ଆପ୍‌ ସହ ଗଠବନ୍ଧନକୁ ନା କଂଗ୍ରେସ ଟାର୍ଗେଟେରେ ବିଧାନସଭା ନିର୍ବାଚନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ନୂଆଦିଲ୍ଲୀ

ଲୋକସଭା ନିର୍ବାଚନରେ ଦିଲ୍ଲୀର ୭ଟି ଆସନ ପାଇଁ ଆପ୍‌ ସହ ଗଠବନ୍ଧନର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛି କଂଗ୍ରେସ । ଏହାକୁ ନେଇ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛନ୍ତି ଆପ୍‌ ମୁଖିଆ ଅରବିନ୍ଦ କେଜି୍ରୱାଲ । କେଜି୍ରୱାଲଙ୍କ ଯୁକ୍ତି ଥିଲା ଆପ୍‌-କଂଗ୍ରେସ ଗଠବନ୍ଧନ ହେଲେ ସମସ୍ତ ୭ଟି ଯାକ ଆସନରେ ଭାଜପାକୁ ମାତ୍‌ ଦେଇହେବ । ତେବେ କଂଗ୍ରେସ ଏହି ପ୍ରସ୍ତାବକୁ ଖାରଜ କରିବା ପରେ ଅରବିନ୍ଦ କହିଛନ୍ତି ଯେ, କଂଗ୍ରେସ ଦଳ ଭାଜପା ଜିତୁ ବୋଲି ଚାହୁଁଛି ।
ତେବେ କେଜି୍ର କ’ଣ କହୁଛନ୍ତି ତାହା ଉପରେ ଗୁରୁତ୍ୱ ଦେଉନାହିଁ କଂଗ୍ରେସ । କଂଗ୍ରେସର ଲକ୍ଷ୍ୟ ୨୦୨୦ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ । ତେଣୁ ଦଳ ଏକୁଟିଆ ଲଢିବାର ନିଷ୍ପତ୍ତି ନେଇଛି । ୨୦୧୩ ବିଧାନସଭା ନିର୍ବାଚନରେ ଶୀଲା ଦୀକ୍ଷିତଙ୍କୁ ଠେଲି କେଜି୍ରୱାଲ ଦିଲ୍ଲୀ କ୍ଷମତା ଅକ୍ତିଆର୍‌ କରିଥିଲେ । ଏବେ ଶୀଲା ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଅଛନ୍ତି । ସେ କେଜି୍ରଙ୍କ ଠାରୁ ବଦଲା ନେବା ପାଇଁ ପୂରା ଜୋରରେ ଲାଗିପଡିଛନ୍ତି । କଂଗ୍ରେସର ଯୁକ୍ତି ହେଉଛି ଯଦି ଦିଲ୍ଲୀରେ ଗଠବନ୍ଧନ ହୋଇଥାଆନ୍ତା ତେବେ ପଞ୍ଜାବରେ ମଧ୍ୟ ଦଳକୁ ଗଠବନ୍ଧନର ମୂଲ୍ୟ ଦେବାକୁ ପଡିଥାଆନ୍ତା । ପଞ୍ଜାବର ଏବେ କଂଗ୍ରେସ ଏକାକୀ ନିଜ ସ୍ଥିତିକୁ ବେଶ ମଜବୁତ କରିସାରିଛି ।
କଂଗ୍ରେସର ଏହି ପଦକ୍ଷେପ ପକ୍ଷରେ ଆଉ ଏକ ବଡ଼ ରାଜନୈତିକ ସଙ୍କେତ ମଧ୍ୟ ଦେଖିବାକୁ ମିଳିଛି । ଆପ୍‌ ସହ ଗଠବନ୍ଧନରେ ଯିବା ଅର୍ଥ କଂଗ୍ରେସ ପାଇଁ ସିଟ୍‌ ସେୟାରିଂ ଫର୍ମୁଲା ଗୁରୁତ୍ୱ ରଖିଥାଆନ୍ତା । ଦିଲ୍ଲୀରେ ୭ଟି ଆସନ ଥିବାରୁ ୫୦-୫୦% ଫର୍ମୁଲା ଏଠି କାମ କରିନଥାନ୍ତା । ଏହି ପରିସ୍ଥିତିରେ ଗୋଟିଏ ଦଳ ସିନିୟର ପାର୍ଟନର ଏବଂ ଅନ୍ୟ ଦଳ ଜୁନିୟର ପାର୍ଟନର ହୋଇଥାଆନ୍ତା । କଂଗ୍ରେସ କଦାପି ରାଜି ହୋଇନଥାନ୍ତା ଜୁନିୟର ପାର୍ଟନର ହେବା ପାଇଁ । ଆପ୍‌ ମଧ୍ୟ କଦାପି ରାଜି ହୋଇନଥାନ୍ତା କମ୍‌ ଆସନ ନେବାକୁ । ଅନ୍ୟପଟେ କଂଗ୍ରେସ ପାଖରେ ମଧ୍ୟ ହରାଇବାର କିଛି ନାହିଁ । କାରଣ ବର୍ତ୍ତମାନ ଉଭୟ ଦିଲ୍ଲୀ ଲୋକସଭା ଏବଂ ବିଧାନ ସଭାରେ କଂଗ୍ରେସର ଜଣେ ବି କେହି ସଦସ୍ୟ ନାହାଁନ୍ତି । ଆପ୍‌ ସହ ଗଠବନ୍ଧନ ଯିବା ଅର୍ଥ କଂଗ୍ରେସ ପାଇଁ ଆସନ୍ତା ବିଧାନସଭା ନିର୍ବାଚନରେ ନିଜ ଅସ୍ଥିତ୍ୱର ଲଢେଇ ହୋଇଥାଆନ୍ତା । କଂଗ୍ରେସ ଗତ ୨୦ବର୍ଷ ମଧ୍ୟରେ ୧୫ବର୍ଷ ଦିଲ୍ଲୀରେ କ୍ଷମତା ଉପଭୋଗ କରିଥିବାରୁ ଏବେ ପୁଣି ଥରେ କ୍ଷମତାକୁ ଫେରିବାର ଲକ୍ଷ୍ୟରେ ଅଛି । ତେଣୁ ଦଳ ଏକାକୀ ନିଜ ସଫଳତାକୁ ଦୋହରାଇବାର ନିଷ୍ପତ୍ତି ନେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*