ଆବାସ କାର୍ଯ୍ୟାଦେଶ ବଣ୍ଟନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବାଲେଶ୍ୱର

ସଦର ବ୍ଲକ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂତନ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ମଦନ ମୋହନ ଦତ୍ତ ଯୋଗଦେଇ କାର୍ଯ୍ୟାଦେଶ ବଣ୍ଟନର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶର ଗୋଟିଏ ବି କଚ୍ଚାଘର ନ ରଖିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି ବୋଲି ସେ କହିଥିଲେ । ଏହି କ୍ରମରେ ବାଲେଶ୍ୱର ଜିଲ୍ଲାର କଚ୍ଚାଘର ଥିବା ପରିବାରକୁ ନିଶ୍ଚିତ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ସାମିଲ କରାଯିବ ବୋଲି ଶ୍ରୀ ଦତ୍ତ କହିଥିଲେ । ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ସୁପ୍ରୀତି ଗିରି, ବିଡିଓ ଶଙ୍କର୍ଷଣ ବେହେରାଙ୍କ ସମେତ ସମିତି ସଭ୍ୟ ରବିନାରାୟଣ ମହାପାତ୍ର, ସାର୍ଥା ସରପଞ୍ଚ ଶନିଆ ମୁର୍ମୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ସଦର ବ୍ଲକର ବିଭିନ୍ନ ପଞ୍ଚାୟତରୁ ମୋଟ ୨ ହଜାର ୪୧୯ ପରିବାରକୁ ଚୟନ କରାଯାଇଥିବା ବେଳେ ଏହି ପର୍ଯ୍ୟାୟରେ ୩୨୨ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*