ଆଜି ଆଇପିଏଲ୍‌ରେ ମୁମ୍ବାଇ-କୋଲକାତା ଟକ୍କର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଆବୁଧାବି

ଆଗ୍ରେସିଭ୍‌ ଖେଳାଳିଙ୍କ ଦ୍ୱାରା ଭରପୁର୍‌ କୋଲକାତା ନାଇଟ୍‌ ରାଇଡର୍ସ ତାହାର ୨୦୨୦ ଆଇପିଏଲ୍‌ ଅଭିଯାନ ବୁଧବାର ଏଠାରେ ଆରମ୍ଭ କରିବାକୁ ଯାଉଥିବା ବେଳେ ମନରେ ଖୁବ୍‌ ଉତ୍ସାହ । କାରଣ ତାଙ୍କ ପ୍ରତିପକ୍ଷ ତଥା ଗତଥରର ଚମ୍ପିଆନ ମୁମ୍ବାଇ ଇନ୍ଦିଆନ୍ସ ପ୍ରଥମ ମ୍ୟାଚ ହାରି ଅଛି ଚାପରେ । ଏଭଳି ସ୍ଥିତି ସେମାନଙ୍କ ପାଇଁ ଫାଇଦା ଭରା ରହିବ ବୋଲି ଆଶା କରୁଛି କେକେଆର । ୨୦୧୩ ଠାରୁ ଆଇପିଏଲର ପ୍ରଥମ ମୁକାବିଲା କେବେ ଜିତିନି ମୁମ୍ବାଇ । ସେ ଧାରା ଏଥର ବି ଅବ୍ୟାହତ ଥିଲା । ଚେନ୍ନାଇ ସୁପର କିଙ୍ଗସ ପାଖରୁ ୫ ଇଉକେଟ୍‌ରେ ହାରିସାରିଛି ଦଳ ୧୯ ତାରିଖରେ ।
ସେହି ପରାଜୟରୁ କିପରି ବିଜୟ ଧାରାରେ ପ୍ରବେଶ ପାଇଁ ମୁମ୍ବାଇ ଚେଷ୍ଟା କରିବାକୁ ଥିଲାବେଳେ ଏକ ପରଫେକ୍ଟ ଷ୍ଟାର୍ଟର ଆଶାରେ ରହିଛି ଶାହାରୁଖଙ୍କ ଦଳ । ଦୁଇ ଦଳ ପାଖରେ ଏକାଧିକ ବଡ଼ ସଟ୍‌ ଲଗାଇବା ଖେଳାଳି ଥିବାରୁ ମ୍ୟାଚ ଜମିବା ନିଶ୍ଚିତ । ଗତ ଥରର ଚମ୍ପିଆନ ମୁମ୍ବାଇ ବୁଧବାର ମ୍ୟାଚରେ ଚମ୍ପିଆନ ଭଳି ପ୍ରଦର୍ଶନ କରିବା ପାଇଁ ଆଶାରେ ଥିବ ନିଶ୍ଚିତ । ଖାସ୍‌ କରି ଷ୍ଟାଇଲିସ୍‌ ରୋହିତ ଶର୍ମା ଏକ ବଡ଼ ଇନିଂସ ଖେଳିବା ସମ୍ଭବ ହୋଇପାରେ । ହାର୍ଦ୍ଦିକ ପାନ୍ଦ୍ୟା ଏବଂ କିରନ ପୋଲାର୍ଡଙ୍କ ବ୍ୟାଟରୁ କିଛି ଆକାଶ ଛୁଅାଁ ଛ’କାର ଆବଶ୍ୟକତା ପଡ଼ିବ ଦଳକୁ । ଯୁବା ଇଶାନ କିଶାନଙ୍କୁ ଏ ମ୍ୟାଚରେ ସୁଯୋଗ ମିଳିପାରେ ବୋଲି ଅନୁମାନ କରାଯାଉଛି ।
ମୁମ୍ବାଇ ଦଳ ପାଇଁ ବୋଲିଂ ବିଭାଗ ଏକାଠି ଚାଲିବାର ଅତି ଆବଶ୍ୟକ । ଯଶପ୍ରୀତ ବୁମ୍‌ରା ପ୍ରଥମ ମ୍ୟାଚରେ ବାଜେ ପ୍ରଦର୍ଶନ କରିଥିଲେ । ୪୩ରନ୍‌ ଆସିଥିଲା ତାଙ୍କ ବୋଲିଂରୁ । ତାଙ୍କ ପାଖରୁ ବଢିଆ ପ୍ରତ୍ୟାବର୍ତ୍ତନ ଦଳ ଚାହିଁବ । କୃଣାଳ ପାନ୍ଦ୍ୟା ଏବଂ ରାହୁଳ ଚହରଙ୍କୁ ଆଉ ଏକ ସୁଯୋଗ ମିଳିବାକୁ ଯାଉଛି । ତେବେ ହାର୍ଦ୍ଧିକ ଏବଂ ପୋଲାର୍ଡଙ୍କ ବୋଲିଂର ବ୍ୟବହାର ଦଳ କରିବା ଉଚିତ୍‌ ।
