ଆଜିଠୁ ଇନ୍ଦୋର ଟେଷ୍ଟ: ଭାରତର ପଲା ଭାରି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଇନ୍ଦୋର

ପୁଣି ଏକ ଦମଦାର ପ୍ରଦର୍ଶନର ଆଶାରେ ଟିମ୍‌ ଇନ୍ଦିଆ । ଦକ୍ଷିଣ ଆଫି୍ରକାକୁ ସମ୍ପୂର୍ଣ୍ଣ ଏକତରଫା ଭାବରେ ଟେଷ୍ଟ ମ୍ୟାଚ୍‌ରେ ପରାଜିତ କରିଥିବା ଭାରତୀୟ ଦଳ ଆଉ ଏକ ଟେଷ୍ଟ ସିରିଜ ପାଇଁ ସଜବାଜ ହୋଇଯାଇଛି । ସ୍ଥାନୀୟ ଦେବୀ ଅହଲ୍ୟାବାଇ ହୋଲକର କି୍ରକେଟ ଷ୍ଟାଡିୟମରେ ଗୁରୁବାର ଠାରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବ । ଏହି ମ୍ୟାଚ୍‌ ସିରିଜର ଆରମ୍ଭ ହୋଇଥିଲେ ମଧ୍ୟ ଫୋକସ୍‌ କିନ୍ତୁ ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍‌ ଉପରେ । ୨୨ ତାରିଖରୁ କୋଲକାତାରେ ଆରମ୍ଭ ହେବାକୁ ଥିବା ସେହି ଟେଷ୍ଟ ମ୍ୟାଚ୍‌ ଦିବାରାତ୍ର ହେବ ତଥା ଖେଳାଯିବ ଗୋଲାପୀ ବଲ୍‌ରେ । ହେଲେ ଏହି ଟେଷ୍ଟ ମ୍ୟାଚ୍‌ ଖେଳାଯିବ ପାରମ୍ପାରିକ ନାଲି ବଲ୍‌ରେ । ଦିବାରାତ୍ର ଟେଷ୍ଟ ପୂର୍ବରୁ ୧-୦ର ଅଗ୍ରତା ନେଇ ଭାରତୀୟ ଦଳ କୋଲକାତାରେ ପହଞ୍ଚିବାକୁ ମନସ୍ଥ କରିଛି । ଏଥିସହ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ ଅଧିନରେ ଏହି ସିରିଜ ଖେଳାଯାଉଥିବାରୁ ପ୍ରତି ମ୍ୟାଚର ରହିଛି ବିଶେଷ ଗୁରୁତ୍ୱ । ଭାରତୀୟ ଦଳ ଦକ୍ଷିଣ ଆଫି୍ରକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଯେପରି ପ୍ରଦର୍ଶନ କରିଛି ସେଥିରୁ ଅନୁମାନ କରାଯାଉଛି ଇନେ୍ଦାରର ଲଢେଇ ୪ ଦିନରେ ଖତମ୍‌ ହୋଇଯିବ ବୋଲି । ତାମିମ ଇକବାଲ ଏବଂ ସାକିବ ଅଲ୍‌ ହାସନଙ୍କ ବିନା ଏଠାରେ ଖେଳିବାକୁ ଆସିଥିବା ବାଂଲାଦେଶ ଖେଳ କାଗଜରେ ମଧ୍ୟ ବଡ଼ ଦୁର୍ବଳ ମନେହେଉଛି । ଦକ୍ଷିଣ ଆଫି୍ରକା ବିପକ୍ଷରେ ଭାରତର ବ୍ୟାଟିଂ ଓ ବୋଲିଂ ବେଶ ତଗଡା ରହିଥିଲା । ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି ଏବଂ ରାହାଣେ ବ୍ୟାଟ୍‌ରେ ଚମକିଥିଲା ବେଳେ ବୋଲିଂରେ ମହମ୍ମଦ ସାମି, ଇଶାନ୍ତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ ଉମେଶ ଯାଦବ ଖୁବ୍‌ ସଫଳ ରହିଥିଲେ । ସେମାନେ ଏଠାରେ ଆଉ ଏକ ତ୍ରୁଟିଶୂନ୍ୟ ପ୍ରଦର୍ଶନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଅନୁମାନ କରାଯାଉଛି ଭାରତ ୩ ପେସ୍‌ ବୋଲର ସାମି,ଉମେଶ ଏବଂ ଇଶାନ୍ତଙ୍କୁ ଏଠାରେ ଖେଳାଇବ । କାରଣ ପିଚ୍‌ରେ କିଛିଟା ବାଉନ୍ସ ଥିବାର କଥା କୁ୍ୟରେଟର କହିଛନ୍ତି । ଦୁଇ ସ୍ପିନରଙ୍କ ଭୂମିକା ଜାଡେଜା ଏବଂ ଅଶ୍ୱିନ ତୁଲାଇବେ । ବାଂଲାଦେଶ ସକାଶେ ଏହି ମ୍ୟାଚ୍‌ ଯୁବ ଖେଳାଳିମାନଙ୍କୁ ବଡ଼ ମଞ୍ଚରେ ଚମକିବା ସକାଶେ ସୁଯୋଗ ଆଣିଦେଇଛି । ହୁଏତ ଏହି ବିଷୟ ସେମାନଙ୍କୁ ବଡ଼ ଉତ୍ସାହିତ କରିପାରେ ।
ପେସରଙ୍କୁ ପ୍ରଶଂସା କଲେ ବିରାଟ
ଠିକ୍‌ ପ୍ରଥମ ଦିନ ପୂର୍ବରୁ ପାରମ୍ପାରିକ ନିୟମ ଆଧାରରେ ଦୁଇଦଳର ଅଧିନାୟକ ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଥିଲେ । ବିରାଟ କୋହଲି ନିଜ ଦଳର ପେସ୍‌ ବୋଲରମାନଙ୍କୁ ଖୁବ୍‌ ପ୍ରଶଂସା କରିବା ସହ ବର୍ତ୍ତମାନ ଟେଷ୍ଟ ଦୁନିଆରେ ଭାରତୀୟ ପେସ୍‌ ଆଟାକ୍‌ ସର୍ବଶ୍ରେଷ୍ଠ ବୋଲି ଅଭିହିତ କରିଥିଲେ । ଆପଣ ଯଦି ମୋତେ ଆମ ବୋଲରମାନଙ୍କ ବିଷୟ ପଚାରିବେ ତା’ହେଲେ ମୁଁ କହିବି ସେମାନେ ଟପ୍‌ରେ ଅଛନ୍ତି । ଅଧିନାୟକ ଭାବରେ ମୋର ଇନିଂସ ଆରମ୍ଭ ବେଳେ ମୁଁ ଚିନ୍ତା କରିଆସିଥିଲି ଯେ ଆମ ଫାଷ୍ଟ ବୋଲରମାନେ ବିଶ୍ୱ କି୍ରକେଟ ଉପରେ ରାଜ କରିବା ଦରକାର । ଯାହା ଏବେ ହୋଇପାରିଛି । ଜାହିର ଅବସର ନେଲାପରେ ଟିକିଏ ଚିନ୍ତା ଆସିଥିଲା । ହେଲେ ବର୍ତ୍ତମାନର ବୋଲରମାନେ ଯେଉଁ ଫର୍ମ ଦେଖାଉଛନ୍ତି ସେଥିରେ ମୋର କିଛି ଆଉ କହିବାର ନାହିଁ ବୋଲି ସନ୍ତୋଷରେ ବତାଇଥିଲେ କୋହଲି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*