ଆବାସିକ ବିଦ୍ୟାଳୟର ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଶବ ରଖି ଭାଜପା ଓ ଝାମୁମୋର ଧାରଣା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ବାରିପଦା/ଚିତ୍ରଡ଼ା
ଜିଲ୍ଲାରେ ଆଦିବାସୀ ମଙ୍ଗଳ ବିଭାଗ ଅଧିନରେ ଥିବା ଆଶ୍ରମ ବିଦ୍ୟାଳୟ, କନ୍ୟାଶ୍ରମ, ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ବାଳିକା ବିଦ୍ୟାଳୟରେ ବିବାଦ ବଢ଼ିବାରେ ଲାଗିଛି । ନାବାଳିକା ଛାତ୍ରୀ ଗର୍ଭବତୀ ହେବା, ଖାଦ୍ୟ ଅଭାବରେ ଛାତ୍ରଛାତ୍ରୀ ଦୀର୍ଘରାସ୍ତା ଚାଲି ଆସିବା ଅବହେଳା ଯୋଗୁଁ ଛାତ୍ରୀଙ୍କ ମୃତୁ୍ୟ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଆଦିବାସୀ ମଙ୍ଗଳ ବିଭାଗର ଜଣେ ଅଧିକାରୀ ଜିଲ୍ଲାର ବିଦ୍ୟାଳୟଗୁଡ଼ିକରୁ ମାସିକ ବଟି ଆଦାୟ କରିବା ବିବାଦ ସୃଷ୍ଟି ହୋଇଛି । ଅଧିକାରୀଙ୍କୁ ମାସିକ ବଟି ଦିଆଯାଉଥିବାରୁ ଆଦିବାସୀ ମଙ୍ଗଳ ବିଭାଗର ବିଦ୍ୟାଳୟଗୁଡ଼ିକରେ ବିଶୃଙ୍ଖଳା ଦେଖିବାକୁ ମିଳିଛି ।
ରାସଗୋବିନ୍ଦପୁର ବ୍ଲକର ମାଣିଦାଠାରେ ଥିବା ଆଦିବାସୀ ମଙ୍ଗଳ ବିଭାଗର ଆବାସିକ ଉଚ୍ଚ ବାଳିକା ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ବବିତା ପାତ୍ରଙ୍କର ସୋମବାର ରାତିରେ ମୃତୁ୍ୟ ହୋଇଛି । ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ଜଳଡିଳା ଗାଁର ବବିତା ପାତ୍ର ମାଣିଦ ଆବାସିକ ଉଚ୍ଚ ବାଳିକା ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ୩ଦିନ ଧରି ଛାତ୍ରୀ ବବିତାଙ୍କ ବାନ୍ତି ହେବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ । ମାତ୍ର ଅସୁସ୍ଥ ଛାତ୍ରୀ କବିତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇନଥିଲା । ଛାତ୍ରୀ ବବିତାଙ୍କ ଅବସ୍ଥା ଗୁରୁତର ହେବାରୁ ସୋମବାର ସନ୍ଧ୍ୟାରେ ରାସଗୋବିନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା । ରାତିରେ ବାରିପଦା ପନ୍ଦିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ଅଣାଯାଉଥିବାବେଳେ ଛାତ୍ରୀ ବବିତାଙ୍କର ମୃତୁ୍ୟ ହୋଇଥିଲା । ଚିକିତ୍ସାରେ ଅବହେଳା ଯୋଗୁଁ ବିବତାଙ୍କର ମୃତୁ୍ୟ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିପାଇଁ ଦାୟୀ ପ୍ରଧାନଶିକ୍ଷକ ଏବଂ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୃତାଛାତ୍ରୀ ବବିତାଙ୍କ କକା ନରେନ୍ଦ୍ର ପାତ୍ର ମଙ୍ଗଳବାର ରାସଗୋବିନ୍ଦପୁର ଥାନାରେ ଏତାଲା ଦାଏର କରିଛନ୍ତି ।
ସେହିପରି ଛାତ୍ରୀଙ୍କ ମୃତୁ୍ୟ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଏବଂ ମୃତାଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିକରି ମଙ୍ଗଳବାର ଅପରାହ୍ଣରେ ଭାଜପା ଓ ଝାମୁମୋ ପକ୍ଷରୁ ଛାତ୍ରୀଙ୍କ ଶବ ସହିତ ବାରିପଦାଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଭାଜପାର ରାଜ୍ୟ ଉପସଭାପତି ରାଜ କିଶୋର ଦାସ, ଜିଲ୍ଲା ସଭାପତି ଡଃ.କୃଷ୍ଣଚନ୍ଦ୍ର ମହାପାତ୍ର, ମିହିଳା ମୋର୍ଚ୍ଚା ଜିଲ୍ଲାସଭାନେତ୍ରୀ କୌଶଲ୍ୟା ନାୟକ, ଜିଲ୍ଲା ସାଧାରଣ ସଂପାଦକ ପ୍ରଦୀପ ମହାନ୍ତି, ଜିଲ୍ଲା ଉପସଭାପତି ପରେଶ ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟା ସରୋଜିନୀ ନାଏକ, ଅଚିନ୍ତାମଣୀ ସିଂ, ଦଶରଥ ମହାନ୍ତ, ଝାମୁମୋ ଜିଲ୍ଲା ସଭାପତି ଫାଗୁ ହାଁସଦା, ପୂର୍ବତନ ବିଧାୟକ ଅଜେନ ମୁର୍ମୁ ପ୍ରମୁଖ ଧାରଣାରେ ବସିଥିଲେ । ଅତିରିକ୍ତ ଜିଲ୍ଲା ଏସପି ଜୟରାମ ଶତପଥି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମୀନକେତନ ମଙ୍ଗରାଜ, ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚô ଆନେ୍ଦାଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ମୃତାଛାତ୍ରୀ ବବିତାଙ୍କ ଅନ୍ତେଷ୍ଟିକ୍ରୀୟା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ହଜାର ଟଙ୍କା ପ୍ରଦାନ ସହ ଅନୁକମ୍ପାମୂଳକ ସହାୟତା ରାଶି ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା । ଛାତ୍ରୀ ବବିତାଙ୍କ ମୃତୁ୍ୟ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହାପରେ ସନ୍ଧ୍ୟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସୋମବାର ରାତିରେ ଛାତ୍ରୀ ବବିତାଙ୍କର ମୃତୁ୍ୟ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଇନଥିଲା । ମଙ୍ଗଳବାର ପଞ୍ଚାୟତରାଜ ଦିବସ ଉତ୍ସବ ପାଳନ ପାଇଁ ସମସ୍ତ ସରକାରୀ ଅଧିକାରୀ ବ୍ୟସ୍ତଥିଲେ । ଆବାସିକ ବିଦ୍ୟାଳୟର ଛାତ୍ରୀ ବବିତାଙ୍କର ମୃତୁ୍ୟକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ବିଭାଗର ଜିଲ୍ଲା ମୁଖ୍ୟ ଅଧିକାରୀ ସ୍ମୃତିରଞ୍ଜନ ସାମନ୍ତରାୟଙ୍କୁ ଦେଖିବାକୁ ମିଳିନାହିଁ । ଏଥିନେଇ ବିବାଦ ସୃଷ୍ଟି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*