ଆଉ ତିନୋଟି ବ୍ୟାଙ୍କକୁ ପିସିଏ ଫ୍ରେମୱାର୍କରୁ ବାହାର କଲା ଆରବିଆଇ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ଦୁଇଟି ସରକାରୀ ବ୍ୟାଙ୍କ ଏବଂ ଗୋଟିଏ ଘରୋଇ ବ୍ୟାଙ୍କକୁ ଦୁର୍ବଳ ବ୍ୟାଙ୍କ ତଦାରଖ ତାଲିକାରୁ ବାହାର କରିବା ସହ ତାଙ୍କ ଉପରେ ଥିବା ଋଣ ବାଣ୍ଟିବାର ପ୍ରତିବନ୍ଧକକୁ ଉଠାଇ ଦେଇଛି । ଆରବିଆଇ ଆହ୍ଲାବାଦ ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କକୁ ତୁରନ୍ତ ସୁଧାରାତ୍ମକ କାର୍ଯ୍ୟାନୁଷ୍ଠାନ (ପିସିଏ) ଫ୍ରେମୱାର୍କରୁ ବାହାର କରିଛି । ଯେଉଁ ଘରୋଇ ବ୍ୟାଙ୍କ ଏହି ଫ୍ରେମ ୱାର୍କରୁ ବାହାରିଛି ସେହି ବ୍ୟାଙ୍କଟି ହେଉଛି ଧନଲକ୍ଷ୍ମୀ ବ୍ୟାଙ୍କ ।
ଗତ ଜାନୁଆରୀ ୩୧ତାରିଖରେ ଆରବିଆଇ ବ୍ୟାଙ୍କ ଅଫ୍‌ ଇନ୍ଦିଆ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଏବଂ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସକୁ ପିସିଏ ଫ୍ରେମୱାର୍କରୁ ମୁକ୍ତ କରିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ପିସିଏ ହେଉଛି ଏପରି ଏକ ବ୍ୟବସ୍ଥା ଯାହା ଅନ୍ତର୍ଗତ ବ୍ୟାଙ୍କମାନଙ୍କର ରିସ୍କ୍‌ ଫ୍ୟାକ୍ଟରକୁ ଦୃଷ୍ଟି ଦେବା ସହ ସେମାନଙ୍କର ଦକ୍ଷତା ବୃଦ୍ଧି ଏବଂ ଜମା ପରିମାଣକୁ ବୃଦ୍ଧି କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥାଏ । ଏହି ସମୟରେ ଉକ୍ତ ବ୍ୟାଙ୍କମାନଙ୍କୁ ଋଣ ବାଣ୍ଟିବା ପାଇଁ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥାଏ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*