ଆଡିସନାଲ ଏସପି, ଡିଏସପି ଓ ଇନ୍ସପେକ୍ଟର ସ୍ତରରେ ବଦଳି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ
ରାଜ୍ୟ ପୁଲିସ ଏଷ୍ଟାବ୍ଲିଶମେଣ୍ଟ ବୋର୍ଡ ବୈଠକର ନିଷ୍ପତ୍ତି ଅନୁଯାୟୀ ୬ ଆଡିସନାଲ ଏସପି, ୫ ଡିଏସପି ବା ଏସିପି ଓ ୧୫ ଇନ୍ସପେକ୍ଟରଙ୍କ ବଦଳି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଶନରେଟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଡିସିପି ଲକ୍ଷ୍ମୀଧର ମହାପାତ୍ରଙ୍କୁ କଟକ କମିଶନରେଟର ଆଇୟୁସିଏଡବ୍ଲୁ୍ୟର ଅତିରିକ୍ତ ଡିସିପି ଭାବେ ଭୁବନେଶ୍ୱର କମିଶନରେଟ ମୁଖ୍ୟାଳୟର ଅତିରିକ୍ତ ଡିସିପି ତପସ୍ୱିନୀ ଆରୁଖଙ୍କୁ ଭୁବନେଶ୍ୱର କମିଶନରେଟର ଅତିରିକ୍ତ ଡିସିପି, ଅଶ୍ୱିନୀ କୁମାର ମିଶ୍ରଙ୍କୁ ଭୁବନେଶ୍ୱର କମିଶନରେଟର ଅତିରିକ୍ତ ଡିସିପି, ଗଦାଧର ପ୍ରଧାନୀଙ୍କ କଟକ କମିଶନରେଟର ଅତିରିକ୍ତ ଡିସିପି ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇ ଭୁବନେଶ୍ୱର କମିଶନରେଟର ଅତିରିକ୍ତ ଡିସିପି ଭାବେ, ପ୍ରଶାନ୍ତ କୁମାର ପଟ୍ଟନାୟକ ଙ୍କ କଟକ କମିଶନରେଟର ଆଇୟୁସିଏଡବ୍ଲୁ୍ୟକୁ ହୋଇଥିବା ବଦଳିକୁ ବାତିଲ କରାଯାଇ ଭୁବନେଶ୍ୱର କମିଶନରେଟର ଅତିରିକ୍ତ ଡିସିପି ଏବଂ ପ୍ରମୋଦ କୁମାର ସାମନ୍ତରାୟଙ୍କୁ ଭୁବନେଶ୍ୱର କମିଶନରେଟର ହେଡକ୍ୱାର୍ଟର ଅତିରିକ୍ତ ଡିସିପି ଭାବେ ବଦଳି କରାଯାଇଛି । ସେହିପରି ଭୁବନେଶ୍ୱର କମିଶନରେଟ ମୁଖ୍ୟାଳୟରେ ଥିବା ଏସିପି ଯତୀନ୍ଦ୍ର ପନ୍ଦାଙ୍କୁ କଟକ ଟ୍ରାଫିକ ଏସିପି, ଭାରପ୍ରାପ୍ତ ଡିଏସପି ନାରାୟଣ ଚନ୍ଦ୍ର ବାରିକଙ୍କୁ କଟକ କମିଶନରେଟର ଜୋନ ୩ ଏସିପି, କିଶୋର ଚନ୍ଦ୍ର ଦାସଙ୍କୁ ଭୁବନେଶ୍ୱର କମିଶନରେଟ ମୁଖ୍ୟାଳୟର ଜୁଡିସିଆଲ ସେକ୍ସନ ଏସିପି, ଭାରପ୍ରାପ୍ତ ଏସିପି ସଂଜୀବ କୁମାର ଶତପଥୀଙ୍କୁ କଟକ କମିଶନରେଟର ଆଇୟୁସିଏଡବ୍ଲୁ୍ୟ ଏସିପି, ଡିଏସପି ସତ୍ୟରଂଜନ ମଲ୍ଲିକଙ୍କୁ କଟକ କମିଶନରେଟ ଡିଆଇବି ଏସିପି ଭାବେ ବଦଳି କରାଯାଇଛି । ସେହିପରି ଭୁବନେଶ୍ୱର କ୍ୟାପିଟାଲ ଥାନାର ଅତିରିକ୍ତ ଥାନାଧିକାରୀ ସନ୍ଧ୍ୟାରାଣୀ ସିଂହଙ୍କୁ ବାଦାମବାଡି ଥାନାର ଅତିରିକ୍ତ ଥାନାଧିକାରୀ, ଚାଉଳିଆଗଂଜ ଥାନାଧିକାରୀ ଅଜୟ କୁମାର ଦାସଙ୍କୁ ଭୁବନେଶ୍ୱର କମିଶନରେଟର ଆଇୟୁସିଏଡବ୍ଲୁକୁ, ଜଗତପୁର ଥାନା ଅଧିକାରୀ ବିରଂଚିନାରାୟଣ ପତିଙ୍କୁ ସହିଦ ନଗର ଥାନାକୁ, ବିଶ୍ୱରଂଜନ ସେନାପତିଙ୍କୁ ଖାରବେଳନଗର ଥାନାଧିକାରୀ, ଆଶୁତୋଷ ମିଶ୍ରଙ୍କୁ ଲାଲବାଗ ଥାନା ଅଧିକାରୀ, ଅମିତାଭ ମହାପାତ୍ରଙ୍କୁ ମଙ୍ଗଳାବାଗ ଥାନା ଅଧିକାରୀ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଦୀପକ କୁମାର ମିଶ୍ରଙ୍କୁ ଚାଉଳିଆଗଂଜ ଥାନାକୁ, ସତ୍ୟଜିତ ଦାସଙ୍କୁ କନ୍ଦରପୁର ଥାନା ଅଧିକାରୀ, କଟକ ମହିଳା ଥାନା ଅଧିକାରୀ ଅନୁସୂୟା ନାୟକଙ୍କୁ ଭୁବନେଶ୍ୱର ମହିଳା ଥାନାକୁ, ଭୁବନେଶ୍ୱର ମହିଳା ଥାନାର ଅତିରିକ୍ତ ଇନ୍ସପେକ୍ଟର ଅନୀତା ସାହୁଙ୍କୁ ମଙ୍ଗଳାବାଗ ଥାନାର ଅତିରିକ୍ତ ଇନ୍ସପେକ୍ଟର, ବାଲିଅନ୍ତା ଥାନା ଅଧିକାରୀ ଆକାଶ ରଣାଙ୍କୁ ଫୁଲନଖରା ଟ୍ରାଫିକ ଥାନାକୁ, ଭୁବନେଶ୍ୱର ଟ୍ରାଫିକ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବାଲାଙ୍କୁ କଟକ ଟ୍ରାଫିକ ଥାନାକୁ, ବାଦାମବାଡି ଥାନା ଅତିରିକ୍ତ ଇନ୍ସପେକ୍ଟର ରୀନା ଦାସଙ୍କୁ କଟକ ମହିଳା ଥାନା ଅଧିକାରୀ, ଶରତ ଚନ୍ଦ୍ର ପାତ୍ରଙ୍କୁ ଲିଙ୍ଗରାଜ ଥାନା ଅଧିକାରୀ ଭାବେ ବଦଳୀ କରାଯାଇଥିବା ବେଳେ ଭୁବନେଶ୍ୱର ମହିଳା ଥାନାଧିକାରୀ ଭାବେ ପୂର୍ବରୁ ବଦଳି ହୋଇଥିବା ଅର୍ପିତା ଖଟୁଆଙ୍କ ବଦଳିକୁ ବାତିଲ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*