ଆଉ ଏକା ରହିବାକୁ ଚାହୁଁନାହିଁ : କ୍ୟାଟ୍ରିନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କୈଫ କିଛି ଦିନ ହେବ ଏକାକୀ ଜୀବନ ବିତାଉଛନ୍ତି । ରଣବୀରଙ୍କ ସହିତ ବ୍ରେକଅପ୍ ପରେ ଏହି ସୁନ୍ଦରୀଙ୍କ ନାଁ ଆଉ କାହା ସହିତ ଯୋଡା ହୋଇନାହିଁ । ବେଶ କିଛି ଦିନ ସିଙ୍ଗଲ ଜୀବନ ବିତାଇବା ପରେ କ୍ୟାଟ୍ରିନା ଏବେ ବୟଫ୍ରେନ୍ଦ କରିବାକୁ ଚାହୁଁଛନ୍ତି । ଫିଲ୍ମଫେୟାରକୁ ଦେଇଥିବା ଏକ ଇଣ୍ଟରଭୁ୍ୟରେ ଏହି ଅଭିନେତ୍ରୀ ଜଣକ ନିଜ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଥିବା କିଛି କଥାର ଖୁଲାସ କରିଥିଲେ । ସେତବେଳେ କ୍ୟାଟ୍ରିନା କହିଥିଲେ କି, ତାଙ୍କୁ ୨୦୧୯ରେ ଏକ ବୟଫ୍ରେନ୍ଦ ଦରକାର ।
ଯେତବେଳେ କ୍ୟାଟ୍ରିନାଙ୍କୁ ପ୍ରଶ୍ନ କରାଗଲା କି, ୨୦୧୯ରେ ତାଙ୍କର କେଉଁ ତିନୋଟି ଇଚ୍ଛା ପୂରଣ ହେଉ ବୋଲି ସେ ଚାହୁଁଛନ୍ତି । ସେତବେଳେ ସେ କହିଥିଲେ କି, ଗୋଟଏ ଫିଲ୍ମ ଫେୟାର ଆୱାଡ, ଗୋଟଏ ବୟଫ୍ରେନ୍ଦ ଓ ନିଜର ପ୍ରଡକ୍ସନ କମ୍ପାନୀ ଖୋଲିବାକୁ ଚାହୁଁଛନ୍ତି । ବ୍ରେକଅପ୍ ପରେ କ୍ୟାଟ୍ରିନା ପ୍ରଥମ ଥର ଖୋଲାଖୋଲି ଭାବେ କହିଛନ୍ତି କି, ସେ ଆଉ ସିଙ୍ଗଲ ରହିବାକୁ ଚାହୁଁ ନାହାଁନ୍ତି । କ୍ୟାଟ୍ରିନା କୈଫ ଓ ରଣବୀର କପୁର ଦୀର୍ଘ ୫ ବର୍ଷ ହେବ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ । ଏମାନେ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ । କିନ୍ତୁ ଏମାନଙ୍କ ସମ୍ପର୍କ ଦୀର୍ଘ ଦିନ ତିଷ୍ଟି ପାରିଲା ନାହିଁ ।
କ୍ୟାଟ୍ରିନା ରଣବୀରଙ୍କ ବ୍ରେକଅପ୍ ପରେ ରଣବୀର ଆଉ ଥରେ ଆଲିଆଙ୍କ ସହିତ ସମ୍ପର୍କ ଯୋଡିଥିବା ବେଳେ, କ୍ୟାଟ୍ରିନା କିନ୍ତୁ ଏକା ରହିଯାଇଥିଲେ । କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀ ତାଙ୍କ ଜୀବନକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି ।
ରଣବୀରଙ୍କ ପୂର୍ବରୁ କ୍ୟାଟ୍ରିନାଙ୍କ ସମ୍ପର୍କ ସଲମାନଙ୍କ ସହିତ ଥିଲା, ହେଲେ ଏହି ସମ୍ପର୍କ ମଧ୍ୟ ଅଧିକ ଦିନ ତିଷ୍ଟି ପାରି ନଥିଲା । କିନ୍ତୁ ବ୍ରେକଅପ୍ ପରେ ମଧ୍ୟ କ୍ୟାଟରିନା ସଲମାନଙ୍କ ମଧ୍ୟରେ ପୂର୍ବଭଳି ବନ୍ଧୁତ୍ୱ ରହିଛି । ସମ୍ପର୍କ ଭାଙ୍ଗିବା ପରେ ମଧ୍ୟ ଏମାନେ ସାଥିରେ ଅନେକ ସିନେମାରେ ଅଭିନୟ କରିଛନ୍ତି । ଚଳିତ ବର୍ଷ ଇଦ୍ରେ ସଲମାନ ଓ କ୍ୟାଟ୍ରିନାଙ୍କ ଅଭିନିତ ଭାରତ ରିଲିଜ ହେବାକୁ ଯାଉଛି । ଏହାକୁ ନିଦେ୍ର୍ଦଶନା ଦେଇଛନ୍ତି ଅଲ୍ଲୀ ଅବାସ ଜାଫର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*