ଆଜିଠୁ ଘରୋଇ ଉଡାଣ ଆରମ୍ଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ

ଲକ୍‌ଡାଉନ୍‌-୪ ମଧ୍ୟରେ ଦେଶରେ ସୋମବାରଠାରୁ ଘରୋଇ ଉଡାଣ ଆରମ୍ଭ ହେବ । ବେସାମରିକ ବିମାନ ମନ୍ତ୍ରଣାଳୟ ଅନୁଯାୟୀ, ସୋମବାର ଦେଶରେ ୧୦୫୦ଟି ବିମାନ ଚାଲିବ । ଏହାପୂର୍ବରୁ ରାଜ୍ୟ ମଧ୍ୟରେ ଉଡାଣ, କ୍ୱାରେଣ୍ଟାଇନ୍‌ ସମୟ ଏବଂ ଯାତ୍ରୀଙ୍କ ପାଇଁ ଷ୍ଟାନ୍ଦାର୍ଡ ଅପରେଟିଂ ପ୍ରୋସିଜର ନେଇ ସ୍ଥିତି ସ୍ପଷ୍ଟ ହେଉନଥିଲା । ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ପ୍ରଭୃତି ରାଜ୍ୟ ଘରୋଇ ଉଡାଣର ପକ୍ଷରେ ନଥିଲେ । କିନ୍ତୁ ରବିବାର ପ୍ରଥମେ ତାମିଲନାଡୁ ଘରୋଇ ଉଡାଣକୁ ଅନୁମତି ଦେଇ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍‌ ଜାରି କରିଛି । ଆଉ ଏହାପରେ ମହାରାଷ୍ଟ୍ର ମଧ୍ୟ ୫୦ଟି ବିମାନ ଚଳାଚଳକୁ ମଞ୍ଜୁରୀ ଦେଇଥିବା ଜଣାପଡିଛି । ଏସବୁ ମଧ୍ୟରେ ପଶ୍ଚିମବଙ୍ଗ ଅଧିକାରୀ ଅମ୍ପନ ପ୍ରଭାବିତ କୋଲକତା ବିମାନବନ୍ଦରରେ ମେ’ ୨୫ରୁ ମେ’ ୨୭ ମଧ୍ୟରେ କୌଣସି ଘରୋଇ ବିମାନ ଚଳାଚଳ କରିପାରିବ ନାହିଁ ବୋଲି କହିଛନ୍ତି । ହେଲେ ମେ’ ୨୮ଠାରୁ ଦୈନିକ ୨୦ ବିମାନ ଚଳାଚଳ କରିବ ବୋଲି ସୂଚନା ଦେଇଛନ୍ତି ।
ବିଦେଶରୁ ଫେରନ୍ତା ଯାତ୍ରୀଙ୍କ ପରି ରାଜ୍ୟ-ରାଜ୍ୟ, ସହର-ସହର ମଧ୍ୟରେ ବିମାନରେ ଯାତାୟାତ କରିବାକୁ ଥିବା ଯାତ୍ରୀଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ନୂଆ ଗାଇଡଲାଇନ୍‌କୁ ପାଳନ କରିବାକୁ ହେବ । ଏହି ଗାଇଡଲାଇନ୍‌ ପାଳନ ବ୍ୟତୀତ କେହି ବି ଯାତ୍ରା କରିପାରିବେ ନାହିଁ । ଘରୋଇ ଯାତ୍ରୀଙ୍କ ପାଇଁ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ଯେ, ଯାତ୍ରୀ ମାକ୍ସ ପିନ୍ଧିବା ଜରୁରୀ, ସମସ୍ତ ପ୍ରବେଶ ଏବଂ ଏକ୍ସିଟ୍‌ ପଏଣ୍ଟରେ ଥର୍ମାଲ ସ୍କ୍ରିନିଂ କରାଯିବ । ଯାହା ପରେ ହିଁ ଯାତ୍ରୀଙ୍କୁ ବିମାନ ବନ୍ଦରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଉଡାଣ ଯୋଜନା ଅନ୍ତର୍ଗତ ଉଡାଣ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି । ଏଥିରେ ଉତ୍ତର-ପୂର୍ବ କ୍ଷେତ୍ରକୁ ଯୋଡୁଥିବା ଉଡାଣକୁ ପ୍ରାଥମିକତା ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*