ଆଦାନୀ ଧାମରା ପୋର୍ଟକୁ ମିଳିଲା କଳିଙ୍ଗ ସେଫ୍ଟି ଗୋଲ୍ଡ ଆୱାର୍ଡ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ :ଭଦ୍ରକ

ଔଦ୍ୟୋଗିକ ସୁରକ୍ଷା ଓ ବନ୍ଦର ଅଞ୍ଚଳରେ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଦାନୀ ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍କୁ କଳିଙ୍ଗ ସେଫ୍ଟି ଗୋଲ୍ଡ ଆୱାର୍ଡ ପ୍ରଦାନ କରାଯାଇଛି । ଭୁବନେଶ୍ୱରଠାରେ ଆୟୋଜିତ ଓଡିଶା ରାଜ୍ୟ ସୁରକ୍ଷା କନକ୍ଲେଭ – ୨୦୧୯ ରେ ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ପ୍ରମୁଖ ସଚିବ ତଥା ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ପରିଚାଳନା ନିଦେ୍ର୍ଦଶକ ପ୍ରଦୀପ କୁମାର ଜେନାଙ୍କ ଠାରୁ ଧାମରା ପୋର୍ଟର ଅଗ୍ନିଶମ ଓ ସୁରକ୍ଷା ବିଭାଗ ମୁଖ୍ୟ ସୁବ୍ରତ କୁମାର ମନ୍ଦଳ ଓ ହୃଷିକେଶ ବିଶ୍ୱାଳ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପୂର୍ବ ଭାରତର ଅର୍ଥନୈତିକ ପ୍ରବେଶ ପଥ ଭାବେ ରାଜ୍ୟର ବାଣିଜ୍ୟ ନୀତିକୁ ସୁଦୃଢ କରିବାରେ ଆଦାନୀ ଧାମରା ପୋର୍ଟ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*