ଆଝାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଜାତିସଂଘରେ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସର ପ୍ରସ୍ତାବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଜାତିସଂଘ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦରେ ଜୈଶ-ଏ-ମହମ୍ମଦ ଆତଙ୍କୀ ମୌଲାନା ମାସୁଦ ଆଝାର ଉଉପରେ ପ୍ରତିବନ୍ଧକ ଲଗାଇବାକୁ ଉଦ୍ୟମ ହୋଇଛି । ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ମିଳିତଭାବେ ମାସୁଦ ଆଝାରକୁ ବିଶ୍ୱ ଆତଙ୍କୀଭାବେ ଘୋଷଣା କରିବା ନେଇ ଜାତିସଂଘ ସୁରକ୍ଷା ପରିଷଦକୁ ପ୍ରସ୍ତାବ ଦେଇଛି । ଅବଶ୍ୟ ଏନେଇ ଚୀନ ତୁରନ୍ତ କିଛି ପ୍ରତିକ୍ରିୟା ଦେଇନି । ଆମେରିକା-ବ୍ରିଟେନ-ଫ୍ରାନ୍ସ ଦେଇଥିବା ପ୍ରସ୍ତାବ ଉପରେ ଜାତିସଂଘ ଆସନ୍ତା ୧୦ ଦିନ ମଧ୍ୟରେ ବିଚାର କରିବ । ଯଦି ଏହି ପ୍ରସ୍ତାବ ପାରିତ ହୋଇଯାଏ, ତେବେ ମାସୁଦ ଆଝାର ବିଶ୍ୱ ଆତଙ୍କୀଭାବେ ପରିଗଣିତ ହେବ । ଏହାପରେ ତାର ଯାତାୟାତ ଉପରେ ବ୍ୟାନ୍‌ ଲାଗିବା ସହ ତାର ସଂପତ୍ତି ବାଜ୍ୟାପ୍ତ କରାଯିବ । ଜାତିସଂଘରେ ଆଝାର ଉପରେ କଟକଣା ଲଗାଇବା ପାଇଁ ପ୍ରସ୍ତାବ ଖୁବ୍‌ ଗୁରୁତ୍ୱ ବହନ କରୁଛି । କାରଣ ଗତ ୧ ଦଶନ୍ଧି ମଧ୍ୟରେ ୩ ଥର ଏନେଇ ପ୍ରସ୍ତାବ ଆଗତ ହୋଇସାରିଛି । ହେଲେ ପାକିସ୍ତାନର ସମର୍ଥନରେ ଚୀନ ନିଜ ଭିଟୋ କ୍ଷମତା ବ୍ୟବହାର କରି ଏହା କରାଇଦେଇନି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*