ଆବାସ ଯୋଜନା ପାଇଁ ପଟ୍ଟା ଦେବାକୁ ଦାବିପତ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଯାଜପୁର ଟାଉନ

ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ବହୁ ମାତ୍ରାରେ ଆଦିବାସୀ ସଂପ୍ରଦାୟର ବସୁବାସ କରିଆସୁଛନ୍ତି । ସେମାନଙ୍କର ନିଜସ୍ୱ ଜମି ନଥିବା ବେଳେ ଅନେକ ବର୍ଷ ପୂର୍ବରୁ ସରକାରୀ ଜମିରେ ଘରଦ୍ୱାର କରି ସ୍ଥାୟୀବାସିନ୍ଦା ଭାବେ ରହିଆସୁଅଛନ୍ତି । ମାତ୍ର ଆବାସ ଯୋଜନା ପାଇଁ ନିଜସ୍ୱ ଜମି ଦରକାର ହେଉଥିବା ବେଳେ ଏହି ସଂପ୍ରଦାୟର ଲୋକମାନେ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ସୁକିନ୍ଦା ବ୍ଲକ୍ର ନଡ଼ିଆଭଙ୍ଗା ଓ ସଁସାଇ ପଞ୍ଚାୟତର ଅଶୋକଝର, ଗିରିଧାରୀଦାୟି, ବାଲିଆ, ଭାଗିଆ, ପାଟପୁର, ହିଞ୍ଜଳବାହାରି, ଧୁଦିଖାଲ, ଶ୍ରୀରାମପୁର, କାରମାଘୁଟୁ, ଲେପହୁଳି, ବାରବାଙ୍କି ଆଦି ଅଞ୍ଚଳରେ ଶତାଧିକ ଲୋକ ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତି୍ରତ ହୋଇ ନିଜର ଅଭିଯୋଗ ଜଣାଇଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ନିଜସ୍ୱ ଜମି ନଥିଲେ ସରକାରୀ ଆବାସ ଯୋଜନାରୁ ହିତାଧିକାରୀ ବଞ୍ଚିତ ହେବେ । ଏଣୁ ପଟ୍ଟା ପାଇଁ ଅଞ୍ଚଳର ଲୋକମାନେ ପୂର୍ବରୁ ତହସିଲରେ ଆବେଦନ କରିଥିଲେ ମଧ୍ୟ ସେମାନେ ବସୁନ୍ଧରା ଯୋଜନାରେ ସାମିଲ ହୋଇପାରିନାହାନ୍ତି । ଫଳରେ ଚଳିତବର୍ଷ ଅନେକ ଲୋକଙ୍କ ନିଜସ୍ୱ ଜମି ନଥିବାରୁ ସେମାନଙ୍କୁ ପୁନଃ ବାଦ୍ କରାଯାଇଛି । ଏଣୁ ସେମାନଙ୍କୁ ତୁରନ୍ତ ଜମିପଟ୍ଟା ପ୍ରଦାନ କରି ଆବାସ ଯୋଜନାରେ ସାମିଲ କରିବାକୁ ବିଶ୍ୱନାଥ ସୋରେନ୍, ସନୁ ଜାରିକା, ବିରାମ ମୁର୍ମୁ ପ୍ରମୁଖ ଶତାଧିକ ଆଦିବାସୀ ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*