ଆଦିତ୍ୟ ଉପମୁଖ୍ୟମନ୍ତ୍ରୀ ହେଲେ ଅସୁବିଧା ନାହିଁ : ଫଡନବିସ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ
ମହାରାଷ୍ଟ୍ରର ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି । ଏହି ଅବସରରେ ଦେବେନ୍ଦ୍ର ଫଡନବିସ୍‌ କହିଛନ୍ତି ଯେ, ମୁଁ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବନିବି । ଶିବସେନା ମୁଖିଆ ଉଦ୍ଦବ ଠାକରେଙ୍କ ପୁଅ ଆଦିତ୍ୟ ଉପମୁଖ୍ୟମନ୍ତ୍ରୀ ହେଲେ ଆମର କୌଣସି ଅସୁବିଧା ନାହିଁ ।
ସୋମବାର ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଭାଜପା ଏବଂ ଶିବସେନାର ଅତୁଟ ଗଠବନ୍ଧନ ରହିଛି । ଆମେ ଦୁହେଁ ମିଶି ନିର୍ବାଚନ ଲଢୁଛୁ । କେବଳ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହେଁ ଶିବସେନାର ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି । ତେବେ ଏଥିରେ କୌଣସି ସନେ୍ଦହ ନାହିଁ ଯେ,ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବ । ଫଡନବିସ୍‌ ଆହୁରି କହିଛନ୍ତି ଯେ, ଭାରତ ହେଉଛି ଆମ ଦେଶ । ଆମେ ଦେଶର ବିଷୟ ଆଲୋଚନା କରିବୁ ନାହିଁ ତ ଆଉ କାହା ବିଷୟରେ ଆଲୋଚନା କରିବୁ । ରାଷ୍ଟ୍ରବାଦ ଆମର ରକ୍ତରେ । ବିଶ୍ୱବ୍ୟାପୀ ଯଦି ଭାରତକୁ ସମ୍ମାନ ମିଳୁଛି ତେବେ ତାହା ଆମ ପ୍ରଧାନମନ୍ତ୍ରୀଙ୍କ କାରଣରୁ । ଏହା ବଡ଼ ଗର୍ବର ବିଷୟ । ଦେଶବାସୀଙ୍କୁ ମଧ୍ୟ ଏନେଇ ଗର୍ବ ଅନୁଭବ କରିବାକୁ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*