ଆଜିଠୁ ବିଏସଏନଏଲ କର୍ମଚାରୀଙ୍କ ଆମରଣ ଅନଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ବିଏସଏନଏଲ କର୍ମଚାରୀ ସଂଘ ପକ୍ଷରୁ ୨୫ତାରିଖରୁ ଦେଶ ବ୍ୟାପି ଆମରଣ ଅନଶନ ଆହ୍ୱାନ ଦିଆଯାଇଛି । କର୍ମଚାରୀ ସଂଗଠନର ଅଭିଯୋଗ ଯେ, କମ୍ପାନୀର ପରିଚାଳନା ସମିତି କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ଯୋଜନା ନେବାକୁ ବାଧ୍ୟ କରୁଛି ।
ଅଲ ଇନ୍ଦିଆ ୟୁନିଅନ ଆନ୍ଦ୍‌ ଆସୋସିଏସନ ଅଫ୍‌ ଭାରତ ସଞ୍ଚାର ନିଗମ ଲିମିଟେଡର ସଂଯୋଜକ ପି ଅଭିମନୁ୍ୟ କହିଛନ୍ତି ଯେ, କମ୍ପାନୀର ପରିଚାଳନା ସମିତି କର୍ମଚାରୀମାନଙ୍କୁ ଧମକ ଦେଉଛନ୍ତି । ସେମାନେ କହୁଛନ୍ତି ଯେ, ଯଦି ଭିଆରଏସ୍‌ (ସ୍ୱେଚ୍ଛାକୃତ ଅବସର) ପାଇଁ ଆବେଦନ ନକରନ୍ତି, ତେବେ ତାଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯିବ । ଏଥିସହ ଅବସର ପାଇଁ ବୟସ ସୀମାକୁ ହ୍ରାସ କରି ୫୮କରାଯିବ । ଅଭିମନୁ୍ୟ କହିଛନ୍ତି ଆମ ସହ ବିଏସନଏଲନଏଲର ୫୦ପ୍ରତିଶତରୁ ଅଧିକ କର୍ମଚାରୀ ଅଛନ୍ତି । ଆମେ ଭିଆରଏସ୍‌ ଯୋଜନାର ବିରୋଧରେ ନାହୁଁ । ହେଲେ ଯେଉଁ କର୍ମଚାରୀମାନେ ଭିଆରଏସ୍‌ ନେବାକୁ ଚାହୁଁନାହାନ୍ତି ତାଙ୍କୁ ଜବରଦସ୍ତି କରାନଯାଉ । ଏଥିସହ ଏହି ଭିଆରଏସ୍‌ ଯୋଜନା ମଧ୍ୟ ତଳିଆ କର୍ମଚାରୀଙ୍କ ପାଇଁ ଫାଇଦା ମନ୍ଦ ନୁହେଁ । ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ବିଏସଏନଏଲର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ ପି କେ ପୁରୱାର କହିଥିଲେ ଯେ, ୭୭ ହଜାରରୁ ଅଧିକ କର୍ମଚାରୀ ଭିଆରଏସ୍‌ ଆବେଦନ କରିସାରିଲେଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*