ଆମେରିକା – ଚାଇନା ପ୍ରଥମ ପର୍ଯ୍ୟାୟ ବୁଝାମଣା ପାଇଁ ସହମତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ୱାଶିଂଟନ

ବାଣିଜି୍ୟକ ଲଢେଇ ନେଇ ଦେଖାଯାଇଥିବା ଅସ୍ଥିର ପରିସ୍ଥିତି ଖୁବଶୀଘ୍ର ସୁଧୁରିପାରେ । କାରଣ ଆମେରିକା ଏବଂ ଚାଇନା ପକ୍ଷରୁ କୁହାଯାଇଛି ଯେ, ବ୍ୟବସାୟିକ ଆଲୋଚନାର ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବୁଝାମଣାକୁ ଅନ୍ତିମ ରୂପ ଦେବାର ଅତି ନିକଟତର ଆମେ ହୋଇଛୁ । ଦୁଇ ଦେଶ ମଧ୍ୟରେ ଟେଲିଫୋନ ମାଧ୍ୟମରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି ।
ଏ ସମ୍ପର୍କରେ ଜାରି ବୟାନରେ କୁହାଯାଇଛି ଯେ, କିଛି ମୁଖ୍ୟ ପ୍ରସଙ୍ଗ ଉପରେ ସହମତି ବନିସାରିଛି । ଆମେରିକା ବ୍ୟବସାୟିକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଆଲୋଚନା ଆଗକୁ ଜାରି ରହିବ । ପୂର୍ବରୁ ଆମେରିକା ରାଷ୍ଟ୍ରପତି ମଧ୍ୟ ଆଶା ପ୍ରକଟ କରିଛନ୍ତି ଯେ, ଏହି ଆଲୋଚନା ସଠିକ ଦିଗରେ ଗତି କରୁଛି ବୋଲି ମୁଁ ଆଶାବାଦୀ । ତେବେ ଅଦ୍ୟାବଧି ସୂଚନା ମିଳିନାହିଁ ଯେ, ବୁଝାମଣା ନେଇ ଦୁଇଦେଶ କେଉଁ ସ୍ଥିତିରେ ପହଞ୍ଚôଲେଣି । ସେହିପରି ଚୀନ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଦୁଇଦେଶ ପରସ୍ପରର ବିଭିନ୍ନ ସମସ୍ୟାକୁ ଓ ଚିନ୍ତାକୁ ଗୁରୁତ୍ୱ ଦେଉଛନ୍ତି । ଆଗକୁ ମଧ୍ୟ ବାର୍ତ୍ତା ଜାରି ରହିବ, ଖୁବଶୀଘ୍ର ଦୁଇଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହେବ । ଯାହା ମାଧ୍ୟମରେ ବୁଝାମଣାକୁ ଅନ୍ତିମ ରୂପ ଦେବାର ଉଦ୍ୟମ କରାଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*