ଅନ୍ୟପଟେ କେକେଆର୍‌ ପାଖରେ ଏକାଧିକ ଦୁର୍ଦ୍ଦଶ କି୍ରକେଟରଙ୍କ ଉପସ୍ଥିତି ଅଛି । ଅଧିନାୟକ ଦିନେଶ କାର୍ତ୍ତିିକଙ୍କ ପାଖରେ ପରାମର୍ଶର ପୁଞ୍ଜି ଭାବରେ ଅଛନ୍ତି ଇଆନ୍‌ ମୋର୍ଗାନ । ଯୁବା ଶୁଭମନ୍‌ ଗିଲ୍‌ଙ୍କ ସହ ବିସ୍ଫୋରକ ଆନେ୍ଦ୍ର ରସେଲ ଅଛନ୍ତି । ଏଥର ଦାମୀ ଖେଳାଳି ଅଷ୍ଟ୍ରେଲିଆର ପାଟ୍‌ କୁମିନ୍ସ ଦଳର ବୋଲିଂ ପାୱାର ବଢାଇ ସାରିଛନ୍ତି । ସୁନିଲ ନାରେନ୍‌ ଓ କୁଲଦୀପ ଯାଦବଙ୍କ ଚାପରେ ଦୁଇ ତଗଡ଼ା ସ୍ପିନର ଦଳ ପାଖରେ ଉପଲବ୍ଧ ।
ତେବେ ଦୁଇ ଦଳର ରେକର୍ଡ ପରସ୍ପର ବିପକ୍ଷରେ ଦେଖିଲେ ପଛରେ ଅଛି କୋଲକାତା । ୨୫ ମ୍ୟାଚ ଆଇପିଏଲରେ ୬ ମ୍ୟାଚ ଜିତିସାରିଛି କେକେଆର୍‌ । ମଙ୍ଗଳବାର କୋଲକାତା ଦଳ ଅଧିନାୟକ ଦିନେଶ କାର୍ତ୍ତିକ ବୁଧବାର ଶେଖ୍‌ ଜାହିଦ ଷ୍ଟାଡିୟମରେ ଏକ ଲଢୁଆ ପ୍ରଦର୍ଶନ ତାଙ୍କ ଦଳ କରିବ ବୋଲି ବିଶ୍ୱାସ ପ୍ରଦାନ କରିଛନ୍ତି । ଶୁଭମନ୍‌ ଓ ସୁନୀଲ ଓପନିଂ କରିବେ ବୋଲି ସେ ଖୁଲାସା କରିଥିଲେ । ଆମ ଦଳର ଏକାଧିକ ଖେଳାଳି ଅଲରାଉନ୍ଦର କ୍ଷମତା ରଖିଥିବାରୁ ତାହା ଏଥର ଆମ ପାଇଁ ବଡ଼ ସାହାଯ୍ୟ କରିବ ବୋଲି କହିଥିଲେ କାର୍ତ୍ତିକ ।

ଆଉଟ୍‌ ହୋଇପାରନ୍ତି ମାର୍ଶ
ପ୍ରଥମ ମ୍ୟାଚ ଦଳ ପକ୍ଷରୁ ଏବର୍ଷ ସୋମବାର ଖେଳିବାକୁ ଓହ୍ଲାଇଥିଲେ ମିଚେଲ୍‌ ମାର୍ଶ । ଆରସିବି ବିପକ୍ଷରେ ବୋଲିଂ କରିବା ବେଳେ ଦୁବାଇ ଇଣ୍ଟର ନ୍ୟାସନାଲ୍‌ ଷ୍ଟାଡିୟମରେ ମାର୍ଶଙ୍କ ଗୋଇଠି ମୋଡ଼ି ହୋଇଯାଇଥିଲା । ସେ ଓଭର ପୂର୍ଣ୍ଣ କରିପାରିନଥିଲେ । ବ୍ୟାଟିଂ ବେଳେ ପଛକୁ ଆସିଥିଲେ ବି ଗୋଟିଏ ବଲ୍‌ ଖେଳିଥିଲା ବେଳେ ପ୍ରବଳ ଯନ୍ତ୍ରଣାରେ ପଡିଥିଲେ । ତାଙ୍କ ଗୋଇଠି ଜୋରରେ ମୋଡି ହୋଇଯାଇଛି । ବର୍ତ୍ତମାନ ଯାହା ସ୍ଥିତି ଅଛି ମୋର କାହିଁ ମନେ ହେଉନାହିଁ ସେ ଆଉ ଏବର୍ଷ ପ୍ରତିଯୋଗିତାରେ ମ୍ୟାଚ ଖେଳି ପାରିବେ ବୋଲି କହିଛନ୍ତି ହାଇଦ୍ରାବାଦ ଦଳର ଜଣେ ଅଧିକାରୀ । ଆନୁଷ୍ଠାନିକ ଭାବରେ ମିଚେଲ ମାର୍ଶଙ୍କୁ ବଦଳା ଯିବା ଉପରେ ଦଳ କିଛି କହିନାହିଁ । ହେଲେ ସୂଚନା ମିଳୁଛି ଯେ, ୩୭ବର୍ଷୀୟ ଡାନ୍‌ ଖ୍ରୀଷ୍ଟିଆନଙ୍କୁ ଦଳ ଆଣିବାକୁ ଯାଉଛି ବୋଲି । ତେବେ ମାର୍ଶ ଆହତ ହେବା ପରେ ମହମ୍ମଦ ନାବିଙ୍କ ପାଇଁ ପ୍ରଥମ ଏକାଦଶରେ ଆସିବା ସହଜ ହୋଇଯିବ ।

