ଆଜି ଦ୍ୱିତୀୟ ଟି-୨୦ ସିରିଜ ବଞ୍ଚାଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବାଙ୍ଗାଲୋର

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାର ଏଠାରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ । ଆଗାମୀ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚଳାଇଥିବା ଟିମ୍ ଇନ୍ଦିଆ ପାଇଁ ପ୍ରଥମ ମ୍ୟାଚ ପରାଜୟ ଏକ ବଡ ଧକ୍କା ଭଳି । କାରଣ ଏହା ପୂର୍ବରୁ ଟିମ୍ ଇନ୍ଦିଆ ବିଜୟ ଧାରାରେ ଥିଲା । ଦ୍ୱିତୀୟ ମ୍ୟାଚ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ସିରିଜ ବଞ୍ଚାଇବା ସକାଶେ । ଯଦି ଟିମ୍ ଇନ୍ଦିଆ ଚିନ୍ନାସ୍ୱାମୀ ମ୍ୟାଚରେ ବିଜୟୀ ନହୁଏ ତେବେ ଘରୋଇ ମାଟିରେ ହାରିଯିବ ସିରିଜ । ବିଶାଖାପାଟଣାଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦଳ ଖରାପ ବ୍ୟାଟିଂ ଯୋଗୁ ପରାଜିତ ହୋଇଥିଲା । ଏବେ ଦଳ ୦-୧ରେ ସିରିଜରେ ପଛେଇଛି । ସିରିଜରେ ବଞ୍ଚାଇବା ରହିବା ପାଇଁ ହେଲେ ଏହି ମ୍ୟାଚରେ ଦଳକୁ ଜିତିବାକୁ ପଡିବ ।
ବୋଲିଂରେ ହେବ ପରିବର୍ତ୍ତନ
ଦ୍ୱିତୀୟ ମ୍ୟାଚରେ ଦଳରେ ବଡ ନହେଲେ ବି ଛୋଟିଆ ପରିବର୍ତ୍ତନ ଆଶା କରାଯାଉଛି । ବିଶ୍ରାମ ପରେ ଦଳକୁ ଫେରିଥିବା ୟକର ସ୍ପେସାଲିଷ୍ଟ ଜସ୍ପ୍ରୀତ୍ ବୁମ୍ରା ବଢ଼ିଆ ବୋଲିଂ କରିଥିଲେ ପ୍ରଥମ ମ୍ୟାଚରେ । କିନ୍ତୁ ଅନ୍ୟ ଏନ୍ଦରୁ ତାଙ୍କୁ ସାଥ୍ ଦେଉଥିବା ଉମେଶ ଯାଦବ ଅଧିକ ରନ୍ ବ୍ୟୟ କରିଥିଲେ । ସେ ଶେଷ ଓଭରରେ ୧୪ରନ୍କୁ ମଧ୍ୟ ବଞ୍ଚାଇବାରେ ସମର୍ଥ ହୋଇନଥିଲେ । ଏଭଳି ସ୍ଥିତିରେ ଉମେଶ ଯାଦବଙ୍କ ବଦଳରେ ସିଦ୍ଧାର୍ଥ କୌଲଙ୍କୁ ଖେଳାଇପାରେ କିମ୍ବା ବ୍ୟାଟିଂକୁ ମଝବୁତ କରିବା ପାଇଁ ଦଳ ଅଲରାଉନ୍ଦର ବିଜୟ ଶଙ୍କରଙ୍କୁ ବି ସୁଯୋଗ ଦେଇପାରେ ।
ପୁଣି ପନ୍ତ ଓ ରାହୁଲଙ୍କ ଉପରେ ଫୋକସ
