ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ବାରିପଦା

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆରଡିଏସ ଜରା ନିବାସ ପରିସରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଥିଲା । ଶିକ୍ଷାବୀତ ଜ୍ୟୋତିଶ୍ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଆଇନ ସେବା ପ୍ରାଧିକରଣର ସଚିବ ସ୍ମୃତି ରଞ୍ଜନ ମହାପାତ୍ର, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ, ଶିକ୍ଷକ ଭାଗବତ ପନ୍ଦା, ଅନୁଷ୍ଠାନର ସଭାପତି ଡାକ୍ତର କୁମୁଦ ରଞ୍ଜନ ରାଉତ, ସମ୍ପାଦକ ବିଜୟ କୁମାର ବେହେରା ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ସେବା କରିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ନାଗରିକମାନଙ୍କ ଆଶୀର୍ବାଦ ପାଇଲେ ଜଣେ ଜୀବନରେ ସଫଳତା ଲାଭ କରିବ ବୋଲି ବକ୍ତାମାନେ କହିଥିଲେ । ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଚଳିତ ଆଇନ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ ।
ଏହି ଅବସରରେ ବରିଷ୍ଠ ସମାଜସେବୀ ଡ. ଶିରିଶ ଚନ୍ଦ୍ର ପରିଡା ଓ ହେମଲତା ଶଙ୍ଖୁଆଙ୍କୁ ମାନପତ୍ର ଏବଂ ଉପାୟନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଜରାଶ୍ରମର ୭୫ ଜଣ ଅନ୍ତେବାସୀ ଏବଂ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*