ଆଜିଠୁ ବାରବାଟୀ ଅନଲାଇନ୍‌ ଟିକେଟ ବିକ୍ରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଆସନ୍ତା ୨୨ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇନ୍ଦିଜ ମଧ୍ୟରେ ଖେଳାଯିବ ତୃତୀୟ ଏକଦିବସୀୟ ମ୍ୟାଚ । ଏଥିଲାଗି ଅନଲାଇନ୍‌ ଟିକେଟ୍‌ ବିକି୍ର ଗୁରୁବାରରୁ ଆରମ୍ଭ ହେବ । ଯାହା ୧୫ତାରିଖ ଯାଏଁ ଚାଲିବ । ଆଗ୍ରହୀ ଦର୍ଶକ ପେଟିଏମ୍‌ କିମ୍ବା ଇନସାଇଡର ୱେବସାଇଟକୁ ଯାଇ ଏହାକୁ କିଣିପାରିବେ । ଅନଲାଇନରେ କିଣିଥିବା ଟିକେଟ୍‌ ବଦଳରେ ମ୍ୟାଚ ଟିକେଟ୍‌ ଡିସେମ୍ବର ୧୯ରୁ ୨୧ତାରିଖ ମଧ୍ୟରେ କଟକ କେମ୍ବି୍ରଜ୍‌ ସ୍କୁଲ କାଉଣ୍ଟରରୁ ପ୍ରଦାନ କରାଯିବ । ମୋଟ୍‌ ୮୧୫୦ଟି ଟିକେଟ୍‌ ଅନଲାଇନରେ ବିକି୍ର ପାଇଁ ଉପଲବ୍ଧ ରହିଛି । ଗ୍ୟାଲେରୀ ନମ୍ବର ୨ ଓ ୪ ପାଇଁ ୩ହଜାର ଟିକେଟ ଥିଲାବେଳେ ଦର ରହିଛି ୫୦୦ ଟଙ୍କା । ୪୦୦ଟଙ୍କିଆ ଗ୍ୟାଲେରୀ ୬ ଟିକେଟ୍‌ ୧୫୦୦ବିକି୍ର ହେବ । ସେହିପରି ଏସି ଗ୍ୟାଲେରୀ ବକ୍ସର ୧୦୦ଟି ଟିକେଟ୍‌ ଏବଂ ନୁ୍ୟପାଭିଲିୟନ୍‌ ପ୍ରଥମ ମହଲାର ୫୦ଟି ଟିକେଟ୍‌ ବିକି୍ର ପାଇଁଥିଲାବେଳେ ଟିକେଟର ଦର ୫ହଜାର ଲେଖାଏଁ ରହିଛି । ସ୍ପେଶାଲ ଏନକ୍ଲୋଜର ଟିକେଟ ଦର ୩ହଜାର ଥିଲାବେଳେ ଏହାର ୫୦୦ଟିକେଟ୍‌ ଅନଲାଇନରେ ବିକି୍ର ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*