‘ଆମ ଭାଷା ଓ ସଂସ୍କୃତି ପରସ୍ପର ପରିପୂରକ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭଦ୍ରକ

ଆମ ଭାଷା ଓ ସଂସ୍କୃତି ପରସ୍ପର ପରିପୂରକ ବୋଲି ଆମ ମାତୃଭାଷା ପରିଷଦ ଆନୁକୂଲ୍ୟରେ ଭଦ୍ରକ କଲ୍ୟାଣୀ ନଗର ଠାରେ ଆୟୋଜିତ ‘ସଂକ୍ରାନ୍ତି ଆସର’ରେ ବକ୍ତାମାନେ ମତ ବ୍ୟକ୍ତ କରିଥିଲେ । ଆୟୋଜିତ ଆସରରେ ‘ଆମ ଭାଷାରେ ଆମ ସଂସ୍କୃତି’ ଶୀର୍ଷକ ଆଲୋଚନାଚକ୍ରରେ ଇଂ ଅଭୟ ସୂତାର ପୌରୋହିତ୍ୟ କରିଥିଲେ । ଆଲୋଚନାଚକ୍ରକୁ ଶିକ୍ଷାବିତ୍ ଗଗନ ବିହାରୀ ରାଉତ ଉଦ୍ଘାଟନ କରିଥିଲେ ।
ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ ବିଶେଷ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପୁରୁଷୋତ୍ତମ ଧଳ ମୁଖ୍ୟବକ୍ତା, କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ନୀହାର ରଞ୍ଜନ କର, ବୀରନାରାୟଣ ଦାସ ପ୍ରମୁଖ ଅନ୍ୟତମ ଆଲୋଚକ ଭାବେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ପରିଷଦର ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ ।
କବି ବସନ୍ତ ପାତ୍ର ବେଦପାଠ କରିଥିଲେ । କବୟିତ୍ରୀ ଅନୁରାଧା ମିଶ୍ରଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*