ଆପ୍‌ନା ଦଳର ଅଧ୍ୟକ୍ଷ ହେଲେ ଅନୁପ୍ରିୟା, ପ୍ରତାପଗଡ଼କୁ ନେଇ ହୋଇପାରେ ବଡ଼ ନିଷ୍ପତ୍ତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଲକ୍ଷ୍ନୌ

ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଅନୁପି୍ରୟା ପଟେଲ ସୋମବାର ଆପ୍‌ନା ଦଳ (ଏସ୍‌)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି । ଆଗକୁ ପ୍ରତାପଗଡ ଆସନକୁ ନେଇ ଉପନିର୍ବାଚନ ହେବାକୁ ଥିବା ବେଳେ ଏ ସମ୍ପର୍କରେ ଅନୁପି୍ରୟା ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି । ସୋମବାର ଲକ୍ଷ୍ନୌରେ ଆୟୋଜିତ ଦଳୀୟ ଅଧିବେଶନରେ ଅନୁପି୍ରୟାଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି ।
ମୋଦୀ ସରକାରଙ୍କ ଦ୍ୱିତୀୟ ଇନିଂସରେ ଅନୁପି୍ରୟାଙ୍କୁ ମନ୍ତ୍ରିପଦ ମିଳିନାହିଁ । ସେହିପରି ତାଙ୍କ ସ୍ୱାମୀ ଏବଂ ଦଳର ଅଧ୍ୟକ୍ଷ ଆଶିଷ ପଟେଲଙ୍କୁ ମଧ୍ୟ ଯୋଗୀ ସରକାରରେ ସ୍ଥାନ ମିଳିନାହିଁ । ଲୋକସଭା ନିର୍ବାଚନ ସମୟରେ ଆପ୍‌ନା ଦଳର ବିଧାୟକ ସଙ୍ଗମଲାଲ ଗୁପ୍ତା ଭାଜପା ଟିକେଟରେ ପ୍ରତାପଗଡ ଆସନ ଜିତିଥିଲେ । ଏହାପରେ ପ୍ରତାପଗଡ ବିଧାନସଭା ଆସନ ଖାଲି ପଡିଛି । ବଡ଼ କଥା ହେଉଛି ଏହି ଆସନରେ ପ୍ରାର୍ଥୀ ହେବା ପାଇଁ ଉଭୟ ଆପ୍‌ନା ଦଳ ଓ ଭାଜପା ମଧ୍ୟରେ ଜୋରଦାର ଉଦ୍ୟମ ଚାଲିଛି । ତେଣୁ କୁହାଯାଉଛି ଯେ,ଅନୁପି୍ରୟା କୌଣସି ପରିସ୍ଥିତିରେ ଏହି ଆସନ ଛାଡିବାକୁ ଚାହିଁବେ ନାହିଁ । ତେଣୁ ଖୁବ୍‌ଶୀଘ୍ର ଏହି ଆସନକୁ ନେଇ ଅନୁପି୍ରୟା ନିଷ୍ପତ୍ତି ନେବେ । ତାଙ୍କର ନିଷ୍ପତ୍ତି ଭାଜପା ସହ ତାଙ୍କ ଭବିଷ୍ୟତ ସମ୍ପର୍କକୁ ନିର୍ଦ୍ଧାରିତ କରିବ ବୋଲି ମଧ୍ୟ ମଧ୍ୟ କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଯେଉଁ ୧୨ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି ସେଥିରୁ ରାମପୁର ଆସନଟି ସପା ଏବଂ ଜଲାଲପୁର ଆସନଟି ବସପା ନିକଟରେ ଥିଲା । ଆଉ ବାକି ୧୦ଟି ଆସନ ଭାଜପା ଏବଂ ଏହାର ସହଯୋଗୀ ଦଳଙ୍କ କବଜାରେ ରହିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*