକପ୍ରିୟ ହୋଇ ରହିଛି । ଏହି ‘କାଲିଆ’ ଭୂମିକାରେ ଅଭିନୟ କରିଥିବା ଅଭିନେତା ଭିଜୁ ‘ଖୋଟ୍ଟେ’ ମଧ୍ୟ ଦର୍ଶର୍କଙ୍କ ପାଇଁ ଏକ ଅମର ଚରିତ୍ର । କିନ୍ତୁ ବଲିଉଡ୍ର ଏହି ଲୋକପ୍ରିୟ ଅଭିନେତାଙ୍କର ସୋମବାର ସକାଳେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ଓ ତାଙ୍କ ଶରୀରର କିଛି ଅଂଶ କାମ କରିବା ବନ୍ଦ କରିଦେଇଥିଲା । ୭୭ ବର୍ଷୀୟ ଏହି ଅଭିନେତା ମୁମ୍ବାଇସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ହିନ୍ଦୀ ଫିଲ୍ମ ବ୍ୟତିତ ଭିଜୁ ଖୋଟ୍ଟେ ମରାଠୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେ ୧୯୬୪ ମସିହାରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ‘ଶୋଲେ’ ଫିଲ୍ମ ବ୍ୟତିତ ‘ଅନ୍ଦାଜ ଆପନା ଆପନା’ରେ ସେ ଅଭିନୟ କରିଥିବା ‘ରବର୍ଟ’ ଚରିତ୍ର ମଧ୍ୟ ଖୁବ୍ ଲୋକପ୍ରିୟ ଓ ଏହି ଚରିତ୍ରକୁ ଦର୍ଶକ ଆଜି ମଧ୍ୟ ମନେ ରଖିଛନ୍ତି । ନିଦେ୍ର୍ଦଶକ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ଗୋଲମାଲ-୩’ରେ ମଧ୍ୟ ସେ ଅଭିନୟ କରିଥିଲେ । ଏହି ଫିଲ୍ମରେ ତାଙ୍କୁ ‘ଶମ୍ଭୁ କାକା’ ଭୂମିକାରେ ଦେଖିବାକୁ ମିଳିଥିଲା । ନିଜ କ୍ୟାରିୟରରେ ବିଜୁ ଖୋଟ୍ଟେ ୩୦୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ଫିଲ୍ମ ବ୍ୟତିତ ବିଜୁ ଥିଏଟରରେ ମଧ୍ୟ ସକ୍ରିୟ ଥିଲେ । ମରାଠୀ ଥିଏଟରରେ ସେ ଅନେକ ବର୍ଷ କାମ କରିଥିଲେ ।
ଅଭିନେତା ବିଜୁ ଖୋଟ୍ଟେଙ୍କ ଜନ୍ମ ୧୭ ଡିସେମ୍ବର ୧୯୪୧ରେ ମୁମ୍ବାଇଠାରେ ହୋଇଥିଲା । ସେ ହିନ୍ଦୀ ଓ ମରାଠୀ ଫିଲ୍ମର ଅଭିନେତା ଥିଲେ । ବିଜୁ ଖୋଟ୍ଟେ ୧୯୬୪ ମସିହାରେ ‘ୟା ମାଲିକ’ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ନିଜ ଅଭିନୟ କ୍ୟାରିୟରରେ ସେ ଶୋଲେ, ନଗୀନା, ଅନ୍ଦାଜ ଆପନା ଆପନା, ଖିଲାଡି ୪୨୦, ହଲ୍ଲା ବୋଲ, ଗୋଲମାଲ-୩, ଓ ଭେଣ୍ଟିଲେଟର ଭଳି ଫିଲ୍ମରେ ଅଭିନୟ କରିଥିଲେ ।
ବିଜୁ ଖୋଟ୍ଟେ ୩୦୦ ସିନେମା ବ୍ୟତିତ ପ୍ରାୟ ୩୦ଟି ଟିଭି ସିରିୟଲରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କୁ କମେଡି ଭୂମିକାରେ ଅଭିନୟ କରିବା ଖୁବ୍ ପସନ୍ଦ ଥିଲା । ସେଥିପାଇଁ ସେ ନେଗେଟିଭ୍ ଭୂମିକା ଛାଡି କମେଡି ଭୂମିକାରେ ଅଭିନୟ କରିଥିଲେ । ୨୦୧୮ରେ ଆସିଥିବା ମରାଠୀ ଫିଲ୍ମ ‘ଭେଣ୍ଟିଲେଟର’ରେ ତାଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା ଓ ତାଙ୍କ ଅଭିନୟକୁ ମଧ୍ୟ ଖୁବ୍ ପ୍ରଶଂସା କରାଯାଇଥିଲା ।
ଖାଲି ଭିଜୁ ନୁହଁନ୍ତି ତାଙ୍କ ପୁରା ପରିବାର ମଧ୍ୟ ଅଭିନୟ ସହିତ ଜଡିତ ଥିଲେ ଓ ଅଛନ୍ତି । ତାଙ୍କ ପିତା ନନ୍ଦୁ ଖୋଟ୍ଟେ ଜଣେ ନାମୀ ଷ୍ଟେଜ ଆକ୍ଟର ଥିଲେ ଓ ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଥିଲେ । ତାଙ୍କ ପିଉସୀ ଦୁର୍ଗା ଖୋଟ୍ଟେ ବଲିଉଡ୍ର ଜଣେ ପ୍ରସିଦ୍ଧ କଳାକାରଙ୍କ ଭିତରୁ ଜଣେ ଥିଲେ । ଭିଜୁଙ୍କ ବଡ ଭଉଣୀ ଶୋଭା ଖୋଟ୍ଟେଙ୍କୁ ଅନେକ ସିନେମା, ଟିଭି ସିରିୟଲ ଓ ମରାଠୀ ଫିଲ୍ମରେ ଅଭିନୟ କରିଥିବାର ଦେଖିବାକୁ ମିଳିଛି । ତାଙ୍କ ଭାଣିଜୀ ଭାବନା ଭଲସାବର ମଧ୍ୟ ଲୋକପ୍ରିୟ କଳାକାର ଅଟନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*