ଆନ୍ତର୍ଜାତିକ ଗ୍ରୀନ୍ ୱାକାଥନର ଶୁଭାରମ୍ଭ,ବୃକ୍ଷ ଆମ ଜୀବନ: ରାଜ୍ୟପାଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବୃକ୍ଷର ବିକଳ୍ପ ନାହିଁ । ଆମର ଜୀବନକୁ ବୃକ୍ଷ ବହୁ ଭାବରେ ପ୍ରତିପାଳିତ କରୁଛି । ବୃକ୍ଷ ହେଉଛି ପରୋପରାକର ଜୀବନ୍ତ ପ୍ରତୀକ । ନିଜ ଉପରେ ଯେତେ ବିପଦ ଆସିଲେ ମଧ୍ୟ ତାକୁ ସହ୍ୟ କରି ଅପରର ଉପକାର ପାଇଁ ସଦା ତତ୍ପର ବୃକ୍ଷ । ଏହି ଦିବ୍ୟ ଭାବ ପାଇଁ ଭାରତୀୟ ସଂସ୍କୃତିର ବୃକ୍ଷ ଦେବତା ଭାବରେ ପୂଜିତ ହୋଇଆସୁଅଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମତବ୍ୟକ୍ତ କରିଛନ୍ତି । ରବୀନ୍ଦ୍ର ମନ୍ଦପ ଠାରେ ଆୟୋଜିତ ଆନ୍ତର୍ଜାତିକ ଗ୍ରିନ୍ ୱାକାଥନ୍କୁ ଶୁଭାରମ୍ଭ କରି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତିି ଯେ, ବୃକ୍ଷ ଆମ ଜୀବନ ଓ ସଂସ୍କୃତିର ପ୍ରମୁଖ ଅଂଶ ବିଶେଷ । ବୃକ୍ଷକୁ ଆଧାର କରି ଭାରତୀୟ ଧର୍ମ ଧାରଣା ଐତିହ୍ୟ ପରଂପରା ଓ ଜୀବନବୋଧ ନିର୍ମିତ ହୋଇଛି । ପୁରାଣ ଓ ଇତିହାସରେ ବୃକ୍ଷର ମହିମା ଓ ମହାତ୍ମ୍ୟର ଭୁରି ଭୁରି ବର୍ଣ୍ଣନା ହୋଇଛି । ତେଣୁ ବ୍ୟାପକ ବୃକ୍ଷ ରୋପଣ ଓ ଲାଳନ ପାଳନ ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ କହିଥିଲେ । ପୃଥବୀ ନାମକ ଏକ ସୁନ୍ଦର ଗ୍ରହ ଏବେ ବିପଦରେ । ଏହି ବିପଦର କାରଣ ମଣିଷମାନେ । ଏହି ଗ୍ରହର ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ହେଲେ ବୃକ୍ଷର ବିଶେଷ ଆବଶ୍ୟକତା ରହିଛି । ଜଳବାୟୁ ପରିବର୍ତନ ଓ ତାର କୁପ୍ରଭାବକୁ ପ୍ରତିହତ କରିବା ପାଇଁ ପ୍ରତ୍ୟେକ ନିଜ ନିଜ ସ୍ତରରେ ବୃକ୍ଷକୁ ଭଲ ପାଇବାକୁ ପ୍ରଫେସର ଲାଲ ଆହ୍ୱାନ ଦେଇଥିଲେ । ଏହି ଅବସରରେ ‘ପ୍ରେରଣା’ ଅଧକ୍ଷ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଗ୍ରିନ୍ ଆର୍ମିର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସଂର୍ପକରେ ଆଲୋକପାତ କରିଥିଲେ । ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତ ଷଡଙ୍ଗୀ ପରିବେଶ ସଂପର୍କିତ ସମସ୍ତ ପ୍ରସଂଙ୍ଗକୁ ପ୍ରଗତି ପ୍ରକିୟାରେ ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ପ୍ରକାଶ କରିବା ସହିତ ସେ ପ୍ରାୟ ୧୦ ଲକ୍ଷରୁ ଉଦ୍ଦ୍ୱର୍ ବୃକ୍ଷ ରୋପଣ ପାଇଁ ପ୍ରୟାସ କରିବେ ବୋଲି କହିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ‘ପ୍ରେରଣା ଓ ସ୍ମାଇଲ୍ ପ୍ଲିଜ୍’ ସଂସ୍ଥା ଦ୍ୱାରା ଆାୟୋଜିତ ବୃକ୍ଷ ପ୍ରେମୀ ସମାବେଶ ଓ ସଂବର୍ଦ୍ଧନା ଉତ୍ସବରେ ଅମୀୟ ଦାସ, ବିଶ୍ୱମୋହନ ପଟ୍ଟନାୟକ, ପ୍ରକାଶ ଶ୍ରୀଚନ୍ଦନ, ଓଡ଼ିଶା ଚଳଚିତ୍ର ଅଭିନେତା ସବ୍ୟାସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସରିତା ପଟେଲ, ସ୍କୃତି ସୁଧା ନାୟକ, ଲୁସି ମହାପାତ୍ର, ସତ୍ୟନାରାୟଣ ସେଣ, ପଦ୍ମଜା ପ୍ରିୟଦର୍ଶିନୀ, ପ୍ରକାଶ ସାମନ୍ତରାୟ ପ୍ରମୁଖ ଯୋଗଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*