ଆଉ ଜଣେ ଅର୍ଚ୍ଚିତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଆଗରୁ ବେଶ କେତେଜଣ ଟେଲି ନାୟିକା ବଡ଼ ପରଦାରେ ନାୟିକା ହେବାର ସୌଭାଗ୍ୟ ପାଇଛନ୍ତି । ସେମାନଙ୍କ ଭିତରୁ କେତେଜଣ ସଫଳ ହୋଇଛନ୍ତି ତ ଆଉ କେତେକ ସେତେଟା ସଫଳତା ପାଇନାହାନ୍ତି । ଆଗରୁ ଲିପସା ଓ ଶୀତଲ ଟେଲି ନାୟିକା ବଡ଼ ପରଦାରେ ନାୟିକା ହେବାର ସୌଭାଗ୍ୟ ପାଇଛନ୍ତି । ହେଲେ ଏବେ ଯେଉଁ ଜଣାଶୁଣା ଟେଲି ନାୟିକା ବଡ଼ ପରଦାରେ ଏଣ୍ଟ୍ରି ନେଇଛନ୍ତି ସହ ହେଲେ ଅର୍ଚ୍ଚିତା ମହାନ୍ତି । ତାଙ୍କୁ ଦର୍ଶକ ତରଙ୍ଗ ଚାନେଲରେ ପ୍ରସାରିତ ‘ତୋ’ ଆଖି ମୋ’ ଆଇନା’ରେ ଖୁବ୍ ପସନ୍ଦ କରିଥିଲେ ।
ଅର୍ଚ୍ଚିତା ମହାନ୍ତି ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟ୍ (ଇଏମ୍ଇ) ଫିଲ୍ମସ ବ୍ୟାନରରେ ନିର୍ମିତ ହୋଇଥିବା ‘ତୁ ଭାରି ବିଉଟିଫୁଲ୍’ରେ ପ୍ରଥମ ଥରପାଇଁ ନାୟିକା ଭୂମିକାରେ ନଜର ଆସିବେ ।
ଏଥିରେ ସେ ନାୟକ ଜ୍ୟୋତିଙ୍କ ସହ ଦେଖା ଦେବେ । ଏହି ସିନେମାରେ ଜ୍ୟୋତିଙ୍କର ଅବଶ୍ୟ କେବଳ ଜଣେ ନାୟିକା ନାହାନ୍ତି । ଏଥିରେ ତାଙ୍କୁ ପୁଣି ଥରେ ଦୁଇଜଣ ନାୟିକାଙ୍କ ସହ ରୋମାନସ୍ କରିବାର ସୁଯୋଗ ମିଳିଛି । ଏମାନଙ୍କ ଭିତରୁ ଜଣେ ଲିପସା ହୋଇଥିବା ବେଳେ ଆର ଜଣକ ହେଲେ ନବାଗତା ଅର୍ଚ୍ଚିତା ମହାନ୍ତି । ଜ୍ୟୋତିଙ୍କୁ ଆଗରୁ ‘ତୁ ମୋ ସୁନା ଚଢେÿଇ’ରେ ଏଲସା ଏବଂ ଶ୍ରେୟାଙ୍କ ଭଳି ଦୁଇଜଣ ନାୟିକାଙ୍କ ସହ ରୋମାନସ୍ କରିବାର ସୁଯୋଗ ମିଳିଛି । ଏକ ମୌଳିକ କାହାଣୀକୁ ନେଇ ‘ତୁ ଭାରି ବିଉଟିଫୁଲ୍’ ପ୍ରସ୍ତୁତ ବୋଲି କୁହାଯାଉଛି । ଏଥିରେ ଜ୍ୟୋତି, ଲିପ୍ସା ଓ ଅର୍ଚ୍ଚିତା ମହାନ୍ତିଙ୍କ ଛଡ଼ା କୁନା ତ୍ରିପାଠୀ, ପୁଷ୍ପା ପନ୍ଦା, ଜୀବନ ପନ୍ଦା, ସୋମେଶ ମହାନ୍ତି, ପ୍ରେମାନ ପରିଡ଼ା ଓ ସୁରେଶ ବଳ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । ସୟ ନାୟକ ଏହାର ନିର୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ମଳୟ ମିଶ୍ର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*