ଆଜି ଓପନ ମ୍ୟାଚ ଭାରତୀୟ ଫୁଟବଲ ଦଳ ପାଇଁ କର ବା ମର ସ୍ଥିତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମସ୍କଟ

ପରବର୍ତ୍ତୀ ବିଶ୍ୱକପ୍‌ ସକାଶେ ଯୋଗ୍ୟତା ହାସଲ କରିବାର ଲକ୍ଷ୍ୟ ନେଇ ଯୋଗ୍ୟତା ପର୍ଯ୍ୟାୟରେ ଖେଳୁଥିବା ଭାରତୀୟ ପୁରୁଷ ଫୁଟବଲ ଦଳ ଏବେ ଅତ୍ୟନ୍ତ ସଂକଟଜନକ ଅବସ୍ଥାରେ ପଡିଛି । ମଙ୍ଗଳବାର ଦିନ ଏଠାରେ ଘରୋଇ ଓମାନ ବିପକ୍ଷରେ ଖେଳିବ ମ୍ୟାଚ୍‌ । ଗତ ୪ଟି ମ୍ୟାଚ୍‌ରେ ବିଜୟ ପାଇନଥିବା ଭାରତ ପାଇଁ ଓମାନ ବିପକ୍ଷ ମ୍ୟାଚ୍‌ କର ବା ମର ସ୍ଥିତି ବନିଯାଇଛି । ଫିଫା ର୍ୟାଙ୍କିରେ ଓମାନ ଭାରତ ଠାରୁ ବେଶ ଉପରେ ରହିଛି । ଏହି ଯୋଗ୍ୟତା ପର୍ଯ୍ୟାୟରେ ଓମାନ ବିପକ୍ଷରେ ଭାରତର ଏହା ହେଉଛି ଦ୍ୱିତୀୟ ବା ରିଟର୍ଣ୍ଣ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ଯାହା ସେପ୍ଟେମ୍ବରରେ ଗୌହ୍ୱାଟୀରେ ଖେଳାଯାଇଥିଲା ସେଥିରେ ଭାରତ ବେଶ କିଛି ସମୟ ୧-୦ର ଲିିଡ୍‌ ନେଇ ମଧ୍ୟ ଶେଷ ଆଡକୁ ଦୁଇ ଗୋଲ ଖାଇ ୧-୨ରେ ମ୍ୟାଚ୍‌ ହାରିଥିଲା । ତେଣୁ ଓମାନ ବିପକ୍ଷରେ ଏଠାରେ ନିହାତି ବିଜୟ ଭାରତକୁ ଲୋଡା । ଏହି ମ୍ୟାଚ୍‌ ପୂର୍ବରୁ ଓମାନ ନିଜ ଶେଷ ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ଖେଳି ୪-୧ର ଦମଦାର ବିଜୟ ପାଇସାରିଛି । ଅପରପକ୍ଷରେ ଭାରତ କମ୍‌ ର୍ୟାଙ୍କରେ ଥିବା ବାଂଲାଦେଶ ଏବଂ ଆଫଗାନିସ୍ତାନ ବିପକ୍ଷରେ ୧-୧ର ଡ୍ର’ ଖେଳି ବଡ଼ ଅଡୁଆରେ ଅଛି । ଭାରତ ସାମିଲ ଥିବା ଗ୍ରୁପ୍‌ରେ କାତାର ୧୦ ପଏଣ୍ଟ ନେଇ ସବୁଠାରୁ ଉପରେ ରହିଛି । ଯଦି ମଙ୍ଗଳବାରର ମ୍ୟାଚ୍‌ରେ ଭାରତ ହାରେ କିମ୍ବା ମ୍ୟାଚ୍‌ ଡ୍ର’ ରହେ ତା’ହେଲେ ଭାରତର ଯୋଗ୍ୟତା ହାସଲ କରିବା ଆଶା ଶେଷ ହୋଇଯିବ । ତେବେ ଓମାନ ବିପକ୍ଷରେ ଯଦି ଭାରତ ଡ୍ର’ କରି ୧ ପଏଣ୍ଟ ହାସଲ କରିନିଏ ତା’ହେଲେ ୨୦୨୩ ଏସିଆନ୍‌ କପ୍‌ ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ରାଉନ୍ଦରେ ସାମିଲ ହେବାର ପାଇଯିବ ସୁଯୋଗ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*