ଆଜି ନାଗପୁର ୱାନଡେ:ଲିଡ୍‌ ବଢ଼ା ସହ ଖେଳାଳି ପରଖା ଭାରତର ଲକ୍ଷ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ନାଗପୁର

ପ୍ରଥମ ଦିନିକିଆରେ ସହଜ ବିଜୟ ପାଇଥିବା ଟିମ୍ ଇନ୍ଦିଆ ପୁରା ଆତ୍ମବିଶ୍ୱାସର ଦ୍ୱିତୀୟ ମ୍ୟାଚ ଖେଳିବ ଅଷ୍ଟ୍ରେଲିଆ ବିପକ୍ଷରେ ମଙ୍ଗଳବାରଦିନ । ଏହି ମ୍ୟାଚରେ ମଧ୍ୟ ବିଜୟୀ ହୋଇ ସିରିଜରେ ଅଗ୍ରଣୀ ନେବା ଦଳର ଲକ୍ଷ୍ୟ ରହିବ । ବିଶ୍ୱକପ୍ ପାଇଁ ଦାବିଦାର ଖେଳାଳିମାନଙ୍କ ପାଖରେ ପୁଣି ଥରେ ସୁଯୋଗ ରହିବ ଦଳ ପାଇଁ ଭଲ କରି ଚୟନକର୍ତ୍ତାଙ୍କୁ ଆକୃଷ୍ଟ କରିବା ସକାଶେ । ବିରାଟ କୋହଲିଙ୍କ ନେତୃତ୍ୱାଧିନ ଟିମ୍ ଇନ୍ଦିଆ ଶନିବାର ଖେଳିଥିବା ଲୋ ସ୍କୋରି ପ୍ରଥମ ଦିନିକିଆରେ ପାଇଥିବା ବିଜୟ ଦଳ ପାଇଁ ଟନିକ୍ ଭଳି କାମ ଦେବ । କାରଣ ଏହା ପୂର୍ବରୁ ଦଳ ଦୁଇଟି ଟି-୨୦ ମ୍ୟାଚରେ ହାରିଥିଲା । ଟିମ୍ ଇନ୍ଦିଆ ବିଶ୍ୱକପ୍ ପୂର୍ବରୁ ଆଉ ମାତ୍ର ୪ଟି ଦିନିକିଆ ମ୍ୟାଚ ଖେଳିବ । ତେଣୁ ଯାହା ବି ପରିବର୍ତ୍ତନ କି ପରୀକ୍ଷାନିରୀକ୍ଷା କରାଯିବା କଥା ତାହା ଏହା ଭିତରେ କରିବାକୁ ପଡିବ । ଯାହା ମନେ ହୁଏ ଏହି ମ୍ୟାଚଗୁଡିକରେ ଅଲଗା ଅଲଗା ଟିମ୍ ଓହ୍ଲାଇ ପାରନ୍ତି । ସିରିଜ ବିଜୟ ଅପେକ୍ଷା ବିଶ୍ୱକପ୍ ପାଇଁ ଚୂଡାନ୍ତ ଟିମ୍ ଗଠନ କରିବା ଅଧିକ ଆବଶ୍ୟକ ।
ଓପନିଂ କଥା ଦେଖିଲେ ଟିମ୍ ଇନ୍ଦିଆ ସବୁଠାରୁ ଭଲ ବ୍ୟାଟ୍ସମ୍ୟାନ ଆସନ୍ତି ଓପନିଂ ପାଇଁ ଓ ଭଲ ଆରମ୍ଭ ମଧ୍ୟ ଏକାଧିକ ମ୍ୟାଚରେ ଦେଇଛନ୍ତି । କିନ୍ତୁ ପ୍ରଥମ ଦିନିକିଆରେ ଧାୱନ ଫେଲ୍ ମାରିଥିଲେ ମଧ୍ୟ ତାଙ୍କୁ ଆଉ ଥରେ ସୁଯୋଗ ଦିଆଯିବାର ମନେ ହେଉଛି । ଯଦି ବା ବ୍ୟତିକ୍ରମ ଘଟି ରୋହିତଙ୍କ ସହ ରିଜର୍ଭ ଓପନର ଲୋକେସ୍ ରାହୁଲଙ୍କୁ ସୁଯୋଗ ଦିଆଯାଏ ତେବେ ସେ ବି ଦମ୍ ଦେଖାଇବାରେ ଭୁଲ କରିବେ ନାହିଁ । ରୋହିତ ଗତ ମ୍ୟାଚରେ ଜମିଥିଲେ ଅଧିନାୟକ ବିରାଟଙ୍କ ସହ । ତେଣୁ ପୁଣି ଥରେ ଯଦି ଏହି ଯୋଡି ଜମିବାର ସୁଯୋଗ ପାଆନ୍ତି ତେବେ ପୁଣି ରେ ଅଷ୍ଟ୍ରେଲିଆ ବୋଲିଂ ଲାଇନଅପ୍କୁ ଅଡୁଆରେ ପକାଇ ପାରନ୍ତି । ଗତ ମ୍ୟାଚରେ ଅମ୍ରତି ରାଇଡୁ ଭଲ କରିନଥିଲେ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ତାଙ୍କୁ ସମର୍ଥନ ମିଳୁଥିବାରୁ ତାଙ୍କ ସ୍ଥାନ ସୁରକ୍ଷିତ । ସେ ସୁଯୋଗର ଫାଇଦା ଏଥର ଉଠାଇବାକୁ ଚାହିଁବେ । କେଦାର ଯାଦବ ମଧ୍ୟ ଧୋନୀଙ୍କ ସହ ମିଶି ପ୍ରଥମ ଦିନିକିଆରେ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ । ତାଙ୍କ ୮୧ରନ୍ର ଇନିଂସ ୬ଷ୍ଠ ସ୍ଥାନ ସୁରକ୍ଷିତ କରିଦେଇଛି । ସେ ଅଫ୍ ସ୍ପିନ୍ ବୋଲିଂ କରିପାରୁଥିବାରୁ ଟିମ୍ ପାଇଁ ମଧ୍ୟ ଭଲ ବୋଲିଂ ବିକଳ୍ପ । ଧୋନୀ ନିୟମିତ ଭାବେ ଗତ କିଛି ମ୍ୟାଚରେ ଭଲ କରି ଆସୁଥିବାରୁ ବିଶ୍ୱକପ୍ ପାଇଁ ଦଳର ମନୋବଳ ମଧ୍ୟ ମଝବୁତ ହୋଇ ଆସୁଛି । ବିଜୟ ଶଙ୍କର ଓ ଋଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ବୋଲିଂରେ ଡେଥ୍ ସ୍ପେସାଲିଷ୍ଟ ଜସ୍ପ୍ରୀତ୍ ବୁମ୍ରାଙ୍କ ଉପରେ ରହିବ ତାଙ୍କୁ ସହଯୋଗ କରିବେ ସାମି । ସ୍ପିନରର ନେତୃତ୍ୱ କୂଲଦୀପ ଯାଦବ ନେବେ ଓ ତାଙ୍କୁ ସହଯୋଗ କରିବାକୁ ଜାଡେଜା ରହିବେ ବି ଚହଲଙ୍କର ଲେଉଟାଣୀ ହେଉଛି ତାହା ଦେଖିବାର କଥା ।
ସେହିପରି ଅଷ୍ଟ୍ରେଲିଆ ଟି-୨୦ ବିଜୟ ପାଇବା ପରେ ହାରିଥିଲା ଦିନିକିଆ ମ୍ୟାଚ । ଦଳ ପାଇଁ ଅଧିନାୟକ ଆରୋନ ଫିଞ୍ଚôଙ୍କ ଫର୍ମ ଚିନ୍ତା । ଟି-୨୦ରେ ସେ ୦ ଓ ୮ ରନର ଇନିଂସ ଖେଳିବା ପରେ ଦିନିକିଆରେ ମଧ୍ୟ ଖାତା ଖୋଲି ପାରିନଥିଲେ । ସେ ଏଥର ବଡ ଇନିଂସ ଖେଳି ଫର୍ମକୁ ଫେରିବାକୁ ଚାହିଁବେ । ଅଷ୍ଟ୍ରେଲିଆ ବ୍ୟାଟିଂ ନିର୍ଭର କରୁଥିବା ଷ୍ଟୋନିସ୍, ମ୍ୟାକ୍ସୱେଲ ଓ ଖ୍ୱାଜା ୱିକେଟ୍ରେ ଜମି ଆସିବା ପରେ ୱିକେଟ୍ ହରାଇଥିଲେ । ସେମାନେ ସେହି ଭୁଲ୍ରେ ସୁଧାର ସହ ବଡ ପାଳିରେ ପରିଣତ କରିବାକୁ ଚାହିଁବେ ତାଙ୍କ ଇନିଂସକୁ । ବୋଲିଂରେ ଜାମ୍ପା ଟିମ୍ ଇନ୍ଦିଆ ପାଇଁ ଅଡୁଆ । ପୁଣି ଥରେ ତାଙ୍କ ଉପସ୍ଥିତିରୁ ସେ ଦଳ ପାଇଁ ଫାଇଦା ଉଠାଇବାକୁ ଚାହିଁବେ । ମୁଖ୍ୟ ବୋଲର କୁମିନ୍ସ ଓ କୋଲ୍ଟର ନାଇଲଙ୍କଠାରୁ ତାଙ୍କୁ ସହଯୋଗ ମିଳିବା ଗୁରୁତ୍ୱପୂର୍ଣ୍ଣ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*