ଆଇସିୟୁରେ ଲତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ

ଭାରତରତ୍ନ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ଗୁରୁତର ଥିବା କୁହାଯାଉଛି । ଶ୍ୱାସ ପ୍ରକ୍ରିୟାରେ ଅସୁବିଧା ହେତୁ ସୋମବାରଠାରୁ ସ୍ଥାନୀୟ ବି୍ରଚ୍‌ କ୍ୟାନ୍ଦି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଲତା । ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ରିପୋର୍ଟ ଅନୁଯାୟୀ, ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥା ଚିନ୍ତାଜନକ ଅଟେ ଓ ତାଙ୍କ ଉପରେ ଔଷଧର ପ୍ରଭାବ ଖୁବ ମନ୍ଥର ଭାବେ ହେଉଛି । ତାଙ୍କ ଫୁସଫୁସ୍‌ରେ ସଂକ୍ରମଣ ହେବା ସହ ସେ ନିମୋନିଆ ଆକ୍ରାନ୍ତ ହୋଇଥିବା ହସ୍ପିଟାଲର ଅସମର୍ଥିତ ସୂତ୍ରରୁ ପ୍ରକାଶ ।
ସ୍ୱର ସାମ୍ରାଜ୍ଞୀଙ୍କ ଜନସମ୍ପର୍କ ଟିମ୍‌ ମଙ୍ଗଳବାର ଏକ ବୟାନ ଜାରି କରି ତାଙ୍କ ସ୍ଥିତି ସ୍ଥିର ଥିବା କହିଛି । ଲତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେଧୀରେ ସୁଧାର ଆସୁଛି ବୋଲି ମଧ୍ୟ ସୂଚନା ଦିଆଯିବା ସହ ଗଣମାଧ୍ୟମକୁ ତାଙ୍କ ପରିବାରର ପ୍ରାଇଭେସୀ ବଜାୟ ରଖିବାକୁ ପିଆର ଟିମ୍‌ ଅନୁରୋଧ କରିଥିଲେ ।
ସୋମବାର ଲତାଙ୍କୁ ସାକ୍ଷାତ କରିବା ପାଇଁ ଭଉଣୀ ଆଶା ଭୋସଲେ ହସ୍‌ପିଟାଲରେ ପହଞ୍ଚôଥିଲେ । ବଲିଉଡ ତାରକାଙ୍କ ସହ ପୁରା ଦେଶ ଲତାଙ୍କ ଶୀଘ୍ର ଆରୋଗ୍ୟ ଲାଭ ପାଇଁ ପ୍ରାର୍ଥନା କରୁଛନ୍ତି । ଗତ ସେପ୍ଟେମ୍ବର ୨୮ରେ ଲତା ନିଜର ୯୦ତମ ଜନ୍ମଦିନ ମନାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*