ଆଜିଠୁ ରାଞ୍ଚି ଟେଷ୍ଟ: ସିରିଜ ପୋଛିବା ଟାର୍ଗେଟରେ ବିରାଟ ସେନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ରାଞ୍ଚି

ଯଦି ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ ଅନ୍ତର୍ଗତ ଏହି ଟେଷ୍ଟ ସିରିଜ ଖେଳାଯାଉନଥାନ୍ତା ତା’ହେଲେ ଭାରତ ଓ ଦକ୍ଷିଣ ଆଫି୍ରକା ମଧ୍ୟର ରାଞ୍ଚି ଟେଷ୍ଟର ନଥାନ୍ତା କୌଣସି ଗୁରୁତ୍ୱ । ହେଲେ ଏଥିରେ ୪୦ପଏଣ୍ଟ ହାସଲ କରିବାର ଅବକାଶ ଥିବାରୁ ଏହି ମ୍ୟାଚ୍‌ର ଗୁରୁତ୍ୱ ଅତୁଟ ରହିଛି । ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ଜିତିସାରିଥିବା ଭାରତ ତୃତୀୟ ମ୍ୟାଚକୁ ମଧ୍ୟ ଜିତି ସିରିଜ ପୋଛିବାକୁ ଚାହିଁବ । ଆଉ ୪୦ ପଏଣ୍ଟ ହାସଲ ସହ ଗାନ୍ଧୀ-ମାନେ୍ଦଲା ସିରିଜରେ କ୍ଳିନ୍‌ସୁଇପ୍‌ କରିଯିବ ଟିମ୍‌ । ଏପର୍ଯ୍ୟନ୍ତ ଖେଳାଯାଇଥିବା ଏହି ସିରିଜ୍‌ରେ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଟିମ୍‌ ଇନ୍ଦିଆର ଜବରଦସ୍ତ ପ୍ରଦର୍ଶନ ରହିଛି । ବିଶାଖାପାଟଣା ଟେଷ୍ଟକୁ ୨୦୩ ରନ୍‌ ଏବଂ ପୁନେ ଟେଷ୍ଟକୁ ଏକ ଇନିଂସ ଏବଂ ୧୩୭ ରନ୍‌ରେ ଜିତି ନେଇଛି ଭାରତ । ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ରେ ଏଯାଏଁ ୨୦୦ପଏଣ୍ଟ ୪ଟି ମ୍ୟାଚରୁ ପାଇସାରିଥିବା ଭାରତ ଆଉ ୪୦ ପଏଣ୍ଟ ଏଠାରେ ହାସଲ କରିଦେଲେ ଅନ୍ୟ ଦଳ ମାନଙ୍କ ପାଖରୁ ବନାଇଦେବ ବଡ଼ ଲିଡ୍‌ । ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ଭାରତ ସକାଶେ ବଡ଼ ସହଜ ହେବା ପଛରେ ବ୍ୟାଟିଂ ବିଭାଗର ଅତ୍ୟନ୍ତ ଦୃଢ ପ୍ରଦର୍ଶନ ଦାୟୀ ରହିଛି । ସେମାନେ ବଡ଼ ସ୍କୋର ଛିଡା କରି ଦେବାରୁ ବୋଲରମାନଙ୍କୁ ସହଜ ହୋଇଛି ନିଜ ପ୍ରଦର୍ଶନ କରିବା ସକାଶେ । ସିରିଜର ଧାରାକୁ ଦେଖିଲେ ରାଞ୍ଚି ମ୍ୟାଚ୍‌ ମଧ୍ୟ ଭାରତ ସପକ୍ଷରେ ଯିବ ବୋଲି ଅନୁମାନ କରାଯାଉଛି । ହେଲେ ମ୍ୟାଚ୍‌ ପୂର୍ବଦିନ ବିରାଟ କୋହଲି ମନମୋଟ ଅବସ୍ଥା ପ୍ରତି ସତର୍କ କରିଦେଇଛନ୍ତି । ଟେଷ୍ଟ ଚମ୍ପିଆନସିପକୁ ଦୃ୍‌ଷ୍ଟିରେ ରଖି ସେ ଏହି ମ୍ୟାଚର ଗୁରୁତ୍ୱ ବାବଦ ବତାଇଛନ୍ତି । ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ ଏବଂ ବିରାଟ କୋହଲି ବ୍ୟାଟ୍‌ରେ ତଥା ଅଶ୍ୱିନ, ଜାଡେଜା,ସାମି ଏବଂ ଇଶାନ୍ତ ତଥା ଉମେଶ ବଲ୍‌ରେ ଚମକିବା ଭାରତ ପାଇଁ ୨-୦ର ଲିଡ୍‌ ବନାଇବା ସହଜ କରିଦେଇଛି ।
ଫି୍ରରେ ୫ହଜାର ଟିକେଟ
ଭାରତୀୟ ସେନାକୁ ବିଶେଷ ସମ୍ମାନ ଜଣାଇବା ଲକ୍ଷ୍ୟରେ ଏହି ଟେଷ୍ଟ ମ୍ୟାଚ୍‌ ସମୟରେ ନିଆରା ଉଦ୍ୟମ କରିଛି ଝାଡ଼ଖନ୍ଦ କି୍ରକେଟ ସଂଘ । ଶନିବାରରୁ ଆରମ୍ଭ ହେଉଥିବା ଶେଷ ଟେଷ୍ଟ ମ୍ୟାଚର ପାଖାପାଖି ୫ହଜାର ଟିକେଟ ବାଣ୍ଟିବା ପାଇଁ ମାଗଣା ବ୍ୟବସ୍ଥା ହୋଇଛି । ଏହି ମାଗଣା ଟିକେଟ ସେନା ଓ ଅର୍ଦ୍ଧ ସାମରିକ ବଳର ଯବାନମାନଙ୍କୁ ପ୍ରଦାନ କରାଯିବ । ଏଥିସହ ଝାଡ଼ଖନ୍ଦ ପୁଲିସ୍‌ ଏବଂ ଏନ୍‌ସିସି କ୍ୟାଡେଟ୍‌ ମାନଙ୍କୁ ମଧ୍ୟ ମାଗଣା ଟିକେଟ ପ୍ରଦାନ କରାଯିବାର ବିଷୟ ଘୋଷଣା କରାଯାଇଛି ।

ସାହାବାଜ ଇନ୍‌ : ଶୁକ୍ରବାର ଅପରାହ୍ଣ ବେଳକୁ କୁଲଦୀପ ଯାଦବ ନିଜ ବାମକାନ୍ଧ ଯନ୍ତ୍ରଣା ଦେଉଥିବା ବତାଇଥିଲେ । ତେଣୁ ସେ ମ୍ୟାଚ୍‌ ଖେଳିବା ଆଶଙ୍କାକୁ ଯିବାରୁ ଝାଡ଼ଖନ୍ଦର ବୋଲର ସାହାବାଜ ନଦିମଙ୍କୁ ଭାରତୀୟ ଦଳରେ ତୁରନ୍ତ ସାମିଲ କରିଦିଆଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*