ଆଜି ବିସିସିଆଇ ଏଜିଏମ୍‌: ଲୋଧା ସଂସ୍କାର ହଟାଇବାର ହେବ ଚେଷ୍ଟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ

ସୌରଭ ଗାଙ୍ଗୁଲୀଙ୍କ ସଭାପତିତ୍ୱ କାଳର ପ୍ରଥମ ବାର୍ଷିକ ସାଧାରଣ ପରିଷଦ ବୈଠକ ଭାରତୀୟ କି୍ରକେଟ ବୋର୍ଡ ରବିବାର ବସିବାକୁ ଯାଉଛି । ଦିବାରାତ୍ର ଗୋଲାପି ବଲ୍‌ ଟେଷ୍ଟ ମ୍ୟାଚର ଅପାର ସଫଳତା ପରେ ଏହି ଏଜିଏମ୍‌ ହେବାକୁ ଯାଉଥିବାରୁ କିଛି ପ୍ରମୁଖ ବିଷୟ ଆଲୋଚନା ପାଇଁ ଆଣିବାକୁ ସୌରଭ ଟିମ୍‌ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ ଲୋଧା କମିଟି ସୁପାରିସ ଆଧାରରେ କି୍ରକେଟ ବୋର୍ଡରେ ଯେଉଁ ସଂସ୍କାର ଅଣାଯାଇଥିଲା ସେଥିରୁ ଏକାଧିକ ଜିନିଷ ହଟାଇବାର ଚେଷ୍ଟା କରାଯାଇପାରେ । ବିଶେଷ କରି କୁଲିଂ ଅଫ୍‌ ପିରିୟଡକୁ ବଦଳାଇ ଦେବାର ଚେଷ୍ଟା ଏହି ଏଜିଏମ୍‌ରେ ହେବ ବୋଲି କୁହାଯାଉଛି । ଲୋଧା ସୁପାରିସ ପରେ ସୁପି୍ରମକୋର୍ଟଙ୍କ ନିରୀକ୍ଷଣରେ ଗଠିତ ପ୍ରଶାସନିକ କମିଟି ପକ୍ଷରୁ ଯେଉଁ ସମ୍ବିଧାନ ପ୍ରଣୟନ କରାଯାଇଛି ତାହାର ଏକାଧିକ ବିଷୟ ବଦଳାଇବାକୁ ଏଜିଏମ୍‌ ମାଧ୍ୟମରେ ଚେଷ୍ଟା ହେବାର ସଂକେତ ମିଳିଛି । ବର୍ତ୍ତମାନର ନିୟମ ଅନୁସାରେ ଯେଉଁ ବ୍ୟକ୍ତି ଲଗାତାର ଦୁଇଥର ତିନିବର୍ଷିୟା କାର୍ଯ୍ୟକାଳ ଶେଷ କରିଥିବ ତାଙ୍କୁ ତିନିବର୍ଷ ସକାଶେ କୌଣସି ପଦପଦବୀରୁ ବାହାରେ ରହିବାକୁ ପଡିବ । ହେଲେ ବର୍ତ୍ତମାନର ପଦାଧିକାରୀମାନେ ଚାହୁଁଛନ୍ତି ଯେ କେବଳ କି୍ରକେଟ ବୋର୍ଡରେ ଯିଏ ୬ ବର୍ଷ କାଟିଥିବ ତାଙ୍କ ଉପରେ ଏହି ନିୟମ ଲାଗୁ ହେଉ । ରାଜ୍ୟ କି୍ରକେଟ ସଂଘର କାର୍ଯ୍ୟକାଳକୁ ଏଥିରେ ମିଶାନଯାଉ ବୋଲି ଦାବି ଉଠୁଛି । ତେଣୁ ଏହି ବ୍ୟବସ୍ଥା ବଦଳାଇବା ପାଇଁ ପ୍ରସ୍ତାବ ପାରିତ କରି ସୁପି୍ରମକୋର୍ଟଙ୍କ ନିକଟରେ ନିବେଦନ କରିବାକୁ ଚେଷ୍ଟା କରାଯିବ । ଏହା ଯଦି ହୁଏ ତା’ହେଲେ ସୌରଭ ଆଉ ୯ମାସ ପରେ କାର୍ଯ୍ୟକାଳ ଛାଡିବେ ନାହିଁ । ଆମର ପ୍ରସ୍ତାବିତ ସଂଶୋଧନଗୁଡିକ କି୍ରକେଟ ବୋର୍ଡର ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଲାଗି ପ୍ରେରିତ ବୋଲି କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି । ଆମେ ୭୦ବର୍ଷର ବୟସ ସୀମାକୁ ଛୁଇଁବୁ ନାହିଁ ବୋଲି ମଧ୍ୟ ସେ ନିଜ ପ୍ରତିକି୍ରୟାରେ କହିଛନ୍ତି । ସେହିପରି କି୍ରକେଟ ପରାମର୍ଶଦାତା କମିଟି ପୁଣି ଥରେ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*