ଆମୀରଙ୍କ ସହ ଡେବ୍ୟୁ କରିଥାନ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବରୁଣ ଧୱନ ବଲିଉଡର ଜଣାଶୁଣା ନିଦେ୍ର୍ଦଶକ ଡେଭିଡ୍‌ ଧୱନ୍‌ଙ୍କ ପୁଅ ହୋଇଥିବା ସତ୍ତ୍ୱେ ତାଙ୍କୁ ଇନ୍ଦଷ୍ଟ୍ରିରେ ନିଜର ସ୍ଥାନ ବନାଇବା ଲାଗି ବହୁ ସଂଘର୍ଷ କରିବାକୁ ପଡ଼ିଥିଲା । ୨୦୧୨ରେ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୍‌’ରୁ ସେ ବଲିଉଡରେ ଡେବୁ୍ୟ କରିଥିଲେ । ଏଇ ନିକଟରେ ଏକ ମିଡିଆକୁ ଦେଇଥିବା ଇଣ୍ଟରଭୁ୍ୟରେ ସେ ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି, “ପାପାଙ୍କ ଯୋଗୁ ମୁଁ ଅମୀରଙ୍କ ସହ ଫିଲ୍ମ କରିବାର ସୁଯୋଗକୁ ହାତଛଡ଼ା କରିଥିଲି । ଫିଲ୍ମ ‘ଧୋବୀ ଘାଟ’ ଏବଂ ‘ଲାଇଫ୍‌ ଅଫ୍‌ ପାଏ’ ଭଳି ଫିଲ୍ମ ଲାଗି ଅଡିସନ୍‌ ଦେଇଥିଲେ ମଧ୍ୟ ପାପା ଏବିଷୟରେ କିଛି ଜଣାନଥିଲେ । ଅମୀର ଖାନ୍‌ ମୋ ଅଡ଼ିସନ୍‌କୁ ଦେଖିବା ପରେ ସେ ପାପାଙ୍କୁ ଫୋନ୍‌ କରିଥିଲେ । ମୁଁ ଭାବିଥିଲି ଯେ, ମୁଁ ରିଜେକ୍ଟ ହୋଇଯାଇଛି ବୋଲି, କିନ୍ତୁ ମୁଁ ଏବେ ପ୍ରସ୍ତୁତ ନଥିବା କହିଥିଲେ ପାପା ।” ସୂଚନାଯୋଗ୍ୟ ଯେ, ଫିଲ୍ମ ‘ଧୋବୀ ଘାଟ’ରେ ଆମୀର ଖାନ୍‌ ଏବଂ ପ୍ରତୀକ୍‌ ବବର୍‌ଙ୍କ ଭଳି ଷ୍ଟାର୍‌ ନଜର ଆସିଥିଲେ । ଏହା ବ୍ୟତୀତ ହଲିଉଡ୍‌ ଫିଲ୍ମ ‘ଲାଇଫ୍‌ ଅଫ୍‌ ପାଏ’ରେ ଇର୍‌ଫାନ୍‌ ଖାନ୍‌ ମୁଖ୍ୟ ଭୂମିକା ନିଭାଇଥିଲେ । ବରୁଣଙ୍କୁ ଫିଲ୍ମ ‘ଷ୍ଟ୍ରୀଟ୍‌ ଡାନ୍ସର ୩ଡି’ରେ ଅଭିନୟ କରିଥିଲେ । ଏହି ଫିଲ୍ମର ନିଦେ୍ର୍ଦଶନା ରୋମୋ ଡିସୁଜା କରିଥିଲେ ଏବଂ ଏହାର ପ୍ରଡକ୍ସନ୍‌ ଭୂଷଣ କୁମାର କରିଥିଲେ । ଫିଲ୍ମରେ ଶ୍ରଦ୍ଧା କପୁର, ନୋରା ଫତେହୀ, ପ୍ରଭୁ ଦେବା, ରାଘବ ଜୁୟଲ ଏବଂ ଧର୍ମେଶଙ୍କ ଭଳି ଷ୍ଟାର୍‌ ଅଭିନୟ କରିଥିଲେ । ସାରା ଅଲ୍ଲୀ ଖାନ୍‌ଙ୍କ ସହିତ ବରୁଣଙ୍କ ‘କୁଲି ନଂ ୱାନ’ ରିଲିଜ୍‌ ଅପେକ୍ଷାରେ ରହିଛି । ଏହା ବ୍ୟତୀତ ବରୁଣଙ୍କ ‘ମିଷ୍ଟର ଲେଲେ’ ଫିଲ୍ମର ପୋଷ୍ଟର ଏଇ ନିକଟରେ ରିଲିଜ୍‌ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*