ଆଦର୍ଶ ସଚିନଙ୍କୁ ଭେଟିଲେ ବ୍ଲେକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ
ନିଜେ ଜଣେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳି । ଆଥଲେଟିକ୍ସ ଦୁନିଆରେ ନିଜର ରହିଛି ନିଆରା ପ୍ରସିଦ୍ଧି । ସେହି ଜାମାଇକାର ମହାନତମ ଧାବକ ୟୋହାନ ବ୍ଲେକ୍‌ଙ୍କ ମନରେ କ୍ରିକେଟ୍‌ ପ୍ରତି ରହିଛି ବଡ଼ ଦୁର୍ବଳତା । ଆଥଲେଟ୍‌ ବନିବା ପୂର୍ବରୁ ସେ କ୍ରିକେଟର ହେବାକୁ ଚାହୁଁଥିଲେ । ସେ ସଚିନ ତେନ୍ଦୁଲକରଙ୍କ ମସ୍ତବଡ଼ ଫ୍ୟାନ୍‌ । ସଡ଼କ ସୁରକ୍ଷା କ୍ରିକେଟ୍‌ ସିରିଜ୍‌ ପାଇଁ ଭାରତ ଆସିଥିଲା ବେଳେ ବୁଧବାର ସଚିନଙ୍କ ଘରକୁ ଯାଇ ନିଜ ଆଦର୍ଶଙ୍କୁ ଭେଟି ଖୁସି ହୋଇଯାଇଛନ୍ତି ବ୍ଲେକ୍‌ । ମହାନତମ ମଣିଷଙ୍କ ସହ ତାଙ୍କ ଘରେ କଥା ହେବା ଏକ ସୁଖଦ ଅନୁଭୂତି ଥିଲା ବୋଲି ବ୍ଲେକ୍‌ କହିଛନ୍ତି । ସଚିନ ଏହି ଭେଟାଭାଟ୍‌ ବେଳେ ତାଙ୍କ ଫିଟ୍‌ନେସ୍‌ ଏବଂ ଆଗାମୀ ଟୋକିଓ ଅଲିମ୍ପିକ୍‌ ବାବଦରେ ପ୍ରସ୍ତୁତି ବିଷୟ ଜାଣିବାକୁ ଚାହିଁଥିଲେ । ସଡ଼କ ସୁରକ୍ଷା କ୍ରିକେଟ୍‌ ସିରିଜରେ ସଚିନ ମଧ୍ୟ ଭାଗନେବାକୁ ଯାଉଛନ୍ତି ଆମ୍ବାସଡ଼ର ଏବଂ ଖେଳାଳି ଭାବରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*