ଆମେରିକା ମିଡିଆରେ ଛାଇଗଲା ହାଓଡି ମୋଦୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ୱାଶିଂଟନ

ହୁ୍ୟଷ୍ଟନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାଓଡି ମୋଦୀ କାର୍ଯ୍ୟକ୍ରମ ଏବେ ପୁରା ବିଶ୍ୱରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ପୁରା ବିଶ୍ୱର ଗଣମାଧ୍ୟମ ଏହି କାର୍ଯ୍ୟକ୍ରମକୁ କଭର୍‌ କରିଥିଲେ । ଅନେକ ଏହି ଖବରକୁ ନିଜ ମୁଖ୍ୟ ପୃଷ୍ଠାରେ ସ୍ଥାନ ଦେଇଛନ୍ତି । ସମାନ ବିଚାରଧାରା ରଖୁଥିବା ଦୁଇ ବିଶ୍ୱନେତା ମଞ୍ଚରେ ଏକାଠି ହୋଇଥିବା ଅନେକ ଉଲ୍ଲେଖ କରିଥିଲେ । ହାଓଡି ମୋଦୀ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀଙ୍କ ମ୍ୟାଜିକ୍‌ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ ଜଲୱା ମଧ୍ୟ ଦେଖାଦେଇଥିଲା ।
ହାଓଡି ମୋଦୀ ଭଳି ବିଶାଳ କାର୍ଯ୍ୟକ୍ରମ ଉପରେ ପୁରା ବିଶ୍ୱର ନଜର ଥିଲା । ବିଶ୍ୱ ମିଡିଆରେ ମୋଦୀଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଥିଲାବେଳେ ଟ୍ରମ୍ଫ୍‌ଙ୍କ ସଂପର୍କରେ ଅନେକ ନକରାତ୍ମକ ଖବର ଛାପିଥିଲେ । ହୁ୍ୟଷ୍ଟନରେ ଟ୍ରମ୍ଫ୍‌ ତମାଶା କରିଛନ୍ତି ବୋଲି ମଙ୍ଗଳବାର ଆମେରିକାର ୱାର୍ଲ୍ଡ ଷ୍ଟ୍ରିଟ୍‌ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ହେଲେ ଏହା ମୋଦୀ ଏବଂ ଟ୍ରମ୍ଫଙ୍କ ବନ୍ଧୁତାର ସକରାତ୍ମକ ଦିଗ ବିଷୟରେ ମଧ୍ୟ ବତାଇଛି । ଟ୍ରମ୍ଫ୍‌ ୨୦୧୬ରେ ଯେପରି ସମର୍ଥନ ହାସଲ କରିଥିଲେ, ସେହିପରିଭାବେ ୨୦୨୦ରେ ମଧ୍ୟ ମତଦାତାଙ୍କୁ ଲୁଭେଇବା ପାଇଁ ଚେଷ୍ଟା ଚଳାଇଛନ୍ତି । ଭାରତ-ଆମେରିକୀୟ ଲୋକଙ୍କ ସହ ଯୋଡିହେଲେ କଣ ଲାଭ ମିଳିବ, ତାହା ଟ୍ରମ୍ଫ୍‌ ଭଲଭାବେ ଜାଣିଛନ୍ତି ବୋଲି ଏଥିରେ ଉଲ୍ଲେଖ ଥିବା ଜଣାପଡିଛି ।
ଭାରତ ଏବଂ ଆମେରିକାର ଅଭିବୃଦ୍ଧି ସକାଶେ ମୋଦୀ-ଟ୍ରମ୍ଫ୍‌ଙ୍କ ମଧ୍ୟରେ ସଂପର୍କ ମଧ୍ୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ୱାର୍ଲ୍ଡ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ନିଜର ସଂପାଦକୀୟ ପୃଷ୍ଠାରେ ଉଲ୍ଲେଖ କରିଛି । ଏକାସହିତ ମୋଦୀ-ଟ୍ରମ୍ଫ୍‌ଙ୍କ ଉପସ୍ଥିତି ଭାରତ-ଆମେରିକା ମଧ୍ୟରେ ବର୍ଦ୍ଧିତ ସାମରିକ ସଂପର୍କକୁ ମଧ୍ୟ ଦର୍ଶାଉଛି । ବିଶ୍ୱର ଦୁଇ ବଡ ଗଣତନ୍ତ୍ର ଏସିଆ-ପ୍ରଶାନ୍ତ କ୍ଷେତ୍ରରେ ପ୍ରଭାବ ବିସ୍ତାର ପାଇଁ ଚୀନର ମହାତ୍ୱାକାଂକ୍ଷାକୁ ମଧ୍ୟ ରୋକିବାରେ ସଫଳ ହୋଇପାରିବେ । ଟ୍ରମ୍ଫ୍‌ ଏହି କଥାକୁ ଏବେ ଜାଣିପାରିଥିଲାବେଳେ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଏଦିଗରେ କାର୍ଯ୍ୟ ମଧ୍ୟ କରିଥିଲେ ବୋଲି ୱାର୍ଲ୍ଡ ଷ୍ଟ୍ରିଟ୍‌ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।
ଆମେରିକାର ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ହାଓଡି ମୋଦୀ କାର୍ଯ୍ୟକ୍ରମକୁ ଖୁବ୍‌ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି । ଜାତିସଂଘର ଆମେରିକାର ପୂର୍ବତନ ପ୍ରତିନିଧି ନିକି ହେଲୀ ମଧ୍ୟ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ଙ୍କ ଏକ ଟୁଇଟ୍‌କୁ ରିଟୁଇଟ୍‌ କରି ହେଲୀ ଲେଖିଥିଲେ ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ ଭଲ ସମ୍ବନ୍ଧ ରହିଛି । ଆଉ ହାଓଡି ମୋଦୀ ଯୋଗୁ ଏହି ସମ୍ବନ୍ଧ ଆହୁରି ଦୃଢୀଭୂତ ହେବ । ନିକି ହେଲୀ ଏହି ଏହି ଟୁଇଟ୍‌ରେ ଉଭୟ ମୋଦୀ ଏବଂ ଟ୍ରମ୍ଫ୍‌ଙ୍କୁ ଟ୍ୟାଗ୍‌ କରିଥିବା ମଧ୍ୟ ଜଣାପଡିଛି । ହେଲୀଙ୍କ ବ୍ୟତୀତ ଆମେରିକାର ରାଜନେତାମାନେ ମଧ୍ୟ ହାଓଡି ମୋଦୀକୁ ପ୍ରଶଂସା କରିଛନ୍ତି । ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଆସିଷ୍ଟାଣ୍ଟ ସେକ୍ରେଟାରୀ ଏଲିସ୍‌ ଜି ୱେଲସ୍‌ ଦୀର୍ଘ ଦିନ ହେବ ଭାରତ ଏବଂ ଆମେରିକା ମଧ୍ୟରେ ଖବୁ୍‌ ଭଲ ସଂପର୍କ ରହିଆସିଛି, ଆଗକୁ ମଧ୍ୟ ଏହି ସଂପର୍କ ଆହୁରି ଦୃଢ ହେବ । ହାଓଡି ମୋଦୀ ଜରିଆରେ ବଡ ସଂଖ୍ୟାରେ ଲୋକ ଏକତ୍ର ହେବା, ଦୁଇ ଦେଶ ମଧ୍ୟରେ ଗଭୀର ବନ୍ଧୁତା ଥିବା ସୂଚାଉଛି ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ରବିବାର ରାତି(ଭାରତୀୟ ସମୟାନୁସାରେ)ରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାରତ ଓ ଆମେରିକାର ଅନୂ୍ୟନ ୫୦ ହଜାର ଲୋକ ସାମିଲ୍‌ ହୋଇଥିଲେ । କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ଙ୍କ ବ୍ୟତୀତ ବହୁ ଆମେରିକୀୟ ସାଂସଦ ସାମିଲ୍‌ ଥିଲେ । ଏହି ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରୁଥିବା ଦେଖାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*