ଆମାଜନ୍‌ – ଫ୍ଲିପ୍‌କାର୍ଟ ଅଫରର ଯାଞ୍ଚ କରିବେ ସରକାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ବଡ ରିହାତି ମାଧ୍ୟମରେ ଦୁର୍ଗା ପୂଜା ସମୟରେ ନିଜ ସାମଗ୍ରୀ ବିକି ଥିବା ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟ ଏବେ ସରକାରଙ୍କ ରାଡାରରେ । ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଯାଞ୍ଚ କରାଯାଉଛି ଯେ, ବିପୁଳ ରିହାତି ମାଧ୍ୟମରେ ଏହି କମ୍ପାନୀମାନେ ବିଦେଶୀ ନିବେଶ ସମ୍ପର୍କିତ ନିୟମର ଉଲ୍ଲଙ୍ଘନ କରିଛନ୍ତି ନା ନାହିଁ । ବାଣିଜ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ ଦେଇଛନ୍ତି ଏହି ସୂଚନା ।
ଗୋଟିଏ ପଟେ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟ ସରକାରଙ୍କ ସମସ୍ତ ନିୟମକୁ ପାଳନ କରିଥିବା କଥା କହି ଆସୁଥିଲାବେଳେ ଅନ୍ୟ ପଟେ ସ୍ଥାନୀୟ ବ୍ୟବସାୟିକ ସଂଗଠନମାନେ ଅଭିଯୋଗ ଆଣିଛନ୍ତି ଯେ, ଏହି କମ୍ପାନୀମାନେ ୫୦ପ୍ରତିଶତରୁ ଅଧିକ ରିହାତି ଦେଇଛନ୍ତି । ଏ ନେଇ କନଫେଡ଼େରେସନ୍‌ ଅଫ୍‌ ଅଲଇନ୍ଦିଆ ଟ୍ରେଡର୍ସ ପକ୍ଷରୁ ସରକାରଙ୍କୁ ଅଭିଯୋଗ ସହ ଯେଉଁ ପ୍ରମାଣପତ୍ର ଦିଆଯାଇଛି ତାହାର ଯାଞ୍ଚ ଏବେ ବାଣିଜ୍ୟ ମନ୍ତ୍ରଣାଳୟ କରୁଛି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି କନଫେଡ଼େରେସନରେ ଦେଶର ୭କୋଟିରୁ ଅଧିକ ଖୁଚୁରା ବ୍ୟବସାୟୀ ସାମିଲ ଅଛନ୍ତି । କୁହାଯାଉଛି ଯେ, ବିପୁଳ ପରିମାଣର ରିହାତି କାରଣରୁ ଖୁଚୁରା ବ୍ୟବସାୟୀଙ୍କ କାରବାର ୩୦ରୁ ୪୦ପ୍ରତିଶତ ପ୍ରଭାବିତ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*