ପ୍ରଥମ ମ୍ୟାଚରେ ରେକର୍ଡ ଦର୍ଶକ
ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚ ଯାହା ଗତ ଶନିବାର ଖେଳାଯାଇଥିଲା । ସେହି ମ୍ୟାଚ ଟିଭି ଦର୍ଶକଙ୍କ କ୍ଷେତ୍ରରେ ରେକର୍ଡ ଭାଙ୍ଗିଛି । ୨୦କୋଟି ଲୋକ ମୂଳରୁ ଟିଭି ଆଗରେ ଥିଲେ ମ୍ୟାଚ ଦେଖିବାକୁ । ସେ ମ୍ୟାଚରେ ସିଏସକେ ମୁମ୍ବାଇକୁ ୫ ଉଇକେଟରେ ହରାଇଥିଲା । ବାର୍କର ରିପୋର୍ଟ ଅନୁସାରେ କୌଣସି ଦେଶର କୌଣସି ଖେଳ ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ଏତେ ସଂଖ୍ୟକ ଟିଭି ଦର୍ଶକ ଆଗରୁ କେବେ ହୋଇନାହାନ୍ତି । ବିସିସିଆଇ ସମ୍ପାଦକ ଜୟ ଶାହା ଏଥବରେ ଖୁବ୍‌ ଆନନ୍ଦିତ ହୋଇ ଏହି ଅଭିନବ ରେକର୍ଡର କଥାକୁ ଟୁଇଟ୍‌ କରିଛନ୍ତି ।

ଦେବଦତ୍ତ ନୂଆ ଷ୍ଟାର?
ନିଜ ପଦାର୍ପଣ ଆଇପିଏଲ୍‌ ମ୍ୟାଚରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ୨୦ବର୍ଷିୟ ଦେବଦତ୍ତ ପାଡିକାଲ୍‌ । ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ଶକ୍ତି ବିରୋଧ ବିନା ଚାପରେ ଖେଳି ସେ ୪୨ବଲରୁ ୫୬ରନ୍‌ ସ୍କୋର କରିଥିଲେ । କେରଳର ଏଡ଼ାପାଲରେ ଜନ୍ମିତ ଦେବଦତ୍ତ ବାପା, ମା’ଙ୍କ ସହ ପିଲାବେଳକୁ ବାଙ୍ଗାଲୋର ଚାଲିଯାଇଥିଲେ । ସବୁ ଘରୋଇ ପ୍ରତିଯୋଗିତାରେ ଦମଦାର ଆରମ୍ଭ ପାଇଥିବା ଦେବଦତ୍ତଙ୍କ ପ୍ରଥମ ଆଇପିଏଲ ମ୍ୟାଚ ଦେଖି ଟିମ୍‌ ଇନ୍ଦିଆ ତଥା ତାଙ୍କ ଆଇପିଏଲ ଦଳ କ୍ୟାପଟେନ୍‌ ବିରାଟ କୋହଲୀ ଖୁବ୍‌ ପ୍ରଶଂସା କରିଛନ୍ତି । ବିନା ଭୟରେ ସହଜ ହୋଇ ସେ ଖେଳିବା ଚମକ୍ରାର ବୋଲି କହିଛନ୍ତି କୋହଲୀ । ଗୋଟିଏ ମ୍ୟାଚରେ ତାଙ୍କୁ ‘ଷ୍ଟାର’ ବୋଲି ବତେଇଲେଣି ବିଶାରଦ । ଟିମ୍‌ ଇନ୍ଦିଆ ଡାକରା ଆଇପିଏଲ ପରେ ସମ୍ଭବ ହେବାର କଥା ବି ଶୁଣାଗଲାଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*