ପ୍ରଥମ ମ୍ୟାଚରେ ଦଳରେ ହୋଇଥିଲା ପରିବର୍ତ୍ତନ । ଦଳର ଦୁଇ ଷ୍ଟାର ଓପନର ରୋହିତ ଓ ଧାୱନଙ୍କ ଆସିନଥିଲେ ବ୍ୟାଟିଂ ପାଇଁ । ଶିଖର ଧାୱନଙ୍କୁ ବିଶ୍ରାମ ଦେଇଥିବାରୁ ରୋହିତଙ୍କ ସହ ଓହ୍ଲାଇଥିଲେ କେଏଲ୍ ରାହୁଲ । ଅଷ୍ଟ୍ରେଲିଆ ବିପକ୍ଷ ଉଭୟ ସିରିଜରେ ରାହୁଲ ଓ ଋଷଭ ପନ୍ତଙ୍କୁ ଅଧିକ ବ୍ୟବହାର କରିବାକୁ ଚାହିଁବେ ଅଧିନାୟକ ବିରାଟ । ଆଗାମୀ ବିଶ୍ୱକପ୍ ପାଇଁ ତାଙ୍କୁ ପ୍ରସ୍ତୁତି କରିବା ସକାଶେ ଅଧିକ ଖେଳାଇବାକୁ ଚାହୁଁଛନ୍ତି ଟିମ୍ ଇନ୍ଦିଆ ମ୍ୟାନେଜମେଣ୍ଟ । ରାହୁଲ ଅତି ଚମକ୍ରାର ଭାବେ ଅର୍ଦ୍ଧଶତକୀୟ ଇନିଂସ ଖେଳି ପ୍ରତ୍ୟାବର୍ତ୍ତନ କରିଥିଲେ ପ୍ରଥମ ମ୍ୟାଚରେ କାରଣ ଅଷ୍ଟ୍ରେଲିଆ ସ୍ତରେ ଅତ୍ୟନ୍ତ ବାଜେ ପ୍ରଦର୍ଶନ ଥିଲା ତାଙ୍କର । ସିରିଜକୁ ଫେରିବା ପାଇଁ ଏହି ମ୍ୟାଚ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଲୋକେସ୍ ରାହୁଲଙ୍କ ଉପରେ ଭରସା କରାଯାଉଛି ନା ଶିଖର ଧାୱନଙ୍କୁ ପୁଣି ଥରେ ରୋହିତଙ୍କ ସହ ବ୍ୟାଟିଂ କରିବାକୁ ସୁଯୋଗ ଦିଆଯାଉଛି ତାହା ଦେଖିବାର କଥା ।
କାର୍ତ୍ତିକଙ୍କ ପାଇଁ ଶେଷ ସୁଯୋଗ
ଟିମ୍ ଇନ୍ଦିଆ ଲମ୍ବା ବ୍ୟାଟିଂ ଲାଇନ୍ଅପ୍ ସହ ଓହ୍ଲାଇଥିଲା ପ୍ରଥମ ମ୍ୟାଚରେ । ହେଲେ ନିମ୍ନକ୍ରମ ପୁରା ବିଫଳ ହୋଇଥିଲେ । ୧ ୱିକେଟ୍ ହରାଇ ୬୯ରନ୍ ୯ ଓଭର ଭିତରେ କରିଥିବା ଟିମ୍ ଇନ୍ଦିଆ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ୧୫୦ରନ୍ର ସ୍କୋର ବି ପାର ହୋଇପାରିନଥିଲା । ସୁଯୋଗ ପାଇଥିବା ପନ୍ତ ପୂର୍ବ ବିଫଳତାକୁ ଭୁଲି ପୁଣି ଥରେ ନୂଆ ଆରମ୍ଭ ସହ ଭଲ ସ୍କୋର କରିବାକୁ ଚାହିଁବେ । ତା ସହ ଦିନେଶ କାର୍ତ୍ତିକଙ୍କ ନଜର ମଧ୍ୟ ବଡ ସ୍କୋର ଉପରେ ରହିବ । ବିଶ୍ୱକପ୍ ପୂର୍ବରୁ ତାଙ୍କ ପାଇଁ ଏହା ଶେଷ ସୁଯୋଗ ରହିବ । କାରଣ ସେ ଦିନିକିଆ ସିରିଜ ପାଇଁ ସୁଯୋଗ ପାଇପାରିନାହାଁନ୍ତି ।
ସେହିପରି ପୁଣି ଥରେ ଧୋନୀ ଆସିଯିବେ ଟାର୍ଗେଟ୍ରେ । ଗତ ମ୍ୟାଚରେ ସେ ତାଙ୍କ ଫିନିସିଂ ଭୂମିକା ନିଭାଇ ପାରିନଥିଲେ ଭଲ ଭାବରେ । ରନ୍ ପାଇଁ ସଂଘର୍ଷ କରୁଥିଲେ କ୍ରିଜ୍ରେ । ନୁ୍ୟଜିଲାନ୍ଦ ଓ ଅଷ୍ଟ୍ରେଲିଆ ଗସ୍ତରେ ସେ ଲଗାତାର ଭଲ ପ୍ରଦର୍ଶନ କରି ସବୁ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲେ । ହେଲେ ବିଶାଖାପାଟଣା ମ୍ୟାଚରେ ତାଙ୍କ ଧିମା ଇନିଂସ ପୁଣି ଥରେ ସମାଲୋଚକଙ୍କୁ ସୁଯୋଗ ଦେଇଛି ଆଲୋଚନା କରିବାର । ସ୍ପିନର ମୟଙ୍କ ମାର୍କେନ୍ଦୟ ୱିକେଟ୍ ପାଇ ନଥିଲେ ମଧ୍ୟ ଭଲ ବୋଲିଂ କରିଥିଲେ ଡେବୁ୍ୟ ମ୍ୟାଚରେ । ପୁଣି ଥରେ ଏହି ଯୁବା ବୋଲରଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା ।
