ଆଦିତ୍ୟଙ୍କ ସମର୍ଥନରେ ବାହାରିଲେ ସଂଜୟ ଦତ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ହାତଗଣତି ଦିନ ବାକି ରହିଛି । ସବୁ ଦଳ ପୂରା ଦମ୍‌ରେ ଲାଗିବା ସହ ର୍ୟାଲି ଏବଂ ରୋଡ଼ ଶୋ’ କରୁଛନ୍ତି । ଏଥର ରାଜ୍ୟ ନିର୍ବାଚନରେ ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ଠାକରେ ପରିବାରର ପୁଅ ଆଦିତ୍ୟ ଠାକରେ । ଆଉ ଆଦିତ୍ୟଙ୍କ ସମର୍ଥନରେ ବାହାରିଛନ୍ତି ବଲିଉଡ୍‌ ଅଭିନେତା ସଂଜୟ ଦତ୍ତ ।
ସୋସିଆଲ ମିଡିଆରେ ସଂଜୟ ଦତ୍ତଙ୍କ ଏକ ଭିଡିଓ ଦେଖିବାକୁ ମିଳୁଛି । ଏହି ଭିଡିଓରେ ସଂଜୟ ଦତ୍ତ ଶିବସେନା ମୁଖ୍ୟଆ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି । ସେ ଆଦିତ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ବିଜୟ ମନାସୁଛନ୍ତି । ସଂଜୟ କହିଛନ୍ତି ଯେ, ଆଦିତ୍ୟ ମୋର ସାନଭାଇ ଭଳି । ବାଲାସାହେବ ଠାକରେଙ୍କ ପରିବାର ମୋତେ ବଡ଼ ସହଯୋଗ କରିଛନ୍ତି । ସେ ମୋର ବାପା ଭଳି, ମୁଁ ତାଙ୍କୁ କେବେ ଭୁଲି ପାରିବି ନାହିଁ । ମୋର ବଡ଼ ବିଶ୍ୱାସ ଆଦିତ୍ୟ ଭଲ ବ୍ୟବଧାନରେ ନିର୍ବାଚନ ଜିତିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*