ଆଇ-ଲିଗ୍‌ କଳିଙ୍ଗରେ ଆରୋଜ ଓ କାଶ୍ମୀର ମ୍ୟାଚ୍‌ ଡ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ରିୟଲ କାଶ୍ମୀର ଫୁଟବଲ ଟିମ୍‌ ଆଇ-ଲିଗ୍‌ରେ ନିଜ ଅପରାଜୟ ରେକର୍ଡର ଧାରାକୁ ଆଗକୁ ବଢାଇଛି । ରବିବାର ଦିନ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଇନ୍ଦିଆନ୍‌ ଆରୋଜ ବିପକ୍ଷ ମ୍ୟାଚକୁ ରିୟଲ ୨-୨ ଗୋଲରେ ଡ୍ର କରିବାକୁ ସକ୍ଷମ ହୋଇଛି । ପ୍ରଥମ ୭୫ ମିନିଟ୍‌ର ଖେଳ ଗୋଲଶୂନ୍ୟ ରହିଥିଲା । ହେଲେ ହଠାତ୍‌ ଖେଳରେ ସତେଯେପରି ଆସିଯାଇଥିଲା ଜୀବନ । ଶେଷ ୧୫ ମିନିଟ୍‌ରେ ୪ଟି ଗୋଲ ସ୍କୋର ହୋଇଥିଲା । ୭୮ ତମ ମିନିଟ୍‌ରେ ଘରୋଇ ଆରୋଜ ପକ୍ଷରୁ ଅମରଜିତ ସିଂ ପେନାଲ୍ଟିରୁ କରିଥିଲେ ଗୋଲ । ହେଲେ ୮୨ତମ ମିନିଟ୍‌ରେ କାଶ୍ମୀରର କୋଫି କର୍ଣ୍ଣରରୁ ଗୋଲ ଦେଇ ବରାବର କରିଥିଲେ । ୯୦ତମ ମିନିଟ୍‌ରେ ମାସନ ଗୋଲ ଦେବାରୁ କାଶ୍ମୀର ୨-୧ରେ ଆଗେଇ ଯାଇଥିଲା । ହେଲେ ଏହାର ମାତ୍ର କିଛି ସେକେନ୍ଦ ପରେ ଆରୋଜର ରାହୁଲ ବଢିଆ ହେଡ୍‌ ଲଗାଇ ଦ୍ୱିତୀୟ ଗୋଲ କରି ମ୍ୟାଚ୍‌କୁ ୨-୨ରେ ବରାବର କରିଥିଲେ । ପଏଣ୍ଟ ତାଲିକାରେ ୧୭ ମ୍ୟାଚରୁ ୩୩ ରଖି କାଶ୍ମୀର ଦ୍ୱିତୀୟ ସ୍ଥାନରେ ଥିଲା ବେଳେ ଆରୋଜ ୧୯ ମ୍ୟାଚରୁ ୧୮ ପଏଣ୍ଟ ସହ ଅଛି ୭ମ ସ୍ଥାନରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*