ଆଜିଠୁ ହଂକଂ ଓପନ, ଲୟକୁ ଫେରିବା ଆଶାରେ ସିନ୍ଧୁ ଓ ସାଇନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ହଂକଂ

ମଙ୍ଗଳବାର ଠାରୁ ବିଶ୍ୱ ବ୍ୟାଡମିଣ୍ଟନ ଦୁନିଆର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ହଂକଂ ଓପନ ଆରମ୍ଭ ହେବାକୁ ଯାଉଛି । ଏଥିରେ ଭାରତର ଦୁଇ ପ୍ରମୁଖ ମହିଳା ଖେଳାଳି ପି.ଭି ସିନ୍ଧୁ ଏବଂ ସାଇନା ନେହେୱାଲ ନିଜ ଲୟ ଫେରି ପାଇବାକୁ ଚେଷ୍ଟା କରିବେ । କାରଣ ଗତ କେତୋଟି ପ୍ରତିଯୋଗିତାରେ ସିନ୍ଧୁ ଓ ସାଇନା ବେଶି ବାଟ ଯାଇପାରିନାହାଁନ୍ତି । ତେବେ ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ଏବଂ ଚିରାଗ ସେଠୀଙ୍କ ଯୋଡି ନିଜ ଫର୍ମ ଆଗକୁ ବଢାଇବାକୁ ଚାହିଁବ ଏଠାରେ । ଗତ ସପ୍ତାହରେ ଭାରତୀୟ ଯୋଡି ଫ୍ରେଞ୍ଚ ଓପନରେ ରନସ୍‌ ଅପ୍‌ ହୋଇଥିଲେ । ତଥା ଚୀନ ଓପନରେ ଉଠିଥିଲେ ସେମି ଫାଇନାଲକୁ । ତେଣୁ ଏମାନଙ୍କ ପାଖରୁ ପଦକର ଆଶା କରାଯାଉଛି । ହେଲେ ସିନ୍ଧୁ ଏବଂ ସାଇନାଙ୍କ ଲାଗି ଗତ କିଛି ସପ୍ତାହ ଅତ୍ୟନ୍ତ ଚ୍ୟାଲେଞ୍ଜଭରା ରହିଛି । ଦୁହେଁ ଟାଇଟେଲ ଜିତିବାର ପାଖାପାଖି ପହଞ୍ଚିନାହାଁନ୍ତି । ତେଣୁ ଏଠାରେ ସେହି ତ୍ରୁଟି ସୁଧାରିବାକୁ ଦୁହେଁ ଚେଷ୍ଟା କରିବେ । କିଡାମ୍ବି ଶ୍ରୀକାନ୍ତ, ବି. ସାଇପ୍ରଣୀତ, ସମୀର ବର୍ମା ଏବଂ ପାରୁପଲ୍ଲୀ କାଶ୍ୟପଙ୍କ ପାଖରୁ ମଧ୍ୟ ବଡ଼ ସଫଳତା ଏଠାରେ ଆଶା କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*