ଆଫ୍ରିକାରେ ନିଜକୁ ରାଜା ବତାଇଲେ ଭାରତୀୟ ଯୁବକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଚଳିଲା ଭଳି ସାଧାରଣ ଘର ଖଣ୍ଡେ କରିବା ପାଇଁ ଆମମାନଙ୍କ ପକ୍ଷରୁ ବଡ଼ କଷ୍ଟକର ବ୍ୟାପାର ହୋଇପଡୁଛି। ହେଲେ ଜଣେ ଭାରତୀୟ ଯୁବକ ଆଫି୍ରକାର ଏକ ଭୂଖଣ୍ଡକୁ ନିଜ ଦେଶ ଭାବେ ଘୋଷଣା କରି ବଡ଼ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇନ୍ଦୋରର ୨୪ ବର୍ଷ ବୟସ୍କ ବ୍ୟବସାୟୀ ସୂୟାଂଶ ଦୀକ୍ଷିତ ଇଜିପ୍ଟ ଓ ସୁଦାନ ମଧ୍ୟରେ ଥିବା ମାନବ ରହିତ ଭୂଖଣ୍ଡକୁ ନିଜ ଅଞ୍ଚଳ ଭାବେ ବତାଇ ତାହାର ସେ ରାଜା ବୋଲି ଉଲ୍ଲେଖ କରିଛନ୍ତି। ନିଜ ଫେସ୍‌ବୁକ୍‌ ପେଜ୍‌ରେ ସେ ପୂରା ଘଟଣା ବତାଇ ସୋସିଆଲ୍‌ ମିଡିଆରେ ବଡ଼ ଚଳଚଞ୍ଚଳ ଅବସ୍ଥା ସୃଷ୍ଟି କରିଛନ୍ତି। ନିଜକୁ ରାଜା ସୂୟାଂଶ ବୋଲି ମୁଁ ଘୋଷଣା କରୁଛି, ଆଉ ଦୀକ୍ଷିତ ରାଜତନ୍ତ୍ର ଏହି ଭୂଖଣ୍ଡରେ ସ୍ଥାପିତ କରୁଛି ବୋଲି ସେ ଫଟୋ ଦେଇ ଲେଖିଛନ୍ତି। ଇଜିପ୍ଟ ଓ ସୁଦାନ ମଧ୍ୟରେ ଥିବା ୮୦୦ ସ୍କୋୟାର ମାଇଲ୍‌ର ଜାଗା ଉପରେ କୌଣସି ଦେଶର ମାଲିକାନା ନାହିଁ। ଏ ସ୍ଥାନରେ ମଣିଷ ଚଳିପାରିବେ। ହେଲେ ଏହା କୌଣସି ଦେଶ ମଧ୍ୟରେ ଆସେ ନାହିଁ। ଏଠାକାର ପୁରୁଣା ପ୍ରଥା ହେଉଛି ଯଦି ଏହି ସ୍ଥାନର କିଛି ଜମି ନିଜର କରିବାକୁ ଚାହାନ୍ତି ତା’ହେଲେ ଏଥିରେ ଚାଷ କରିବାକୁ ହେବ। ସୂୟାଂଶ ଉଲ୍ଲେଖ କରିଛନ୍ତି ଯେ ମୁଁ କିଛି ମଞ୍ଜି ପୋତି ପାଣି ଦେଇଛି। ତେଣୁ ଏ ଭୂଖଣ୍ଡ ମୋର ଆଜିଠୁ ହୋଇଗଲା। ଇଜିପ୍ଟ ସେନାଠାରୁ ଅନୁମତି ନେଇ ସେମାନଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳ ବାଟ ଦେଇ କାର୍‌ରେ ଆସି ସୂୟାଂଶ ଏଠାରେ ପହଞ୍ଚିଥିଲେ ବୋଲି ଲେଖିଛନ୍ତି। ଜୀବନରେ କିଛି ନିଆରା ଦୁଃସାହସିକ କାମ କରିବାର ଇଚ୍ଛା ମୋତେ ଏଠାକୁ ଟାଣିଆଣିପାରିଛି ବୋଲି ସୂୟାଂଶ ଉଲ୍ଲେଖ କରିଛନ୍ତି। କେତେଦିନ ତାଙ୍କ ରାଜତନ୍ତ୍ର ତିଷ୍ଠୁଛି ଓ ସେ କେତେଦିନ ରାଜା ହୋଇ ସେ ଅଞ୍ଚଳ ଉପରେ ଅଧିକାର ସାବ୍ୟସ୍ତ କରୁଛନ୍ତି ତାହା ଜାଣିବାକୁ ବହୁଜଣ ଉତ୍ସୁକ ଥିବା ସୋସିଆଲ୍‌ ମିଡିଆରେ ପ୍ରତିକ୍ରିୟା ଆକାରରେ ବତାଇଛନ୍ତି ସୂୟାଂଶଙ୍କୁ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*