ଆଖି ବୁଜିଲା ମହାବଳ ରୋଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ମହାବଳ ରୋଶନର ମୃତୁ୍ୟ ହୋଇଥିବା ଖବର ବୁଧବାର ଦିନ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା । ଏହାକୁ କିନ୍ତୁ ଖନ୍ଦନ କରିଥିଲେ ନନ୍ଦନକାନନ ଡିଏଫଓ । ଏନେଇ ଏକ ପ୍ରେସ ଇସ୍ତାହାର ମଧ୍ୟ ସେ ପ୍ରକାଶ କରିଥିଲେ । ହେଲେ ଗୁରୁବାର ଦିନ ୩ଟା ୨୦ ମିନିଟ୍‌ରେ ରୋଶନ ଆଖି ବୁଜିଥିଲା । ମୃତୁ୍ୟ ବେଳକୁ ରୋଶନଙ୍କୁ ୧୭ ବର୍ଷ ବୟସ ହୋଇଥିଲା । ରୋଶନର ମୃତଦେହକୁ ବ୍ୟବଚ୍ଛେଦ କରାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ଦୀର୍ଘ ୧୭ ବର୍ଷ ଧରି ପର୍ଯ୍ୟଟକଙ୍କୁ ମନୋରଂଜନର ଖୋରାକ ଯୋଗାଇ ଆସୁଥିବା ରୋଶନ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ପର୍ଯ୍ୟଟକମାନେ ମର୍ମାହତ ହୋଇପଡିଛନ୍ତି । ୨୦୦୨ ମସିହା ବାଘ ରାମ ଓ ବାଘୁଣୀ ଶ୍ରୀୟା ଔରଷରୁ ରୋଶନ ଜନ୍ମଗ୍ରହଣ କରିଥିଲା । ରୋଶନ ଜନ୍ମଗ୍ରହଣର କିଛି ଦିନ ପରେ ତାର ଆଖିକୁ ଠିକ୍‌ ଭାବେ ଦୃଶ୍ୟମାନ ହେଉନଥିଲା । ଫଳରେ ସେ ଚଳପ୍ରଚଳ କରିବା କଷ୍ଟକର ହୋଇପଡୁଥିଲା । ୨୦୧୬ ମସିହାରେ ବାଘୁଣୀ ବିଜୟା ସହ ରୋଶନର ମିଳନ ହୋଇଥିଲା । ଦୁହିଁଙ୍କ ମିଳନରୁ ଦୁଇଟି ଛୁଆ ଜନ୍ମଗ୍ରହଣ କରିଥିଲେ । ଜଣଙ୍କର ନାମ ଥିଲା ସାଇଲ ତାର ରଙ୍ଗ ଧଳା ହୋଇଥିବାବେଳେ ଅନ୍ୟଟି ଆଦ୍ୟାଶା । ଆଦ୍ୟାଶାର ରଙ୍ଗ ଥିଲା ନାଲି । ପରବର୍ତ୍ତି ସମୟରେ ୨୦୧୮ ମସିହାରେ ବାଘୁଣୀ ସାରା ସହ ରୋଶନର ମିଳନ ହୋଇଥିଲା । ହେଲେ ମିଳନ ଫଳପ୍ରଦ ହୋଇପାରିନଥିଲା । ୨୦୧୮ ସେପ୍ଟେମ୍ବର ମାସରେ ପୁଣି ଦୁହିଁଙ୍କ ମଧ୍ୟରେ ମିଳନ ହେବାରୁ ଦୁଇଟି ଛୁଆ ଜନ୍ମଗ୍ରହଣ କରିଥିଲେ । ଫେବୃୟାରୀ ୪ ତାରିଖ ଦିନ ରୋଶନ ପକ୍ଷାଘାତ ରୋଗର ଶୀକାର ହୋଇଥିଲେ । ତାର ଚିକିତ୍ସା ପାଇଁ ତାଙ୍କୁ ନନ୍ଦନକାନନରେ ଥିବା ପ୍ରାଣୀ ଉଦ୍ୟାନ ଆଇସିୟୁରେ ଚିକିତ୍ସା କରାଯାଉଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*