ଆଜିଠୁ ଦ୍ୱିତୀୟ ଟେଷ୍ଟ ରୁଟ୍‌ଙ୍କ ପ୍ରତ୍ୟାବର୍ତ୍ତନ ପରେ ଆଶାରେ ଇଂଲନ୍ଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଓଲ୍ଡଟ୍ରାଫଡ

ଗୁରୁବାରରୁ କୋଭିଡ୍‌-୧୯ ବିରତୀ ପରର ପ୍ରଥମ ସିରିଜ ଅନ୍ତର୍ଗତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ ଏଠାରେ । ରୋମାଞ୍ଚକର ଭାବରେ ସାଉଥମ୍ପଟନ୍‌ ଠାରେ ୪ ଉଇକେଟ୍‌ରେ ମ୍ୟାଚ୍‌ ଜିତି ଭ୍ରମଣକାରୀ ୱେଷ୍ଟଇନ୍ଦିଜ୍‌ ଦଳ ତିନିଟିକିଆରେ ସିରିଜରେ ୧-୦ର ଲିଡ୍‌ ନେଇସାରିଛି । ତେଣୁ ଚାପରେ ଅଛି ଘରୋଇ ଇଂଲନ୍ଦ । ଏ ପରିସ୍ଥିତିରେ ନିୟମିତ ଅଧିନାୟକ ଜୋ ରୁଟ୍‌ ଦଳକୁ ଫେରିଥିବାରୁ ଦଳରେ ବଢିଛି ଆଶା । ପ୍ରଥମ ଟେଷ୍ଟରେ କାମଚଳା ଅଧିନାୟକ ବେନ ଷ୍ଟୋକ୍ସ ନିଜେ ମୋଟାମୋଟି ଭଲ ପ୍ରଦର୍ଶନ କରିଥିଲେ ବି ତାଙ୍କର ଦଳର ଚୟନକୁ ନେଇ ପ୍ରଶ୍ନଚିହ୍ନ ଲାଗିସାରିଛି । ଆଉ ଗୋଟିଏ ଟେଷ୍ଟ ଜିତିଗଲେ ୩୨ ବର୍ଷ ଭିତରେ ପ୍ରଥମ ସିରିଜ ବିଜୟ ଇଂଲନ୍ଦରେ ପାଇବ ଇନ୍ଦିଜ । ସେ କଥା ଏଠାରେ ସିଲ୍‌ କରିବାକୁ ଚାହିଁବେ ଦଳ । କାରଣ ପ୍ରଥମ ବିଜୟ ପରେ ଦଳରେ ଏବେ ନୂଆ ଉତ୍ସାହ ।
ତେବେ ଏ ପରିସ୍ଥିତିରେ ଇଂଲନ୍ଦ କିମ୍ବା ରୁଟ୍‌ଙ୍କ ଲାଗି ନୂଆ ନୁହେଁ । ୨୦୧୭-୧୮ ସିିଜିନରୁ ୧୦ ସିରିଜର ୮ଟି ସିରିଜ୍‌ରେ ପ୍ରଥମ ଟେଷ୍ଟ ହାରି ପରେ ଫେରିଛି ଇଂଲନ୍ଦ । ନିକଟ ଅତୀତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ଟେଷ୍ଟ ବଡ଼ ବ୍ୟବଧାନରେ ହାରିବା ପରେ ଇଂଲନ୍ଦ କିନ୍ତୁ ପ୍ରତ୍ୟାବର୍ତ୍ତନ କରି ସିରିଜ ୩-୧ରେ ଜିତି ନେଇଥିଲା । ଯୁଟ୍‌ ଜୋ ଡେନଲେଙ୍କ ସ୍ଥାନର ଦଳରେ ଆସିବେ ଓ ନମ୍ବର ୩ ରେ ବ୍ୟାଟିଂ କରିବେ । କ୍ରାଓଲେ ଦ୍ୱିତୀୟ ଇନିଂସ୍‌ରେ ୭୬ରନ୍‌ କରିନେଇଥିବାରୁ ବର୍ତ୍ତମାନ ପାଇଁ ସୁରକ୍ଷିତ ଅଛନ୍ତି । ଦ୍ୱିତୀୟ ଇନିଂସ୍‌ରେ ୩୦ ରନ୍‌ରେ ୫ ଉଇକେଟ୍‌ ହରାଇବା ବଡ଼ ବିପଦ ବନିଥିଲା । ଅନୁମାନ ଲଗାଯାଉଛି ରୁଟ୍‌ଙ୍କ ପ୍ରତ୍ୟାବର୍ତ୍ତନ ଦଳ ଭିତରେ ଅଧିକ ଉତ୍ସାହ ଭରିଦେବ ।
