ଆଜିଠୁ ମହିଳା କ୍ରିକେଟ୍: ବିଜୟ ଧାରାକୁ ବଜାୟୀ ରଖିବାକୁ ଚାହିଁବ ଟିମ୍ ଇଣ୍ଡିଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ନିକଟରେ ଭାରତୀୟ ମହିଳା ଟିମ୍ ୨-୧ରେ ନୁ୍ୟଜିଲାନ୍ଦକୁ ତାର ଘରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତୀୟ ଟିମ୍ ଆତ୍ମବିଶ୍ୱାସ ରେ ଭରପୁର । ଇଂଲନ୍ଦ ବିପକ୍ଷରେ ଭାରତୀୟ ଟିମ୍ ଶୁକ୍ରବାରଠାରୁ ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଭାରତୀୟ ଦଳର ବିପକ୍ଷ ଦଳ ଉପରେ ଦମ୍ଦବା ବନାୟୀ ଖେଳିବାକୁ ଚାହିଁବ । ଆଇସିସି ଚମ୍ପିଆନ୍ସିପ୍ର ଏହି ସିରିଜ ଅଂଶବିଶେଷ । ସବୁ ମ୍ୟାଚ ୱଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଇଂଲନ୍ଦ ଦଳକୁ ଅବଶ୍ୟ ହାଲୁକାରେ ଭାରତୀୟ ଟିମ୍ ନେବ ନାହିଁ କାରଣ କିଛି ବଡ ଷ୍ଟାର ଦଳରଅଛନ୍ତି । ଷ୍ଟାର ଓପନର ସ୍ମୃତି ମନ୍ଧନାଙ୍କଠାରୁ ବହୁ କି ଆଶା କରାଯାଉଛି । ଅନୁଭବୀ ଅଧିନାୟକ ମିତାଲି ରାଜ ମଧ୍ୟ ତାଙ୍କ ଅଭିଜ୍ଞତା ଆଧାରରେ ଦଳକୁ ସହଯୋଗ କରିବାକୁ ଚାହିଁବେ । ପୁରା ସିିରିଜରୁ ଆହତ ପାଇଁ ବାଦ୍ ପଡିଥିବା ହରମନପ୍ରୀତଙ୍କ ଅଭାବ ଦଳ ପାଇଁ ରହିବ । ତାଙ୍କ ବଦଳରେ ଯୁବା ହରଲିନ୍ ଦେୱଲ ସାମିଲ ହୋଇଛନ୍ତି । ଦଳକୁ ମଝବୁତ ଦେବା ପାଇଁ ଦଳରେ ଜେମିମା ରୋଡ୍ରିଗେଜଙ୍କ ଭଳି ଖେଳାଳି ବି ଅଛନ୍ତି । ଜେମିମା ଓ ପୁନମ ରାୱତଙ୍କୁ ଦଳରେ ସୁଯୋଗ ମିଳୁଛି କି ନାହିଁ ତାହା ଦେଖିବାର କଥା । ମଧ୍ୟକ୍ରମ ବ୍ୟାଟିଂ ଦଳ ପାଇଁ ସମସ୍ୟା । ବୋଲିଂର ଦାୟିତ୍ୱ ଭେଟେରାନ୍ ଝୁଲଣ ଗୋସ୍ୱାମୀଙ୍କ ଉପରେ ରହିବ । ଦିନିକିଆ କ୍ରିକେଟ୍ରେ ଇଂଲନ୍ଦ ବେଶ୍ ମଝବୁତ । ଦଳରେ ଟପ୍ ଅର୍ଡର ଡେନି ବଟ୍, ହିଥର ନାଇଟ୍ଙ୍କ ଭଳି ଭେଟେରାନ୍ ଖେଳାଳି ଅଛନ୍ତି । ଦଳରେ ଦକ୍ଷ ଅଲରାଉନ୍ଦର ସହ ଭଲ ବୋଲର ବି ଅଛନ୍ତି ଯେ କି ଭାରତୀୟଙ୍କୁ ହଇରାଣ କରିପାରନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*