ଆଦିବାସୀଙ୍କୁ ଜମିପଟ୍ଟା ପାଇଁ ମିଳିଲା ୪ ମାସ ସମୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ଆଦିବାସୀଙ୍କୁ ସେମାନଙ୍କ ଜଙ୍ଗଲ ଜମିରୁ ହଟେଇବା ଲାଗି ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ନିଦେ୍ର୍ଦଶକୁ ଗୁରୁବାର ସ୍ଥଗିତ ରଖିଛନ୍ତି । ଜଙ୍ଗଲ ନିକଟରେ ରହୁଥିବା ଅଧିବାସୀଙ୍କୁ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଆଦିବାସୀମାନେ ଜଙ୍ଗଲ ଜମିକୁ ନଷ୍ଟ କରିବା ସହ ଜଙ୍ଗଲ ଧ୍ୱଂସରେ ସଂପୃକ୍ତ ବୋଲି ଏହି ମାମଲାରେ ଦାୟର ହୋଇଥିଲା । ଗୁରୁବାର ଏହି ରାୟକୁ ସ୍ଥଗିତ ରଖିବା ସହ ରାଜ୍ୟ ସରକାରମାନଙ୍କୁ ୪ ମାସ ଭିତରେ ଆଦିବାସୀଙ୍କୁ ସେମାନଙ୍କ ଜମିପଟ୍ଟା ଦେବାର ବ୍ୟବସ୍ଥା କରିବା ସହ କୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଶହ ଶହ ବର୍ଷ ଧରି ରହୁଥିବା ଅଧିକାଂଶ ଆଦିବାସୀଙ୍କ ନିକଟରେ ଜମିପଟ୍ଟା ନାହିଁ । ତେବେ ଗତମାସ ୧୫ ତାରିଖରେ ଏହି ନିଦେ୍ର୍ଦଶ ଆସିବା ପରେ ଦେଶର ସବୁ ଆଦିବାସୀ ସମୂହ ଏହି ରାୟକୁ ବିରୋଧ କରିଥିଲେ । ଏଥିରେ ଦେଶର ୧୦ ଲକ୍ଷ ଆଦିବାସୀ ପ୍ରଭାବିତ ହୋଇଥାନ୍ତେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*