ସିରିଜ ବିଜୟ ଦିଗରେ ଅଷ୍ଟ୍ରେଲିଆ
ଗୋଟିଏ ମ୍ୟାଚ ଜିତି ଲିଡ୍ ନେଇ ସାରିଥିବାରୁ ଅଷ୍ଟ୍ରେଲିଆ ପାଖରେ ପାଇଁ ସିରିଜ ବିଜୟ ପାଇଁ ବଢ଼ିଆ ସୁଯୋଗ ରହିଛି । ଅଷ୍ଟ୍ରେଲିଆ ଘରେ ଟିମ୍ ଇନ୍ଦିଆଠାରୁ ଟେଷ୍ଟ ଓ ଦିନିକିଆ ମ୍ୟାଚରେ ହାରିଥିଲା । ଟିମ୍ ଇନ୍ଦିଆକୁ ପ୍ରଥମ ମ୍ୟାଚରେ ଅଟକାଇ ବେଶ୍ ଖୁସି ଅଷ୍ଟ୍ରେଲିଆ ବୋଲର । ଭଲସ୍ଥିତିରେ ଅଷ୍ଟ୍ରେଲିଆ ଆରମ୍ଭରୁ ଥାଇ ମଧ୍ୟ ଶେଷ ଓଭରରେ ସଂଘର୍ଷ କରି ଜିତିଥିଲା ମ୍ୟାଚ । ତେବେ ଭଲ ଭାବେ ଭ୍ରମଣକାରୀ ଦଳ ଜାଣିଛି ଯେ ଭାରତ ସହଜରେ ପରବର୍ତ୍ତୀ ମ୍ୟାଚରେ ତାଙ୍କୁ ଜିତାଇ ଦେବ ନାହିଁ । ଅଧିନାୟକ ଆରୋନ ଫିଞ୍ଚô ଏକ ପୁଣି ବଡ ଇନିଂସ ଖେଳିବା ସ୍ଥିତିରେ ରହିବେ । ତା ସହ ମ୍ୟାକ୍ସୱେଲ ବି ଆଉ ଏକ ଦ୍ରୁତ ଇନିଂସ ଆଶାରେ ରହିବେ ।
ପିଚ୍ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅନୁକୂଳ
ପ୍ରଥମ ଟି-୨୦ ମ୍ୟାଚରେ କମ୍୍‌ ରନ୍ ସ୍କୋର ହେବା ପରେ କର୍ଣ୍ଣାଟକ ରାଜ୍ୟ ଆସୋସିଏସନ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହେବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଭଲ ରନ୍ ହେବ ବୋଲି ନିଶ୍ଚିତ କରିଛି । ଚିନ୍ନାସ୍ୱାମୀ ଷ୍ଟାଡିୟମର ପିଚ୍ ଧିମା ରହି ଆସୁଛି ଗତ କିଛି ବର୍ଷ ହେଲାଣି । ହେଲେ ବଡ ସ୍କୋର ଏଠାରେ ହେବ ବୋଲି ଆଶା କରାଯାଉଛି । କେଏସ୍ସିଏ ର ଜଣେ ଅଧିକାରୀ କହିଛନ୍ତି ଏଠାରେ ଆଇପିଏଲ୍ ଭଳି ବଡ ସ୍କୋର ନହେଲେ ମଧ୍ୟ ଦର୍ଶନୀୟ ସ୍କୋର ହୋଇପାରିବ । ଆମ ପିଚ୍ରେ ଦୁଇରୁ ଅଧିକ ମାସ ହେବ କୌଣସି ମ୍ୟାଚ ଖେଳାଯାଇ ନାହିଁ । ଗତବର୍ଷ ହୋଇଥିବା ବିଜୟ ହଜାରେ ଟ୍ରଫିରେ କିଛି ମ୍ୟାଚ ଖେଳାଯାଇଥିଲା । ୧୮୦ରନ୍ର ସ୍କୋର ବି କଷ୍ଟକର ହେବ ପଛରେ ବ୍ୟାଟିଂ କଲେ । ଶେଷ ଥର ପାଇଁ ୨୦୧୭ ଫେବୁଆରୀରେ ଏଠାରେ ଆନ୍ତର୍ଜାତିକ ମ୍ୟାଚ ଖେଳାଯାଇଥିଲା । ୨୦୨ରନ୍ କରି ଥିବା ଭାରତ ଏହି ମ୍ୟାଚରେ ବିଜୟୀ ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*