ଆନ୍ତଃରାଜ୍ୟ ଟିଟିରେ ଭାଗ ନେବେ ୧୨ ଖେଳାଳି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଡିସେମ୍ବର ୨ର ୮ ତାରିଖ ମଧ୍ୟରେ ଜମ୍ମୁ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ୮୧ ତମ ଜୁନିୟର, ଯୁବା ଜାତୀୟ ଏବଂ ଆନ୍ତଃରାଜ୍ୟ ଟେବୁଲ ଟେନିସ୍‌ ପ୍ରତିଯୋଗିତା । ଓଡ଼ିଶାର ୧୨ ଜଣ ଖେଳାଳି ଏଥିରେ ଭାଗ ନେବାକୁ ଯାଉଛନ୍ତି । ଜୁନିୟର ବାଳକ ବର୍ଗରେ ୪, ଯୁବା ବାଳକ ବର୍ଗରେ ୩, ଜୁନିୟର ବାଳିକା ବର୍ଗରେ ୩ ଏବଂ ଯୁବା ବାଳିକା ବର୍ଗରେ ୪ ଜଣ ଖେଳାଳି ରାଜ୍ୟ ପକ୍ଷରୁ ଖେଳିବେ । ଶ୍ୱେତପଦ୍ମା ଦଳାଇ ଉଭୟ ଜୁନିଅର ଓ ଯୁବା ବାଳିକା ବର୍ଗରେ ଖେଳିବେ । ସେହିପରି ମଧ୍ୟ ଖେଳିବାକୁ ଯାଉଛନ୍ତି ୟୋସିତା ଜାମୁଲା । କଲ୍ଲୋଳ ଗାଙ୍ଗୁଲୀ ଦଳର କୋଚ୍‌ ଭାବେ ଯାଉଥିଲା ବେଳେ ମ୍ୟାନେଜର ଭାବେ ତୋହିଦ୍‌ ହକ୍‌ ଏବଂ ଅମ୍ପାୟାର ଭାବେ ତପନ କୁମାର ଖା ଦଳ ସହ ଯାଉଥିବା ଜଣାଇଛନ୍ତି ରାଜ୍ୟ ଟେବୁଲ ଟେନିସର ସମ୍ପାଦକ ରବିନ୍ଦ୍ର ପରିଡ଼ା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*