ଇଂଲନ୍ଦ ଉଇକେଟ୍‌ କିପର ଜୋସ୍‌ ବଟଲର ବାଜେ କିପିଂ ଏବଂ ନିମ୍ନ ମାନର ବ୍ୟାଟିଂ ପାଇଁ ଚାପରେ ଅଛନ୍ତି । ହେଲେ ତାଙ୍କୁ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିବାକୁ ଯାଉଛି । ବେନ ଫୋକସ୍‌ ଅପେକ୍ଷା କରିଥିଲେ ବି ବଟଲରଙ୍କୁ ଆଉ ଏକ ସୁଯୋଗ ଦଳ ଦେବାକୁ ଯାଉଛି । ବଡ଼ ଖବର ଅନୁସାରେ ପ୍ରଥମ ଟେଷ୍ଟ ବଡ଼ ବିବାଦୀୟ ଭାବରେ ବସାଯାଇଥିବ । ପେସ୍‌ ବୋଲର ବ୍ରୋଡ୍‌ ଏ ମ୍ୟାଚ୍‌ ଖେଳିବା ଏକରକମ ନିଶ୍ଚିତ ହୋଇଛି ।

ସୁଇଂକୁ ନେଇ ଥିବା ଚିନ୍ତା ଦୂର ହୋଇଛି
ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲନ୍ଦ ଓ ଇନ୍ଦିଜ୍‌ ସଜବାଜ ହେଉଥିଲା ବେଳେ ପ୍ରଥମ ଟେଷ୍ଟ ସୁଇଂ ବୋଲିଂକୁ ନେଇ ଯେଉଁ ଆଶଙ୍କା ସୃଷ୍ଟି କରାଯାଉଥିଲା ତାହା ଦୂର କରିଦେଇଛି । କୋଭିଡ୍‌-୧୯ର ନିୟମ କାରଣରୁ ଛେପ ଲଗା ମନା କରାଯାଇଥିବାରୁ ବହୁ ଲୋକ ଆଶଙ୍କା କରୁଥିଲେ କି୍ରକେଟ ବଲ୍‌ ସୁଇଂ ହେବ ନାହିଁ । ହେଲେ ପ୍ରଥମ ଟେଷ୍ଟରେ ଦୁଇଦଳର ସୁଇଂ ବୋଲର ମାନେ ବଲକୁ ଉଭୟ ପଟକୁ ସୁଇଂ କରାଇଥିବାରୁ ସେ ଆଶଙ୍କା ଦୂର ହୋଇଛି ବୋଲି ବି୍ରଟିଶ କି୍ରକେଟ ବଲ୍‌ ଲିମିଟେଡର ଏମ୍‌ଡି ଦିଲୀପ ଯାଜୋଡିଆ କହିଛନ୍ତି । ତାଙ୍କ କମ୍ପାନୀ ପ୍ରସ୍ତୁତ ଡୁ୍ୟକ୍‌ ବଲ୍‌ରେ ପ୍ରଥମ ଟେଷ୍ଟ ଖେଳାଯାଇଥିଲା । ମାର୍କ ଉଡ୍‌, ଆର୍ଚ୍ଚର କି ଗାବି୍ରଏଲ୍‌ ପେସ୍‌ ବୋଲର । ସେମାନେ ବିଶେଷ ଭାବେ ସୁଇଂ ଉପରେ ଭରଷା କରନ୍ତି ନାହିଁ । ହେଲେ ଜାସନ୍‌ ହୋଲ୍ଡର କି ଆନ୍ଦରସନ୍‌ ସୁଇଂ ବୋଲର । ସେମାନେ ପ୍ରଥମ ଟେଷ୍ଟରେ ସୁଇଂ କରାଇଛନ୍ତି । ପ୍ରଥମ ଇନିଂସରେ ହୋଲ୍ଡର ୪୨ ରନ୍‌ରେ ୬ ୱିକେଟ୍‌ ନେଇ ବିଜୟ ମୂଳଦୁଆ ପକାଇଥିଲେ । ଡୁ୍ୟକ୍‌ ବଲ୍‌ ଠିକ୍‌ ଭାବରେ ନିର୍ମିତ ହେଉଥିବାରୁ ଏହାକୁ ଠିକ୍‌ ଭାବରେ ବ୍ୟବହାର କରାଗଲେ ସୁଇଂ ବାହାରିବ ବୋଲି ଦାବି କରିଛନ୍ତି ଦିଲୀପ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*