ଆଦିବାସୀ ଫିଲ୍ମ ‘କୁଲ କୁଡ଼ି ବାହାମୁନି’ର ମହୁରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଯଶିପୁର

ଗତ ଗୁରୁବାର ଦିନ ଅଦିବାସୀ ଫିଲ୍ମ ‘କୁଲ କୁଡ଼ି ବାହାମୁନି’ର ଶୁଭ ମହୁରତ ହୋଇଯାଇଛି । ଏହି ଚଳଚ୍ଚିତ୍ରଟି ବିଶୋଇ ବ୍ଲକ କାଦୁଆଣୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପିଙ୍କି ମାରାନ୍ଦି ଏହି ଚଳଚ୍ଚିତ୍ରଟି ପ୍ରୟୋଜିତ ଅଛନ୍ତି । ଅଭିନୟରେ ହିରୋ ନାୟକ ଜୟ ପ୍ରକାଶ ମୁର୍ମୁ (କଲିକତା) ନାୟିକା- ଡଗର ଟୁଡୁ (ଝାରଖନ୍ଦ) ଅଭିନୟ କରିବା ସହିତ ପ୍ରେମ ମାରାନ୍ଦି, ମାରସାଲ ମାରାନ୍ଦି, ରିସ ଦାସ, ଭାଗବତ ହେମ୍ବ୍ରମ ଲକ୍ଷ୍ମୀ ମାରାନ୍ଦି ଓ ଧର୍ମେନ୍ଦ୍ର ମାରାନ୍ଦି ଅଭିନୟ କରିବା ସହିତ ଏହି ନାୟକ ଓ ନାୟିକା ପୂର୍ବରୁ ବେଙ୍ଗଲୀ, ହିନ୍ଦୀ, ଓଡ଼ିଆ ଆଲବମ ମଧ୍ୟ କରିଛନ୍ତି । ପଶ୍ଚିମବଙ୍ଗର ଯୁବ ନିଦେ୍ର୍ଦଶକ ସପମ ମୁର୍ମୁଙ୍କ ନିଦେ୍ର୍ଦଶନାରେ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଆଦିବାସୀ ଚାଲିଚଳଣ ଓ ପରମ୍ପରା ଉପରେ ଆଧାରିତ ହେବ । ଏହା ମୟୂରଭଞ୍ଜ ଜିଲ୍ଲାରେ ହିଁ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହା ସମ୍ପୂର୍ଣ୍ଣ ଭାବେ ସୁଟିଂ ହେବ । ନାରୀକୁ କେବେ ବି ଅବଳା, ଦୁର୍ବଳା ଭାବିବା ଠିକ୍‌ ନୁହେଁ । ନାରୀ ଶକ୍ତି ହିଁ ଦେଶର ସବୁଠୁ ବଡ଼ ଶକ୍ତି ଭାବେ ଉଭା ହେବେ ବୋଲି ପ୍ରୟୋଜନା ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*